ETV Bharat / bharat

BJP National Executive Meet: ଚଳିତ ବର୍ଷ ପରାଜୟ ଚାହୁଁନି ବିଜେପି, 9ରାଜ୍ୟରେ ଜିତିବାକୁ ପଡିବ କହିଲେ ନଡ୍ଡା

author img

By

Published : Jan 16, 2023, 10:52 PM IST

ନୂଆଦିଲ୍ଲୀ ଏନଡିଏମ କନଭେନ୍ସ ସେଣ୍ଟରରେ ଆଜି ଠାରୁ ଆରମ୍ଭ ହୋଇଛି ବିଜେପିର ଦୁଇ ଦିନିଆ ଜାତୀୟ କାର୍ଯ୍ୟକାରୀଣି । ଅଧିକ ପଢନ୍ତୁ

BJP National Executive meet
BJP National Executive meet

ନୂଆଦିଲ୍ଲୀ: ଚଳିତ ବର୍ଷ ହେବାକୁ ଥିବା ସମସ୍ତ ବିଧାନସଭା ନିର୍ବାଚନରେ ବିଜେପିକୁ ବିଜୟୀ କରାଇବାକୁ ପଡିବ । ଦଳ 2023 ରେ ଗୋଟିଏ ବି ପରାଜୟ ଦେଖିବାକୁ ଚାହୁଁନାହିଁ । ହିନ୍ଦୀ ହାର୍ଟ ଲ୍ୟାଣ୍ଡ ଠାରୁ ଆରମ୍ଭ କରି ନର୍ଥ ଇଷ୍ଟର ପାହାଡି ରାଜ୍ୟ ଯାଏଁ ସବୁଠି ପଦ୍ମ ଫୁଟାଇବାକୁ ଦଳ ଯୋଜନା କରିଛି । ଏଥିପାଇଁ ସମସ୍ତ ନେତା କର୍ମୀ ପ୍ରସ୍ତୁତ ରୁହନ୍ତୁ । ଆଜି (ସୋମବାର) ଠାରୁ ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବା ଦଳୀୟ ଜାତୀୟ କାର୍ଯ୍ୟକାରିଣୀର ଉଦଘାଟନୀ ସମାବେଶକୁ ସମ୍ବୋଧିତ କରି ଏହା କହିଛନ୍ତି ବିଜେପି ଜାତୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ।

  • मोदी, मोदी...

    के नारों से दिल्ली की जनता और पार्टी कार्यकर्ताओं ने पीएम श्री @narendramodi का किया जोरदार स्वागत।#BJPNEC2023 pic.twitter.com/XTMKvWpQCX

    — BJP (@BJP4India) January 16, 2023 " class="align-text-top noRightClick twitterSection" data=" ">

ନୂଆଦିଲ୍ଲୀ ଏନଡିଏମ କନଭେନ୍ସ ସେଣ୍ଟରରେ ଆଜି ଠାରୁ ଆରମ୍ଭ ହୋଇଛି ବିଜେପିର ଦୁଇଦିନିଆ ଜାତୀୟ କାର୍ଯ୍ୟକାରୀଣି । ଉଦଘାଟନୀ ସମାବେଶକୁ ସମ୍ବୋଧିତ କରି ଜେପି ନଡ୍ଡା କହିଛନ୍ତି ଚଳିତ ବର୍ଷ ଭାରତୀୟ ଜନତା ପାର୍ଟି ପାଇଁ ବେଶ ଗୁରୁତପୂର୍ଣ୍ଣ । କାରଣ ଆମେ ଦେଶର 9 ଟି ପ୍ରଦେଶରେ ନିର୍ବାଚନ ଲଢିବାକୁ ଯାଉଛୁ । ସବୁ ପ୍ରଦେଶରେ ଦଳକୁ ବିଜୟୀ କରାଇବାକୁ ପଡିବ । ଉଦଘାଟନୀ ବୈଠକ ଶେଷ ପରେ ଗଣମାଧ୍ୟମକୁ ସୂଚନା ଦେଇ ବରିଷ୍ଠ ନେତା ତଥା ସାଂସଦ ରବି ଶଙ୍କର ପ୍ରସାଦ କହିଛନ୍ତି ଯେ ଆଜି ଠାରୁ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ଆରମ୍ଭ ହୋଇଛି । କାର୍ଯ୍ୟକାରିଣୀରେ ଏକାଧିକ ପ୍ରସ୍ତାବ ଆସିବ। ବିସ୍ତୃତ ଆଲୋଚନା ହେବ । ପ୍ରସ୍ତାବ ପାରିତ ହେବ । ଦଳର ଜାତୀୟ ଅଧ୍ୟକ୍ଷ ଚଳିତ ବର୍ଷ ହେବାକୁ ଥିବା ସମସ୍ତ ପ୍ରଦେଶର ବିଧାନସଭା ନିର୍ବାଚନରେ ଦଳକୁ ଜିତାଇବା ପାଇଁ ଆହ୍ବାନ ଦେଇଛନ୍ତି । ଏଥିପାଇଁ ସମସ୍ତ ଦଳୀୟ ନେତା କର୍ମୀଙ୍କୁ ମୈଦାନରେ କାମ ଆରମ୍ଭ କରିବାକୁ ଆହ୍ବାନ ଦେଇଛନ୍ତି ।

ଜାତୀୟ କାର୍ଯ୍ୟକାରିଣୀ ଉଦଘାଟନୀ ସମାବେଶକୁ ସମ୍ବୋଧିତ କରି ଦଳର ଜାତୀୟ ଅଧ୍ୟକ୍ଷ ନଡ୍ଡା କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ଆଜି ଦେଶ ବିକାଶ ବେଗ ବଢାଇଛି । ବିଶ୍ବର ପଞ୍ଚମ ଅର୍ଥନୀତି ଶକ୍ତି ଭାବେ ଦେଶ ଉଭା ହୋଇଛି । ଦେଶର ସୁରକ୍ଷା, ଖାଦ୍ୟନ୍ବୟନ, ଭିତ୍ତିଭୂମି, ଆତ୍ମନିର୍ଭର ଭାରତ, ଆଟୋମାବଇ, ଯୋଗାଯୋଗ, ସ୍ବାସ୍ଥ୍ୟ ଶିକ୍ଷା, ଗବେଷଣା ଭଳି କ୍ଷେତ୍ରରେ ଦେଶ ଆଗକୁ ବଢୁଛି । ଏଥିପାଇଁ କାର୍ଯ୍ୟକାରିଣୀରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯାଇଛି ।

ଆଜି ଠାରୁ ଆରମ୍ଭ ହୋଇଥିବା ବିଜେପିର ଜାତୀୟ କାର୍ଯ୍ୟକାରିଣୀ ଆସନ୍ତାକାଲି ସଂଧ୍ୟାରେ ସମାପନ ହେବ । କାର୍ଯ୍ୟକାରିଣୀ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ, ଅର୍ଥମନ୍ତ୍ରୀ, ବୈଦେଶିକ ମନ୍ତ୍ରୀଙ୍କ ସମେତ, 37 ଜଣ କେନ୍ଦ୍ରମନ୍ତ୍ରୀ, 12 ଜଣ ମୁଖ୍ୟମନ୍ତ୍ରୀ, ବିଜେପିର ସମସ୍ତ ରାଜ୍ୟର ସଭାପତି, ଜାତୀୟ ମହାମନ୍ତ୍ରୀଙ୍କ ସମେତ କାର୍ଯ୍ୟକାରିଣୀ ସଦସ୍ୟ ସାମିଲ ହୋଇଛନ୍ତି ।

  • भाजपा राष्ट्रीय अध्यक्ष श्री @JPNadda ने आज पार्टी की राष्ट्रीय कार्यकारिणी बैठक में एक प्रदर्शनी का उद्घाटन किया।#BJPNEC2023 pic.twitter.com/ySDx5QKnPI

ସୂଚନାଯୋଗ୍ୟ ଯେ ଆସନ୍ତାବର୍ଷ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଥିବାବେଳେ, ଚଳିତ ବର୍ଷ ଦେଶର 9 ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ଏଥିପାଇଁ ବିଜେପି ରଣନୀତି ପ୍ରସ୍ତୁତ କରିବା ସହ କାର୍ଯ୍ୟକାରିଣୀରେ ପ୍ରସ୍ତାବ ପାରିତ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.