ETV Bharat / bharat

ମମତା ମନ୍ତ୍ରୀମଣ୍ଡଳ ଅଦଳବଦଳ: ସ୍ଥାନ ପାଇଲେ ବାବୁଲ ସୁପ୍ରିୟୋ

author img

By

Published : Aug 3, 2022, 9:18 PM IST

ମମତା ବାନାର୍ଜୀଙ୍କ ମନ୍ତ୍ରୀମଣ୍ଡଳରେ ବଡ ଧରଣର ଅଦଳବଦଳ । ନୂଆ ମନ୍ତ୍ରୀମଣ୍ଡଳରେ ସାମିଲ ହେଲେ ବାବୁଲ ସୁପ୍ରିୟୋ । ଅଧିକ ପଢନ୍ତୁ

ପଶ୍ଚିମବଙ୍ଗ କ୍ୟାବିନେଟ ଅଦଳବଦଳ: ବାବୁଲ ସୁପ୍ରିୟୋଙ୍କୁ ମିଳିଲା ମନ୍ତ୍ରୀପଦ

କୋଲକାତା: ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତ୍ରୀମଣ୍ଡଳରେ ବଡ ଧରଣର ଅଦଳବଦଳ ହୋଇଛି । ମନ୍ତ୍ରୀମଣ୍ଡଳରେ ୫ ଜଣ ନୂଆ ଚେହେରା ସ୍ଥାନ ପାଇଛନ୍ତି । ନବାଗତ ମନ୍ତ୍ରୀଙ୍କ ମଧ୍ୟରେ ସବୁଠୁ ବଡ ଚେହେରା ଅଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ । ମମତାଙ୍କ ନୂଆ ଟିମ୍‌ରେ ବାବୁଲ ସୁପ୍ରିୟୋ ସାମିଲ ହୋଇଛନ୍ତି । ପଶ୍ଚିମବଙ୍ଗ ଏସଏସସି ଦୁର୍ନୀତି ମାମଲାରେ ପାର୍ଥ ଚାଟାର୍ଜୀଙ୍କ ଗିରଫଦାରୀ ପରେ ପଶ୍ଚିମବଙ୍ଗ କ୍ୟାବିନେଟରେ ବଡ ଅଦଳବଦଳ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ସୁପ୍ରିୟୋଙ୍କ ସମେତ ୯ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିବେ । ଶପଥ ନେବାକୁ ଥିବା ଅନ୍ୟାନ୍ୟ ମନ୍ତ୍ରୀଙ୍କ ମଧ୍ୟରେ ସ୍ନେହାଶିଷ ଚକ୍ରବର୍ତ୍ତୀ, ପାର୍ଥ ଭୌମିକ୍, ଉଦୟ ଗୁହା, ପ୍ରଦିବ ମଜୁମଦାର, ବିପ୍ଲବ ରୟ ଚୌଧୁରୀ, ତାଜମୁଲ ହୋସେନ, ସତ୍ୟଜିତ୍ ବରମାନ, ବୀରବାହ ହାସଦା ରହିଥିବା ଜଣାପଡିଛି ।

ପ୍ରକାଶଥାଉ କି, ବାବୁଲ ସୁପ୍ରିୟୋ ଗତବର୍ଷ ବିଜେପି ଛାଡି ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ । ଏବେ ତାଙ୍କୁ ମମତା ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିଛି । ମମତା ସରକାରରେ ଏକାଧିକ ବିଭାଗ ପାଇଥିବା ପାର୍ଥ ଚାଟାର୍ଜୀଙ୍କୁ ଶିକ୍ଷକ ନିଯୁକ୍ତି ଘୋଟାଲାରେ ମନ୍ତ୍ରୀପଦରୁ ବିଦା କରାଯିବା ପରେ ଶିଳ୍ପ, ବାଣିଜ୍ୟ ଓ ଉଦ୍ୟୋଗ, ସୂଚନା ପ୍ରଯୁକ୍ତି ଓ ସଂସଦୀୟ ବ୍ୟାପାର ଆଦି ୪ଟି ବିଭାଗର ମନ୍ତ୍ରୀପଦ ଖାଲି ପଡିଥିଲା । ଏହାପରେ ଆଜି ମମତା ବାନାର୍ଜୀ ନିଜ ମନ୍ତ୍ରୀମଣ୍ଡଳର ନବକଳେବର କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.