ଗୌହାଟୀ: ନିର୍ବାଚନ ପରେ ଆମେ ଆସାମରେ କାର୍ଯ୍ୟକାରୀ କରିବୁ ସିଏଏ । ଏନେଇ ସ୍ପଷ୍ଟ କରିଛନ୍ତି ଆସାମ ବିଜେପି ସଭାପତି ରଞ୍ଜିତ କୁମାର ଦାସ । ଆସାମ ବିଜେପି ମୁଖ୍ୟ କହିଛନ୍ତି ଯେ ଆମେ ସଂସଦରେ ଏହି ବିଲ ପାସ କରିସାରିଛୁ ନିର୍ବାଚନ ପରେ ଆମେ ନାଗରିକ ସଂଶୋଧନ ଆଇନ ଆସାମରେ ଲାଗୁ କରିବୁ ।
ବର୍ତ୍ତମାନ ଆସାମରେ ଜୋରସୋରରେ ଚାଲିଛି ନିର୍ବାଚନ ପ୍ରଚାର ପ୍ରସାର । କିନ୍ତୁ ଆସାମର ବିଜେପି ନେତା ମାନେ ସିଏଏ ମୁଦ୍ଦା ଠାରୁ ଦୂରେଇ ରହୁଛନ୍ତି । ସୂଚନାଥାଉକି ସିଏଏ ବିଲ ସଂସଦର ପାସ ହେବା ପରେ ଆସାମରେ ଏହାକୁ ବିରୋଧ କରି ବ୍ୟାପକ ହିଂସା ସୃଷ୍ଟି ହୋଇଥିଲା ।ଏହାକୁ ନେଇ ଆସାମ ବିଜେପି ସଭାପତି ରଞ୍ଜିତ କୁମାର ଦାସ ମୌଜିର ଏକ ନିର୍ବାଚନ ସଭାର କହିଛନ୍ତି ଯେ ଆମେ ସଂସଦର ସିଏଏ ବିଲ ପାସ କରିଛୁ । ଆମେ ନିର୍ବାଚନରେ ବିଜୟ ହାସଲ କଲେ ନିଶ୍ଚିତ ଭବାରେ ଆସାମରେ ନାଗରିକ ସଂଶୋଧନ ଆଇନ କାର୍ଯ୍ୟକାରୀ କରାଯିବ । ଆମେ ଏହି ଆଇନକୁ ନେଇ କୌଣସି ପ୍ରକାରର ପଛଘୁଞ୍ଚା ଦେବାର ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି । ସେ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଟାର୍ଗେଟ କରି କହିଛନ୍ତି ସେ ସିଏଏ ବିଷୟର କୌଣସି ଧାରଣା ନାହିଁ । ଆମ ଦଳର ଜଣେ ସାଧାରଣ କର୍ମକର୍ତ୍ତା ସିଏଏକୁ ବୁଝି ପାରୁଛି କିନ୍ତୁ ରାହୁଲ ଗାନ୍ଧୀ ବୁଝି ପାରୁନାହାଁନ୍ତି ବୋଲି କହିଛନ୍ତି ।
ସିଏଏ ଆଇନ ସଂସଦରେ ପାରିତ ହେବା ପରେ ଆସାମରେ ବ୍ୟାପକ ହିଂସା ସୃଷ୍ଟି ହୋଇଥିଲା । ଯାହା ନିର୍ବାଚନର ପ୍ରଭାବ ପକାଇନା ନାହିଁ ତାହା ନିର୍ବାଚନ ଫଳାଫଳ ପରେ ଜଣାପଡିବ । ସୂଚନାଥାଉକି ଆସାମରେ 126 ସିଟି ବିଶିଷ୍ଟ ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ । ମୋଟ ତିନୋଟ ପର୍ଯ୍ୟାୟରେ ହେବ ନିର୍ବାଚନ । ମେ 2 ତାରିଖରେ ଫଳାଫଳ ବାହାରିବ ।
@ANI