ETV Bharat / bharat

‘କୃଷି ଆଇନ ନ ହଟିବା ଯାଏଁ ଘରକୁ ଫେରିବୁ ନାହିଁ ’ - କୃଷକ ଆନ୍ଦୋଳନ ପ୍ରସଙ୍ଗ

ଭାରତୀୟ କିଶାନ ୟୁନିୟନର ପ୍ରବକ୍ତା ରାକେଶ ଟିକାୟତ ସରକାରକୁ ଚରମବାଣୀ । କୃଷି ଆଇନ ନହଟିଲେ ଧରଣା ବି ହଟିବ ନାହିଁ । ଅଧିକ ପଢନ୍ତୁ.....

‘ କୃଷି ଆଇନ ନହଟିବା ଯାଏ ଘରକୁ ଫେରିବୁ ନାହିଁ  ’

author img

By

Published : Feb 2, 2021, 4:29 PM IST

ନୂଆଦିଲ୍ଲୀ : ଶେଷ ହେବାର ନାଁ ନେଉନି ଗାଜିପୁର ସୀମାରେ ଚାଷୀ ଆନ୍ଦୋଳନ । ସେଠାରେ ଧାରଣାରତ ଥିବା ଚାଷୀ ନେତା ତଥା ଭାରତୀୟ କିଶାନ ୟୁନିୟନର ପ୍ରବକ୍ତା ରାକେଶ ଟିକାୟତ ସରକାରକୁ ଚରମବାଣୀ ଶୁଣାଇଛନ୍ତି । ଟିକାୟତ କହିଛନ୍ତି ଯେପର୍ଯ୍ୟନ୍ତ ସରକାର ଏହି କଳା କାନୁନକୁ ପ୍ରତ୍ୟାହାର ନକରିଛନ୍ତି ସେ ପର୍ଯ୍ୟନ୍ତ ଏ ଆନ୍ଦୋଳନ ପ୍ରଶମିତ ହେବାର ପ୍ରଶ୍ନ ଉଠୁନାହିଁ । ଏହା ସହ ସେ ଧାରଣାସ୍ଥଳରୁ ହଟିବେ ନାହିଁ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ।

ଜାତୀୟ ରାଜପଥରେ ବାରିକେଡ ଲଗାଇବା ସହ ରାସ୍ତାରେ କଣ୍ଟା ପୋତିଛି ପୋଲିସ

ଟିକାୟତ କହିଛନ୍ତି କୃଷି ବିରୋଧୀ ଆଇନକୁ ନେଇ ଚାଲିଥିବା ଧାରଣା ଅକ୍ଟୋବର ମାସ ପୂର୍ବରୁ ଶେଷ ହେବାର ନାହିଁ । ସରକାର ଚାହିଁଲେ ବି ଏହି ପ୍ରତିବାଦକୁ ବନ୍ଦ କରିପାରିବେ ନାହିଁ ବୋଲି କହିଛନ୍ତି ଟିକାୟତ । ଗତ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଦେଖାଯାଇଥିବା କୃଷକ ହିଂସା ପରେ ଆକ୍ସନ ମୋଡକୁ ଆସିଥିଲେ ସରକାର । ତେବେ ଉକ୍ତ ଘଟଣାରେ ହିଂସା ଭିଆଇଥିବା ଦଙ୍ଗାକାରୀ ମାନଙ୍କୁ ଚିହ୍ନଟ କରି ଗିରଫ ଦାରି ପ୍ରକ୍ରିୟା ଚାଲୁରଖିଛି ପୋଲିସ । ସେହିପରି ଟ୍ରାକ୍ଟର ରାଲି ବାହାର କରିଥିବା କୃଷକ ନେତାଙ୍କୁ ମଧ୍ୟ ନୋଟିସ ପଠାଇଛି ପୋଲିସ ।

ଉକ୍ତ ହିଂସା ପରେ କିଛି ଚାଷୀ ସଂଗଠନ ପ୍ରତିବାଦରୁ ସମର୍ଥନ ପ୍ରତ୍ୟାହାର କରିନେଇଥିବାବେଳେ ଏବେ ମଧ୍ୟ ଅନ୍ୟ କିଛି ସଂଗଠନ ପ୍ରତିବାଦ ଜାରି ରଖିଥିବା ଦେଖିବାକୁ ମିଳିଛି । ତେବେ ଉକ୍ତ ସ୍ଥାନରେ କୌଣସି ପ୍ରକାର ହିଂସାକୁ ରୋକିବା ପାଇଁ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଦେଖିବାକୁ ମିଳିଛି। ପୋଲିସ ଜାତୀୟ ରାଜପଥରେ ବାରିକେଡ ଲଗାଇବା ସହ ରାସ୍ତାରେ କଣ୍ଟା ପୋତିଥିବା ଦେଖିବାକୁ ମିଳିଛି ।

ଏପରି ପରିସ୍ଥିତିରେ ସୁଦ୍ଧା ଭାରତୀୟ କିଶାନ ମୋର୍ଚ୍ଚାର ନେତା ରାକେଶ ଟିକାୟତ କୌଣସି ପରିସ୍ଥିତିରେ ଆନ୍ଦୋଳନ ପ୍ରତ୍ୟାହାର କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ସରକାର କଥାବାର୍ତ୍ତା ମାଧମରେ ଏହାର ସମାଧାନ କରନ୍ତୁ ବୋଲି ମଧ୍ୟ କହିଛନ୍ତି ଟିକାୟତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.