ETV Bharat / bharat

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ, ଟିଏମସି ଜାରି କରିବ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା !

author img

By

Published : Mar 1, 2021, 9:47 AM IST

ବିଧାନସଭା ନିର୍ବାଚନ ଲାଗି ଆଜି ପ୍ରାର୍ଥୀ ପତ୍ର ଘୋଷଣା କରିପାରେ ଟିଏମସି। ସୂତ୍ର ଅନୁସାରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଆଜି ସନ୍ଧ୍ୟାରେ ହିଁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଜାରି କରିପାରନ୍ତି। ଅଧିକ ପଢନ୍ତୁ...

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ, ଟିଏମସି ଜାରି କରିବ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା !
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ, ଟିଏମସି ଜାରି କରିବ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା !

କୋଲକାତା: ପଶ୍ଚିମବଙ୍ଗରେ ରାଜନୈତିକ ପାଣିପାଗ ଉଷ୍ମ। ଆଗକୁ ଆସୁଥିବା ବିଧାନସଭା ନିର୍ବାଚନ ଲାଗି ଆଜି ପ୍ରାର୍ଥୀ ପତ୍ର ଘୋଷଣା କରିପାରେ ଟିଏମସି। ସୂତ୍ର ଅନୁସାରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଆଜି ସନ୍ଧ୍ୟାରେ ହିଁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଜାରି କରିପାରନ୍ତି।

ସୂଚନା ଥାଉକି, ପଶ୍ଚିମବଙ୍ଗର 294ଟି ବିଧାନସଭା ଆସନରେ ମୋଟ 8ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ମାର୍ଚ୍ଚ 27ରେ ପ୍ରଥମ, ଏପ୍ରିଲ 6ରେ , 3 ପର୍ଯ୍ୟାୟ, ଏପ୍ରିଲ 10ରେ ଚତୁର୍ଥ ପର୍ଯ୍ୟାୟ, ଏପ୍ରିଲ 17ରେ ପଞ୍ଚମ ପର୍ଯ୍ୟାୟ। ସେହିପରି ଏପ୍ରିଲ 22ରେ ଷଷ୍ଠ ପର୍ଯ୍ୟାୟ, ଏପ୍ରିଲ 26ରେ ସପ୍ତମ ପର୍ଯ୍ୟାୟ, ଏପ୍ରିଲ 29ରେ ଶେଷ ତଥା ଅଷ୍ଟମ ପର୍ଯ୍ୟାୟ ମତଦାନ ହେବ । ଅବସରପ୍ରାପ୍ତ ପୋଲିସ ଅଧିକାରୀ ବିବେକ ଦୁବେ ଓ ଏମକେ ଦାସଙ୍କୁ ଅବଜରଭର ଭାବେ ନିଯୁକ୍ତ କରାଯାଇଛି। ଚଳିତ ଥର 1,01,916 କେନ୍ଦ୍ରରେ ମତଦାନ ହେବାର ବ୍ୟବସ୍ଥା ରହିଛି। ଏହାସହ ଫଳାଫଳ ମେ 2ରେ ଆସିବ।

ଏଥର ପଶ୍ଚିମବଙ୍ଗରେ ବିଜେପି ଏବଂ ଟିଏମସି ମଧ୍ୟରେ ସିଧାସଳଖ ପ୍ରତିଯୋଗିତା ଚାଲିଛି। 2016 ନିର୍ବାଚନରେ ବିଜେପି ବଙ୍ଗଳାର 294 ଟି ଆସନ ମଧ୍ୟରୁ କେବଳ ତିନୋଟି ଜିତିଛି। କିନ୍ତୁ ତିନି ବର୍ଷ ପରେ ଏହି ଚିତ୍ର ବଦଳିଯାଇଛି। ଏବଂ 2019 ଲୋକସଭା ନିର୍ବାଚନରେ ବିଜେପି 42 ଟି ଲୋକସଭା ଆସନ ମଧ୍ୟରୁ 18 ଟି ସିଟ୍ ଜିତିଥିଲା ଏବଂ ଏହାର ଭୋଟ୍ ହାର 40.64 କୁ ବୃଦ୍ଧି ପାଇଥିଲା। ଟିଏମସିର ଭୋଟ୍ ତୁଳନାରେ ଏହା ମାତ୍ର 3 ପ୍ରତିଶତ କମ୍ ଅଟେ। ଅର୍ଥାତ୍ ବିଜେପି ଟିଏମସିର ଅତି ନିକଟତର ହୋଇଛି ଏବଂ ଏହି କାରଣରୁ ପଶ୍ଚିମବଙ୍ଗରେ ଏଥର ମମତା ବାନାର୍ଜୀ ଏବଂ ବିଜେପି ମଧ୍ୟରେ ସିଧାସଳଖ ଟକ୍କର ହେବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.