ETV Bharat / bharat

Singer KKs death: କେମିତି ହେଲା KKଙ୍କ ମୃତ୍ୟୁ ? ତଦନ୍ତ ଦାବିରେ ଶାହଙ୍କୁ ଚିଠି ଲେଖିଲେ ବିଜେପି ସାଂସଦ

author img

By

Published : Jun 2, 2022, 5:16 PM IST

Updated : Jun 2, 2022, 5:33 PM IST

କଣ୍ଠଶିଳ୍ପୀ କେକେଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ । ତଦନ୍ତ ଦାବି କରି କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ସାଂସଦ ସୌମିତ୍ର ଖାନ । ଚିଠିରେ ଉଲ୍ଲେଖ କଲେ କାର୍ଯ୍ୟକ୍ରମ ସମୟର ଏକାଧିକ ଆପତ୍ତିଜନକ ସ୍ଥିତି । ଅଧିକ ପଢନ୍ତୁ

Singer KKs death:ତଦନ୍ତ ଦାବିରେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ସାଂସଦ ସୌମିତ୍ର ଖାନ

କୋଲକାତା: ବଲିଉଡ କଣ୍ଠଶିଳ୍ପୀ କେକେଙ୍କ ମୃତ୍ୟୁ ପରେ ସସପେନ୍ସ ବଢିବାରେ ଲାଗିଛି । ଆଜି (ଗୁରୁବାର) ଏନଇ ତଦନ୍ତ ଦାବି କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଛନ୍ତି ପଶ୍ଚିମବଙ୍ଗର ବିଜେପି ସାଂସଦ ସୌମିତ୍ର ଖାନ । ଖାନ ତାଙ୍କ ଚିଠିରେ ଦର୍ଶାଇଛନ୍ତି କାର୍ଯ୍ୟକ୍ରମ ଆୟୋଜନରେ ଚରମ ଅବହେଳା ସାମ୍ନାକୁ ଆସିଛି । ଉକ୍ତ ଅଡିଟୋରିଅମରେ ମାତ୍ର 3 ହଜାର ଦର୍ଶକଙ୍କ ପ୍ରବେଶ କ୍ଷମତା ଥିବା ବେଳେ ପ୍ରାୟ 7 ହଜାରରୁ ଉର୍ଦ୍ଧ୍ବ ଦର୍ଶକଙ୍କୁ ଉକ୍ତ ହଲରେ ପ୍ରବେଶ ଅନୁମତି ମିଳିଥିଲା ।

  • WB BJP MP Saumitra Khan writes to Union HM Amit Shah on singer KK's death seeking enquiry on "permitting 7000 people inside auditorium instead of its capacity of 3000, on why show was held when ACs weren't functioning & on presence of TMC leaders in the hospital KK was admitted" pic.twitter.com/Noi78riYYV

    — ANI (@ANI) June 2, 2022 " class="align-text-top noRightClick twitterSection" data=" ">

କାର୍ଯ୍ୟକ୍ରମ ସମୟରେ ମଞ୍ଚରେ AC କାମ ନକରିବା ପରେ ମଧ୍ୟ କାର୍ଯ୍ୟକ୍ରମକୁ ଆଗେଇବା । କେକେ ଅସୁସ୍ଥ ହେବା ପରେ ହସ୍ପିଟାଲରେ TMC ନେତା ଉପସ୍ଥିତ ରହିବା ଆଦି ଘଟାଣାରେ ସେ ତଦନ୍ତ ଦାବି କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଛନ୍ତି । ତେବେ କେକେଙ୍କ ମୃତ୍ୟୁକୁ ଦୁଇ ଦିନ ବିତି ସାରିଥିବା ବେଳେ ମୃତ୍ୟୁର ନିର୍ଦ୍ଦିଷ୍ଟ କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳି ପାରିନାହିଁ । ଆଜି ତାଙ୍କର ଶେଷକୃତ୍ୟ ମୁମ୍ବାଇରେ ସମ୍ପନ୍ନ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 2, 2022, 5:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.