ETV Bharat / bharat

Air Indiaର ନୂଆ ଅନ୍ଦାଜ, ଆଜି ଏପରି ଭାବେ ଯାତ୍ରୀଙ୍କୁ କରିବ ସ୍ବାଗତ - ଏୟାର ଇଣ୍ଡିଆ ହସ୍ତାନ୍ତର

ଏୟାର ଇଣ୍ଡିଆ ଭବିଷ୍ୟତକୁ ସ୍ବାଗତ । ଆଜି ବିମାନରେ ଏପରି ନୂଆ ଅନ୍ଦାଜରେ ଯାତ୍ରୀଙ୍କୁ ସ୍ବାଗତ କରିବ ଏୟାର ଇଣ୍ଡିଆ । ଅଧିକ ପଢନ୍ତୁ

Air Indiaର ନୂଆ ଅନ୍ଦାଜ, ଆଜି ଏପରି ଭାବେ ଯାତ୍ରୀଙ୍କୁ କରିବ ସ୍ବାଗତ

author img

By

Published : Jan 28, 2022, 8:41 AM IST

ନୂଆଦିଲ୍ଲୀ: ଆନୁଷ୍ଠାନିକ ଭାବେ ଟାଟା ପାଖକୁ ଫେରିଛି Air India । ଗତକାଲି(ଗୁରୁବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାଟା ସନ୍ସ ଅଧ୍ୟକ୍ଷ ଏନ ଚନ୍ଦ୍ରଶେଖର ଭେଟିବା ପରେ ସରକାରୀ ଭାବେ Air Indiaର କର୍ତ୍ତୃତ୍ବ ମହାରାଜା ଟାଟା ଗ୍ରୁପ ଅଧିନକୁ ଆସିଛି । ଏହି ମୁହୂର୍ତ୍ତକୁ ସ୍ମରଣୀୟ କରିବା ପାଇଁ ଆଜି ଯାତ୍ରୀଙ୍କୁ ଏକ ନୂଆ ଅନ୍ଦାଜରେ ସ୍ବାଗତ ଜଣାଇବ ଏୟାର ଇଣ୍ଡିଆ । ବିମାନରେ ପ୍ରବେଶ କରିବା ପରେ ଯାତ୍ରୀଙ୍କୁ କମ୍ପାନୀ ପକ୍ଷରୁ ନୂଆ ସ୍ବାଗତ ଭାଷଣ ଦିଆଯିବ । ଏନେଇ ଏୟାର ଇଣ୍ଡିଆ ନିଜ କ୍ରୁ ସଦସ୍ୟଙ୍କ ପାଇଁ ଏକ ନୂଆ ସର୍କୁଲାର ଜାରି କରିଛି ।

Air India ଅନୁଯାୟୀ, ସ୍ବାଗତ ଭାଷଣରେ କୁହାଯିବ, ପ୍ରିୟ ଗ୍ରାହକ, ମୁଁ ଆପଣଙ୍କ କ୍ୟାପ୍ଟେନ କହୁଛି । ଆଜିର ଏହି ଐତିହାସିକ ଉଡାଣ ପାଇଁ ଆପଣଙ୍କୁ ସ୍ବାଗତ । କାରଣ ଆଜିର ଦିନ ବହୁତ୍ ଖାସ୍ ଅଟେ । ଦୀର୍ଘ ୭ ଦଶନ୍ଧି ପରେ ଏୟାର ଇଣ୍ଡିଆ ଔପଚାରିକ ଭାବେ ଟାଟା ଗ୍ରୁପର ଅଂଶ ହୋଇଛି । ଆମେ ନୂତନ ପ୍ରତିବଦ୍ଧତା ଏବଂ ଜୋସ୍ ସହ ଏହି ଏୟାର ଲାଇନରେ ସେବା ଯୋଗାଇବାକୁ ଉତ୍ସୁକ । ଏୟାର ଇଣ୍ଡିଆର ଭବିଷ୍ୟତକୁ ଆପଣମାନଙ୍କୁ ସ୍ବାଗତ ।

ଏହାମଧ୍ୟ ପଢନ୍ତୁ:ଆଜି ଟାଟା ହାତକୁ ଯିବ ଏୟାର ଇଣ୍ଡିଆ !

ଉଲ୍ଲେଖଯୋଗ୍ୟ, ଦୀର୍ଘ ୬୯ ବର୍ଷ ପରେ ପୁଣିଥରେ ଏୟାର ଇଣ୍ଡିଆ ମାଲିକାନା ଟାଟା ଗ୍ରୁପ ହାତକୁ ଆସିଛି । ଗତ ବର୍ଷ ଅକ୍ଟୋବରରେ ଟାଟା ଗ୍ରୁପ ୧୮ ହଜାର କୋଟି ଟଙ୍କା ବିଡ୍ ଡାକି ଏୟାର ଇଣ୍ଡିଆ ନିଲାମ ଜିତିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.