ETV Bharat / bharat

'ଗରବୋ ସୋନାର ବାଙ୍ଗଲା' ଗୀତ ଗାଇ ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର କରିବ ବିଜେପି

author img

By

Published : Mar 6, 2021, 7:07 PM IST

ନିର୍ବାଚନୀ ଗୀତ 'ଗରବୋ ସୋନାର ବାଙ୍ଗଲା' ଜାରି କଲା ପଶ୍ଚିମବଙ୍ଗ ବିଜେପି । ରାଜ୍ୟରେ ବିଜେପି ଓ ତୃଣମୂଳ କଂଗ୍ରେସ ଲଢେଇ ମଧ୍ୟରେ ସାଧାରଣ ଜନତା କାହା ମୁଣ୍ଡରେ ସୁନା କଳସ ଢାଳିବେ ତାହାକୁ ନଜରରେ ରଖି ଆସନ୍ତା ମେ 2 ତାରିଖରେ ନିର୍ଣ୍ଣାୟକ ହେବା ପୂର୍ବରୁ ଉଭୟ ଦଳ ଜନତାଙ୍କ ନିକଟତର ହେବା ପାଇଁ ଜୋରଦାର ପ୍ରୟାସ କରୁଛନ୍ତି । ଅଧିକ ପଢନ୍ତୁ...

West Bengal BJP releases election campaign song
ପଶ୍ଚିମବଙ୍ଗ ବିଜେପି ଜାରୀ କଲା ନିର୍ବାଚନୀ ଗୀତ 'ଗୋରବ ସୋନାର ବାଙ୍ଗଲା '

କୋଲକାତା: ପଶ୍ଚିମବଙ୍ଗ ବିଜେପି ଜାରି କଲା ନିର୍ବାଚନୀ ଗୀତ 'ଗରବୋ ସୋନାର ବାଙ୍ଗଲା' । ନିର୍ବାଚନୀ ପ୍ରଚାର ପ୍ରସାରକୁ ବ୍ୟାପକ କରିବା ପାଇଁ ବିଜେପି ନିର୍ବାଚନୀ ଗୀତ ଜାରି କରିଛି ।

ସାଧାରଣ ଜନତାଙ୍କ ପାଖରେ ପହଞ୍ଚିବା ପାଇଁ ରାଜନୈତିକ ଦଳ ବିଭିନ୍ନ ଲୋକପ୍ରିୟ ଗୀତ ମାଧ୍ୟମରେ ନିଜର ନିର୍ବାଚନୀ ଗୀତ ପ୍ରସ୍ତୁତ କରିଥାନ୍ତି । ଚଳିତବର୍ଷ ପଶ୍ଚମବଙ୍ଗରେ ବିଧାନସଭା ନିର୍ବାଚନରେ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ଜୋରଦାର ଲଢେଇ ଆରମ୍ଭ ହୋଇଯାଇଛି । ଏହି କ୍ରମରେ ଆଜି ପଶ୍ଚିମବଙ୍ଗ ବିଜେପି କାର୍ଯ୍ୟାଳୟରେ ନିର୍ବାଚନୀ ଗୀତ ଜାରି କରାଯାଇଛି । ବିଜେପିର ନିର୍ବାଚନୀ ଗୀତ ଥିମ ରହିଛି 'ଗରବୋ ସୋନାର ବାଙ୍ଗଲା ' । ଏହି ନିର୍ବାନଚୀ ଗୀତ ମାଧ୍ୟମରେ ବିଜେପିକୁ ଭୋଟ ଦେବା ପାଇଁ ଲୋକଙ୍କ ପାଖକୁ ଯିବ ବିଜେପି । ପଶ୍ଚିମବଙ୍ଗ ବିଜେପି କାର୍ଯ୍ୟାଳୟରେ ଏହାକୁ ଉନ୍ମୋଚନ କରିଛନ୍ତି ବିଜେପି ଜାତୀୟ ମହାସଚିବ ତଥା ପଶ୍ଚିମବଙ୍ଗ ପ୍ରଭାରୀ କୈଳାଶ ବିଜୟବର୍ଗୀୟ ଓ ବିଜେପି ନେତା ମୁକୁଲ ରୟ । ଏହି ଅବସରରେ ଦଳର ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ । ସେପଟେ ତୃଣମୂଳ କଂଗ୍ରେସ ମଧ୍ୟ ପ୍ରଚାର ପ୍ରସାରକୁ ବ୍ୟାପକ କରିଛି । ରାଜ୍ୟରେ ବିଜେପି ଓ ତୃଣମୂଳ କଂଗ୍ରେସ ଲଢେଇ ମଧ୍ୟରେ ସାଧାରଣ ଜନତା କାହା ମୁଣ୍ଡରେ ସୁନା କଳସ ଢାଳିବେ ତାହାକୁ ନଜରରେ ରଖି ଆସନ୍ତା ମେ 2 ତାରିଖରେ ନିର୍ଣ୍ଣାୟକ ହେବା ପୂର୍ବରୁ ଉଭୟ ଦଳ ଜନତାଙ୍କୁ ଆକୃଷ୍ଟ କରିବା ପାଇଁ ଜୋରଦାର ପ୍ରୟାସ କରୁଛନ୍ତି ।

ସୂଚନାଥାଉକି ଆସନ୍ତା ମାର୍ଚ୍ଚ 27ରୁ ଅପ୍ରେଲ 29 ମଧ୍ୟରେ ପଶ୍ଚିମବଙ୍ଗରେ ଆଠଟି ପର୍ୟ୍ୟାୟରେ 294 ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ମେ 2 ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.