ETV Bharat / bharat

ସ୍ପେନ୍‌ରେ ସାଧାରଣ କୋଚ୍‌ରେ ଟ୍ରେନ ଯାତ୍ରା କଲେ ମମତା

author img

By ETV Bharat Odisha Team

Published : Sep 17, 2023, 11:00 PM IST

ସ୍ପେନରେ ଟ୍ରେନରେ ସାଧାରଣ କୋଚରେ ଯାତ୍ରା କଲେ ମମତା । ପୂର୍ବରୁ ହୋଇଥିବା ପ୍ରଥମ ଶ୍ରେଣୀ ଟିକେଟରେ ଯାତ୍ରା କରିବାକୁ ଭାରତର ରାଷ୍ଟ୍ରଦୂତଙ୍କ ଅନୁରୋଧକୁ କଲେ ପ୍ରତ୍ୟାଖାନ । ଅଧିକ ପଢନ୍ତୁ

ସ୍ପେନରେ ସାଧାରଣ କୋଚରେ ଟ୍ରେନ ଯାତ୍ରା କଲେ ମମତା

ହାଇଦ୍ରାବାଦ: ଏକ ଇନଭେଷ୍ଟମେଣ୍ଟ କନକ୍ଲେଭରେ ଯୋଗଦେବା ପାଇଁ ଏବେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ପେନ ଗସ୍ତରେ ରହିଛନ୍ତି । ତେବେ ପ୍ରତିଦିନ ମମତାଙ୍କର ଏହି ଗସ୍ତ ସମ୍ପର୍କିତ ଚର୍ଚ୍ଚିତ ଖବର ଆସିବାରେ ଲାଗିଛି । କେତେବେଳେ ବିମାନ ବନ୍ଦରରେ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲସିଙ୍ଘେଙ୍କ ସହ ମେଣ୍ଟ ସମ୍ପର୍କିତ କଥାବାର୍ତ୍ତା ହେଉ କି, କେତେବେଳେ ସ୍ପେନରେ ଶାଢ଼ୀ ଓ ସ୍ଲିପରରେ ଜଗିଂ କରି ଚର୍ଚ୍ଚାକୁ ଆସିଛନ୍ତି ମମତା । ତେବେ ଏହି କ୍ରମରେ ଅନ୍ୟ ଏକ ଘଟଣା ମଧ୍ୟ ସାମ୍ନାକୁ ଆସିଛି । ମମତା ମାଦ୍ରିଦରୁ ବାର୍କୋଲୋନାକୁ ଟ୍ରେନ୍‌ ଯୋଗେ ଯାତ୍ରା କରିଛନ୍ତି । ତେବେ ଏହି ଟ୍ରେନ୍‌ ଯାତ୍ରାରେ ମମତା ଟ୍ରେନରେ ପ୍ରଥମ ଶ୍ରେଣୀ ଟିକେଟ ପରିବର୍ତ୍ତେ ସାଧାରଣ କୋଚ୍‌ରେ ଯାତ୍ରା କରି ଚର୍ଚ୍ଚାକୁ ଆସିଛନ୍ତି । ମାଦ୍ରିଦରୁ ବାର୍ସିଲୋନା ଯାତ୍ରା କରିବାକୁ ମାତ୍ର ତିନି ଘଣ୍ଟାରୁ ଅଧିକ ସମୟ ଲାଗିଥାଏ । ମମତା ଏହି ରାସ୍ତା ଏକ ସାଧାରଣ ଟିକେଟରେ ଶେଷ କରିଛନ୍ତି ।

ସ୍ପେନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଦୀନେଶ ପଟ୍ଟନାୟକ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତାଙ୍କ ପାଇଁ ଟ୍ରେନରେ ପ୍ରଥମ ଶ୍ରେଣୀରେ ଯାତ୍ରା କରିବାର ପୂର୍ବରୁ ସମସ୍ତ ବ୍ୟବସ୍ଥା କରିଥିଲେ । ଯେତେବେଳେ ମୁଖ୍ୟମନ୍ତ୍ରୀ ରେଳ ଷ୍ଟେସନରେ ପହଞ୍ଚିଲେ ସେତେବେଳେ ସେ ମଧ୍ୟ ତାଙ୍କୁ ପ୍ରଥମ ଶ୍ରେଣୀ ଯାତ୍ରା କରିବାର ସମସ୍ତ ବ୍ୟବସ୍ଥା ଥିବା ସମ୍ପର୍କରେ ଅବଗତ କରିଥିଲେ । କିନ୍ତୁ ମମତା ସରଳ ଜୀବନଯାପନ କରିବାକୁ ପସନ୍ଦ କରୁଥିବା ଦର୍ଶାଇବାକୁ ପ୍ରୟାସ କରିଥିଲେ । ତେଣୁ ମମତା ସ୍ଥାନୀୟ ସାଧାରଣ ଲୋକଙ୍କ ସହ ଏକ ସାଧାରଣ କୋଚରେ ବାର୍କୋଲୋନା ଅଭିମୁଖେ ଯାତ୍ରା କରିଥିଲେ । ଏକ ସାଧାରଣ କୋଚରେ ଏକ ସିଟରେ ମମତା ବସିଥିବା ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ :- ସ୍ପେନରୁ ଦିଦିଙ୍କ ଇଂଷ୍ଟା ପୋଷ୍ଟ, ଶାଢୀ ଆଉ ସ୍ଲିପରରେ ଜଗିଂ

ଗସ୍ତର ପ୍ରଥମ ଦିନରେ ମମତାଙ୍କ ସମ୍ପର୍କରେ ଅନ୍ୟ ଏକ ରୋଚକ ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା । ସେ ଦୁବାଇ ବିମାନ ବନ୍ଦରରେ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବ୍ରିକ୍ରମସିଙ୍ଘେଙ୍କୁ ଭେଟିଥିଲେ । ଉଭୟ କିଛି ସମୟ ବାର୍ତ୍ତାଳାପ ମଧ୍ୟ କରିଥିଲେ । ଏହି ସମୟରେ ପଡୋଶୀ ରାଷ୍ଟ୍ରପତି ତାଙ୍କୁ ସିଧା ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ନେତୃତ୍ବ କଥା ପଚାରିଥିଲେ । ସେ ମେଣ୍ଟର ନେତୃତ୍ବ ନେବେ ବୋଲି ପ୍ରଶ୍ନ କରିଥିଲେ ଶ୍ରୀଲଙ୍କା ରାଷ୍ଟ୍ରପତି ସିଙ୍ଘେ । ତେବେ ଏହି ପ୍ରଶ୍ନର ଉତ୍ତର ରାଜନୈତିକ ଭାଷାରେ ଜବାବ ଦେଇଥିଲେ ଦିଦି । କହିଥିଲେ, ତାହା ଲୋକେ ସ୍ଥିର କରିବେ । ଲୋକେ ଚାହିଁଲେ ବିରୋଧୀ ମେଣ୍ଟ 2024ରେ ଶାସନକୁ ଆସିବ । ମେଣ୍ଟର ନେତା କି’ଏ ହେବ ସେନେଇ ମଧ୍ୟ ଲୋକେ ନିଷ୍ପତ୍ତି ନେବେ ବୋଲି ମମତା କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.