ETV Bharat / bharat

ପଶ୍ଚିମବଙ୍ଗ ନିର୍ବାଚନ; ଟିଏମସି ପ୍ରସ୍ତୁତ କରୁଛି ରଣନୀତି

author img

By

Published : Mar 1, 2021, 12:16 PM IST

ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଆଜି ପଶ୍ଚିମବଙ୍ଗରେ ବସିଛି ନିର୍ବାଚନୀ କମିଟି ବୈଠକ । ଏହାର ଅଧ୍ୟକ୍ଷତା କରୁଛନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ । ଅଧିକ ପଢନ୍ତୁ...

ପଶ୍ଚିମବଙ୍ଗ ନିର୍ବାଚନ
ପଶ୍ଚିମବଙ୍ଗ ନିର୍ବାଚନ

କୋଲକାତା: ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଆଜି ପଶ୍ଚିମବଙ୍ଗରେ ବସିଛି ନିର୍ବାଚନୀ କମିଟି ବୈଠକ । ତୃଣମୂଳ କଂଗ୍ରେସର ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ । ଆଗାମୀ ନିର୍ବାଚନୀ ନେଇ ରଣନୀତି ପ୍ରସ୍ତୁତ କରାଯିବ । ଏହି ନିର୍ବାଚନୀ କମିଟିରେ ଦଳ ପ୍ରଚାରପ୍ରସାର ପାଇଁ ଯୋଜନା କରିବ ।

ସେପଟେ, ଆଜି ଆରଜେଡି ନେତା ତେଜସ୍ବୀ ଯାଦବ ମମତା ବାନାର୍ଜୀଙ୍କୁ ଭେଟିବେ । ନିର୍ବାଚନ ନେଇ ଉଭୟଙ୍କ ମଧ୍ୟରେ ହୋଇପାରେ ଆଲୋଚନା ।

ଚଳିତ ଥର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ 8ଟି ପର୍ଯ୍ୟାୟରେ କରାଯିବ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ମାର୍ଚ୍ଚ 27ରୁ ଆରମ୍ଭ । ମେ 2 ରେ ନିର୍ବାଚନର ଫଳାପଳ ବାହାରିବ । ଏଥର ତ୍ରିମୁଖୀ ଲଢେଇ ହେବ । ତୃଣମୂଳ କଂଗ୍ରେସ, କଂଗ୍ରେସ ବାମ ମେଣ୍ଟ ଓ ବିଜେପି ମଧ୍ୟରେ ଦେଖିବାକୁ ମିଳିବ ।

ଅନ୍ୟପଟେ, ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ଲଗାତର ତୃତୀୟ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏଥର ବିଜେପି 200 ଆସନ ସହ ସରକାର ଗଢିବ ବୋଲି ଦୃଢୋକ୍ତି ପ୍ରକାଶ କରିଛି ।

ସୂଚନାଯୋଗ୍ୟ, 2016ରେ 294 ସିଟ ବିଶିଷ୍ଟ ବିଧାନସଭାରେ କଂଗ୍ରେସ ମାତ୍ର 44 ସିଟ ଅକ୍ତିଆର କରିଥିଲା । ବାମଦଳ 33 ସିଟରେ ବିଜୟ ହୋଇଛି । ସେହିପରି ଶାସକ ଦଳ ଟିଏମସି 211 ଟି ସିଟ ବାଜି ମାରିଥିବାବେଳେ ବିଜେପିକୁ ମିଳିଥିଲା ମାତ୍ର 3ଟି ସିଟ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.