ETV Bharat / bharat

ବାମଦଳ ସହ ମିଶି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲଢିବ କଂଗ୍ରେସ

author img

By

Published : Dec 24, 2020, 2:47 PM IST

Updated : Dec 24, 2020, 4:40 PM IST

14:39 December 24

ବାମଦଳ ସହ ମିଶି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲଢିବ କଂଗ୍ରେସ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଅଳ୍ପ କେତେଟା ମାସ ବାକି ରହିଛି । ଏହାରି ମଧ୍ୟରେ ସରଗରମ ହୋଇପଡିଛି ରାଜ୍ୟ ରାଜନୀତି । ମମତାଙ୍କ ଗଡରେ ଗୈରୀକ ଧ୍ବଜା ଉଡାଇବାକୁ ଏପଟେ ବିଜେପି ସମସ୍ତ ଶକ୍ତି ଲଗାଇଥିବା ବେଳେ ସେପଟେ ଟିଏମସି ପାଦତଳୁ ମାଟି ଖସିବାରେ ଲାଗିଛି । ଏସବୁ ମଧ୍ୟରେ ନିଜର ଡଙ୍ଗା ବୁଡିଯାଉଥିବା ଦେଖି ନିର୍ବାଚନରେ ବାମଦଳର ସାହାରା ନେଇଛି କଂଗ୍ରେସ ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ବଡ ଘୋଷଣା କରିଛି କଂଗ୍ରେସ । ବାମଦଳ ସହ ମିଶି କଂଗ୍ରେସ ପଶ୍ଚିମବଙ୍କ ବିଧାନସଭା ନିର୍ବାଚନ ଲଢିବ ବୋଲି କରିଛି ଘୋଷଣା । ଲୋକସଭାରେ କଂଗ୍ରେସର ନେତା ଅଧିର ରଞ୍ଜନ ଚୌଧୁରୀ ଟ୍ବିଟ କରି ଏ ବିଷୟରେ ସୂଚନା ଦେଇଛନ୍ତି ।

ଅଧିର ରଞ୍ଜନ ଟ୍ବିଟ କରି ଲେଖିଛନ୍ତି ଯେ ଆଜି କଂଗ୍ରେସ ହାଇକମାଣ୍ଡ ଆନୁଷ୍ଠାନିକ ଭାବେ ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ବାମଦଳ ସହ ମେଣ୍ଟକୁ ସ୍ବୀକୃତି ପ୍ରଦାନ କରିଛନ୍ତି । ତେବେ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ(ମାର୍କ୍ସବାଦୀ) ତଥା ସିପିଆଇଏମର କେନ୍ଦ୍ରୀୟ କମିଟି ଆଗାମୀ ନିର୍ବାଚନରେ କଂଗ୍ରେସ ସମେତ ସମସ୍ତ ଧର୍ମନିରପେକ୍ଷ ଦଳଗୁଡିକ ସହ ମିଶି ନିର୍ବାଚନ ଲଢିବା ନିଷ୍ପତ୍ତିକୁ ଅକ୍ଟୋବରରେ ହିଁ ମଞ୍ଜୁରୀ ପ୍ରଦାନ କରିଦେଇଥିଲା । 

Last Updated : Dec 24, 2020, 4:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.