ETV Bharat / bharat

2024ରେ ରାହୁଲ କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ! ଇସାରା ଦେଲେ ଭୂପେଶ ବଘେଲ

author img

By

Published : Feb 26, 2023, 6:16 PM IST

ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ କଂଗ୍ରେସ ଉତ୍ସାହୀ । ବିରୋଧୀ ମଧ୍ୟ ସହମତି ପ୍ରକାଶ କରିବା ନେଇ ଆଶାବାଦୀ ଥିବା କହିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ବଘେଲ । ଅଧିକ ପଢନ୍ତୁ

2024 ରେ ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଚାହୁଁଛୁ : ଭୂପେଶ ବଘେଲ

ରାୟପୁର: ଦଳର ପୂର୍ବତନ ଅଧ୍ୟକ୍ଷ ତଥା ଓ୍ବାଇନାଡ ସାଂସଦ ରାହୁଲ ଗାନ୍ଧୀଙ୍କୁ 2024 ସାଧାରଣ ନିର୍ବାଚନରେ ଦଳ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବାକୁ ଇଚ୍ଛୁକ ବୋଲି ସଙ୍କେତ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ଆଜି (ରବିବାର) ରାଜଧାନୀ ରାୟପୁରରେ ଜାରି ରହିଥିବା 3 ଦିନିଆ ଦଳୀୟ ମହାଧିବେଶନର ଅନ୍ତିମ ତଥା ଉଦଯାପନୀ ଦିବସରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବଘେଲ ରାହୁଲଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ବ ଆଡକୁ ଇସାରା ଦେଇଛନ୍ତି ।

ବଘେଲ କହିଛନ୍ତି,‘‘ରାହୁଲଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିବା ପାଇଁ କଂଗ୍ରେସ ଉତ୍ସାହୀ । ଅନ୍ୟ ସହଯୋଗୀ ବିରୋଧୀ ଦଳମାନେ ମଧ୍ୟ ରାହୁଲଙ୍କ ନାମରେ ସହମତି ପ୍ରକାଶ କରିବା ନେଇ ଆମେ ଆଶାବାଦୀ ମଧ୍ୟ ।’’ ଅନ୍ୟ ବିରୋଧୀ ଦଳଗୁଡିକ ରାହୁଲଙ୍କୁ ମିଳିତ ବିରୋଧୀ ମଞ୍ଚର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ଗ୍ରହଣ କରିବେ କି ବୋଲି ଗଣମାଧ୍ୟମ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ବଘେଲ କହିଛନ୍ତି, ସମୟ ଅନୁସାରେ ସ୍ଥିତିରେ ମଧ୍ୟ ପରିବର୍ତ୍ତନ ଆସିବ । ସେମାନେ ସମସ୍ତେ ଏକମତ ହେବେ ବୋଲି କଂଗ୍ରେସ ଆଶାବାଦୀ ଅଛି ।

ସେହିପରି ବଘେଲ ନିର୍ବାଚନରେ ମତଦାନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇ ଇଭିଏମର ପାରଦର୍ଶିତା ଉପରେ ବର୍ଷିଛନ୍ତି । ଲୋକେ ଇିଭିଏମ ଉପରୁ ଆସ୍ଥା ହରାଇ ସାରିଲେଣି । ଆସନ୍ତା ନିର୍ବାଚନରେ ଇଭିଏମ ପରିବର୍ତ୍ତେ ବାଲାଟ ପେପରରେ ମତଦାନ ହେବା ଉଚିତ୍‌ ବୋଲି କହିଥିଲେ ବଘେଲ । ତେବେ ସେ ନାଁ ନେଇ ଏଥିପାଇଁ ଭାରତୀୟ ଜନତା ପାର୍ଟି ଏକମତ ହେବ ନାହିଁ ବୋଲି ପରୋକ୍ଷରେ କହିଥିଲେ । ରାୟପୁରରେ 3ଦିନ ଧରି ଜାରି ରହିଥିବା ଦଳୀୟ ମହାଧିବେଶନ ଆଜି ଶେଷ ହୋଇଛି । ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନ ଅଧ୍ୟକ୍ଷା ତଥା ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀ, ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଜାତୀୟ କାର୍ଯ୍ୟକାରିଣୀ ଓ ବିଭିନ୍ନ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରିଣୀର ସମସ୍ତ ସଦସ୍ୟ ଏହି ମାନସମନ୍ଥନରେ ଅଂଶଗ୍ରହଣ କରିଥିଲେ ।

ଏହି ମହାଧିବେଶନରେ ଦଳ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରିଛି । କଂଗ୍ରେସକୁ ସଶକ୍ତ ଏବଂ ସୁଦୃଢ଼ କରିବାକୁ ରଣନୀତି ପ୍ରସ୍ତୁତ ହୋଇଛି । ବିଭିନ୍ନ ପ୍ରସଙ୍ଗରେ ଦଳ ପକ୍ଷରୁ 6 ସୁତ୍ରୀ ଏଜେଣ୍ଡା ଉପରେ ଚୂଡାନ୍ତ ନିଷ୍ପତ୍ତି ହୋଇଥିବା ମଧ୍ୟ ସୂଚନା ମିଳିଛି । ଅନ୍ତିମ ଦିବସରେ ଦଳର ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.