ETV Bharat / bharat

ନିର୍ବାଚନ ପୂର୍ବରୁ କର୍ଣ୍ଣାଟକ ବିଜେପିରେ ଫାଟ ! ୟେଦ୍ଦୁରପ୍ପା କହିଲେ ଏକାଠି ଅଛୁ - ବରିଷ୍ଠ ବିଜେପି ନେତା ବିଏସ ୟାଦ୍ଦିରୋପ୍ପା

କର୍ଣ୍ଣାଟକରେ ବିଜେପି ପୁଣି କ୍ଷମତାକୁ ଫେରିବା ନେଇ ଆଶାବାଦୀ ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ୟେଦ୍ଦୁରପ୍ପା । କହିଲେ ମୁଖ୍ୟମନ୍ତ୍ରୀ ଓ ମୋ ଭିତରେ ମତାନ୍ତର ଥିବା ଗୁଜବ । ଆମେ ଏକାଠି । ଅଧିକ ପଢନ୍ତୁ

ଆମର କୌଣସି ଦ୍ବନ୍ଦ୍ବ ନାହିଁ, ଆମେ ଏକାଠି: ୟାଦ୍ଦିରୋପ୍ପା

author img

By

Published : Feb 4, 2023, 7:34 PM IST

ହାଇଦ୍ରାବାଦ: ଆମ ଭିତରେ କୌଣସି ଦ୍ବନ୍ଦ୍ବ ନାହିଁ, ଆମେ ଏକାଠି ଅଛୁ । ରାଜ୍ୟରେ ପୁଣି ଥରେ କ୍ଷମତାକୁ ଆସିବାକୁ ଯାଉଛୁ, ଏଥିରେ ସନ୍ଦେହ ନାହିଁ । ଆମେ ପୁଣି ଥରେ ସରକାର ଗଠନ କରିବୁ । ରାଜ୍ୟରେ ପୁଣି ଥରେ କମଲ ଖେଳିବାକୁ ଯାଉଛି ବୋଲି କହିଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବି.ଏସ ୟେଦ୍ଦୁରପ୍ପା ।

ରାଜ୍ୟ ବିଜେପିର ଏକ ସ୍ବତନ୍ତ୍ର କାର୍ଯ୍ୟକାରିଣୀକୁ ସମ୍ବୋଧିତ କରି ୟେଦ୍ଦୁରପ୍ପା କହିଛନ୍ତି, ଚଳିତ ସାଧାରଣ ବଜେଟରେ କର୍ଣ୍ଣାଟକକୁ ଭଲ ଅନୁଦାନ ମିଳିଛି । ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପି 130 ରୁ 140 ଆସନ ଜିତି ପୁଣି ଥରେ ସରକାର ଗଠନ କରିବାକୁ ଯାଉଛୁ । ତେବେ ତାଙ୍କର ଓ ମୁଖ୍ୟମନ୍ତ୍ରୀ ବୋମ୍ମାଇଙ୍କ ମଧ୍ୟରେ ମତାନ୍ତର ଚର୍ଚ୍ଚାକୁ ଖଣ୍ଡନ କରିବା ସହ ସେ ଏହାକୁ ଗୁଜବ ବୋଲି କହିଛନ୍ତି । ଭାରତୀୟ ଜନତା ପାର୍ଟି କର୍ଣ୍ଣାଟକରେ କ୍ଷମତା ବଜାୟ ରଖିବ, କୌଣସି ଶକ୍ତି ଏହାକୁ ରୋକି ପାରିବ ନାହିଁ ବୋଲି ସେ ମତ ଦେଇଛନ୍ତି ।

ୟେଦ୍ଦୁରପ୍ପା କହିଛନ୍ତି, "ଆମ ସରକାରରେ ପ୍ରତ୍ୟେକ ଘରେ ବିକାଶ ପହଞ୍ଚିଛି । ସରକାରୀ ଯୋଜନାର ପ୍ରକୃତ ରୁପାୟନ ସଫଳ ହୋଇଛି । ସାଧାରଣ ବଜେଟରେ କର୍ଣ୍ଣାଟକ ଭଲ ଅନୁଦାନ ପାଇଛି । ରାଜ୍ୟ ବଜେଟରେ ମଧ୍ୟ ସାଧାରଣ ଲୋକ ବେଶି ଲାଭାନ୍ବିତ ହେବାକୁ ଯାଉଛନ୍ତି । ପ୍ରଦେଶର ପଛୁଆ ବର୍ଗ ଓ ଅନୁସୂଚୀତ ବର୍ଗର ଲୋକଙ୍କ ପାଇଁ କାର୍ଯ୍ୟ କରିବାର ସମୟ ଆସିଛି । ଆମ ସମସ୍ତଙ୍କ ମଧ୍ୟରେ ଆତ୍ମବିଶ୍ବାସ ରହିବା ଜରୁରୀ । ଭାରତୀୟ ଜନତା ପାର୍ଟିକୁ ବିଜୟରୁ କେହି ରୋକି ପାରିବେ ନାହିଁ ।’’

ସେହିପରି ସେ କଂଗ୍ରେସ ଉପରେ ମଧ୍ୟ ବର୍ଷିଛନ୍ତି । ବିଜେପି ଶାସନରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଜାରି ରହିଛି । ଆମ୍ବେଦକର ଭବନ ମଧ୍ୟ ନିର୍ମାଣ କରାଯାଉଛି । କଂଗ୍ରେସ ଏବେ ବସ ଯାତ୍ରା କରୁଛି । ହେଲେ କଂଗ୍ରେସରେ ଅସନ୍ତୋଷ ସ୍ପଷ୍ଟ ଦେଖାଯାଉଛି । ଏହା କଂଗ୍ରେସ ମଧ୍ୟରେ ସବୁବେଳେ ଥାଏ ବୋଲି ୟେଦ୍ଦୁରପ୍ପା କହିଛନ୍ତି । ଚଳିତବର୍ଷ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ବିଜେପି ଶାସନରେ ଥିବା ବେଳେ ଚଳିତଥର ମଧ୍ୟ କ୍ଷମତା ବଜାୟ ରଖିବାକୁ ପ୍ରୟାସ ଜାରି ରଖିଛି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକାଧିକ ଥର କର୍ଣ୍ଣାଟକ ଗସ୍ତ କରି ଏକାଧିକ ପ୍ରକଳ୍ପର ଶୁଭାରମ୍ଭ କରିସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.