ETV Bharat / bharat

ଭବାନୀପୁରରେ ହାଇଭୋଲଟେଜ୍ ଟକ୍କର, ଆଜି ମମତାଙ୍କ ଭାଗ୍ୟ ପରୀକ୍ଷା

କମ୍ପୁଛି ଭବାନୀପୁର ମୈଦାନ । ଉପନିର୍ବାଚନର ହଟସିଟ୍ ଭବାନୀପୁର ଉପରେ ଏବେ ସାରା ଦେଶର ନଜର । ନନ୍ଦିଗ୍ରାମରୁ ହାରି ମୁଖ୍ୟମନ୍ତ୍ରୀ ପଦ ବଞ୍ଚାଇବା ପାଇଁ ଭବାନୀପୁରରୁ ପୁଣି ଲଢୁଛନ୍ତି ମମତା ବାନାର୍ଜୀ । ଆଉ ଦିଦିଙ୍କ ବିପକ୍ଷରେ ଲଢୁଛନ୍ତି ବିଜେପିର ପ୍ରିୟଙ୍କା ଟିବ୍ରେୱାଲ । ଅଧିକ ପଢନ୍ତୁ...

ଭବାନୀପୁରରେ ହାଇ ଭୋଲଟେଜ୍ ଟକ୍କର, ଜିତିବେ କି ଦିଦି ?
west-bengal-bypolls-voting-begins-in-bhabanipur-with-2-other-constituency
author img

By

Published : Sep 30, 2021, 10:51 AM IST

କୋଲକାତା: ଉପନିର୍ବାଚନର ହଟ୍ ସିଟ ଭବାନୀପୁର ଉପରେ ଏବେ ସାରା ଦେଶର ନଜର । କମ୍ପୁଛି ଭବାନୀପୁର ମୈଦାନ । ଉପନିର୍ବାଚନରେ ବି ସରଗରମ୍ ପଶ୍ଚିମବଙ୍ଗ । ସାରା ଦେଶର ନଜର ଏବେ ପଶ୍ଚିମବଙ୍ଗର ଭବାନୀପୁର ଆସନ ଉପରେ, କାରଣ ଏଠାରେ ଉପନିର୍ବାଚନ ଲଢୁଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ଆଜି(ଗୁରୁବାର) ସକାଳ ୭ଟାରୁ ଆରମ୍ଭ ହୋଇଯାଇଛି ପଶ୍ଚିମବଙ୍ଗରେ ମତଦାନ ପ୍ରକ୍ରିୟା । ଶାନ୍ତି ଶୃଙ୍ଖଳାର ସହ ମତ ଦେଉଛନ୍ତି ମତଦାତା । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । ଭବାନୀପୁର ସମେତ ଜିଲ୍ଲାର ସମଶେରଗଞ୍ଜ, ଜଙ୍ଗୀପୁର ବିଧାନସଭା ଆସନରେ ମଧ୍ୟ ମତଦାନ ଚାଲିଛି । ତଥାପି ଭବାନୀପୁର ଆସନ ଉପରେ ରହିଛି ସାରା ଦେଶର ନଜର । କାରଣ ଏହି ଲଢେଇ ମୁଖ୍ୟମନ୍ତ୍ରୀ ମମତାଙ୍କ ସମ୍ମାନର ଲଢେଇ । ଯଦି ଦିଦିଙ୍କ ହାତରୁ ନନ୍ଦିଗ୍ରାମ ପରି ଭବାନୀପୁର ଖସିଯାଏ ତେବେ ଦିଦିଙ୍କୁ ହରାଇବାକୁ ପଡିବ ମୁଖ୍ୟମନ୍ତ୍ରୀ ପଦ । ତେଣୁ ଏହି ଉପନିର୍ବାଚନ ମମତାଙ୍କ ପାଇଁ ବିଶେଷ ଗୁରୁତ୍ବ ବହନ କରୁଛି ।

ସେପଟେ ମୁଖ୍ୟମନ୍ତ୍ରୀ ମମତାଙ୍କୁ ଟକ୍କର ଦେଉଛନ୍ତି ବିଜେପିର ପ୍ରିୟଙ୍କା ଟିବ୍ରେୱାଲ । ପୂର୍ବ ନିର୍ବାଚନରେ ପଶ୍ଚିମବଙ୍ଗରେ ହିଂସା, ମହିଳାଙ୍କୁ ନିର୍ଯାତନା ଆଦିର ବିନାଶ ପାଇଁ ନିର୍ବାଚନକୁ ଓହ୍ଲାଇଥିବା କହିଛନ୍ତି ପ୍ରିୟଙ୍କା । ରାଜ୍ୟରେ ଶାନ୍ତି ପାଇଁ କାମ କରିବାର ପ୍ରତିଶ୍ରୁତି ଦେଇ ଭୋଟରଙ୍କୁ ମନାଇଛନ୍ତି ସେ । ଦକ୍ଷିଣ କୋଲକତାର ଭବାନୀପୁର ବିଧାନସଭା କ୍ଷେତ୍ରରେ ୩ ଲକ୍ଷରୁ ଅଧିକ ମତଦାତା ଆଜି ମତଦାନ କରୁଛନ୍ତି । ଏହି ସିଟ୍‌ର ସମୁଦାୟ ୨୬୯ ବୁଥ୍‌କୁ ସମ୍ବେଦନଶୀଳ ଘୋଷଣା କରାଯାଇଛି । ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨୦୧୧ ଓ ୨୦୧୬ ମସିହାରେ ଭବାନୀପୁରରୁ ନିର୍ବାଚିତ ହୋଇଥିଲେ ।

ଭବାନୀପୁରରେ କେନ୍ଦ୍ରୀୟ ସୁରକ୍ଷା ବଳର ୭୨ କମ୍ପାନୀ ଫୋର୍ସ ମୁତୟନ କରାଯାଇଛି । ଉପନିର୍ବାଚନକୁ ଦୃଷ୍ଟିରେ ରଖି ଅତିରିକ୍ତ ସିଏପିଏଫ ଯବାନଙ୍କୁ ମୁତୟନ କରାଯାଇଛି । ସିଏପିଏଫ ବ୍ୟତୀତ ସମସ୍ତ ୩ ନିର୍ବାଚନ ମଣ୍ଡଳରେ ୫୨ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ ହୋଇଛନ୍ତି । ମତଦାନକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ସିଆରପିଏଫ, ବିଏସ୍‌ଏଫ, ଏସଏସବି, ସିଆଇଏସଏଫ ଓ ଆଇଟିବିପି ଯବାନଙ୍କୁ ଦାୟିତ୍ୱ ଦିଆଯାଇଛି ।

ପୋଲିଂ ବୁଥ ବାହାରେ ସୁରକ୍ଷା ଦାୟିତ୍ୱ କୋଲକାତା ପୋଲିସ୍‌ ହାତରେ ଥିବାବେଳେ ଭବାନୀପୁରର ୯୭ ପୋଲିଂ କେନ୍ଦ୍ରର ୨୮୭ ବୁଥ ଭିତରେ କେନ୍ଦ୍ରୀୟ ସୁରକ୍ଷା ବଳର ଯବାନମାନେ ଜଗି ରହିଛନ୍ତି । ଇଭିଏମଗୁଡ଼ିକର ସୁରକ୍ଷା ପାଇଁ ୧୪୧ଟି ସ୍ୱତନ୍ତ୍ର ଏସ୍କର୍ଟ ଗାଡ଼ିର ବ୍ୟବସ୍ଥା ହୋଇଛି । ଅନ୍ୟପଟେ ମଙ୍ଗଳବାର ସନ୍ଧ୍ୟାରୁ ଭବାନୀପୁରରେ ୧୪୪ ଧାରା ଲାଗିରହିଛି ମତଦାନ ସରିବା ପର୍ଯ୍ୟନ୍ତ କଟକଣା କଡାକଡି ରହିବ । ଆଜି ସନ୍ଧ୍ୟା ୬ଟା ୩୦ରେ ମତଦାନ ସରିବ ଏବଂ ଆସନ୍ତା ୩ରେ ଭୋଟ ଗଣତି ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.