ଅମରାବତୀ: ନିଜର ସ୍ମୃତିକୁ ବଞ୍ଚାଇବା ପାଇଁ ଲୋକେ ବିଭିନ୍ନ ପ୍ରକାରର କଳାକୃତିକୁ ଆପଣେଇଥାନ୍ତି । କିନ୍ତୁ ନିଜ ନିଜ ପେଶାକୁ ସାଇତି ରଖିବା ପାଇଁ ଘର ଛାତ ଉପରେ ପାଣିଟାଙ୍କିକୁ ସେହି ରୂପ ଦେବା ଏକ ନିଆରା କଳାକୃତି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । ଆମେ କହୁଛୁ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାସ୍ଥିତ କୋଲୁରୁ ଗାଁ କଥା । ଏହି ଗାଁରେ ଦେଖିବାକୁ ମିଳିଛି ଅଦ୍ଭୁତ କଳାକୃତି । ଏଠରେ ଗାଡି ମୁଣ୍ଡାଇଛି ପାଣିଟାଙ୍କି ।
ଏହି ଗାଁର ପ୍ରତ୍ୟେକଙ୍କ ଘର ଛାତ ଉପରେ ଦେଖିବାକୁ ମିଳିଛି ଭଳି କି ଭଳି ଡିଜାଇନର ପାଣିଟାଙ୍କି । କାହା ଘରର ଛାତ ଉପରେ ଟ୍ରକ ଭଳି ପାଣି ଟାଙ୍କି ଅଛି ତ ଆଉ କାହା ଛାତ ଉପରେ ଜେସିବି, କାର, ସିଲିଣ୍ଡର ସଦୃଶ୍ୟ ପାଣି ଟାଙ୍କି ଅଛି । ଏହା କେବଳ ସୁନ୍ଦରତାକୁ ବୁଝାଉନାହିଁ ବରଂ ପାଣିଟାଙ୍କର ସୁରକ୍ଷା ଏବଂ ଖରାଦିନ ପାଣିକୁ ଥଣ୍ଡା ମଧ୍ୟ ରଖୁଛି ।
ସବୁଠୁ ବଡ଼ କଥା ହେଉଛି ଯେ, ଏଠାକାର ପ୍ରତ୍ୟେକ ବ୍ୟକ୍ତି ନିଜର ପେଶା ଅନୁସାରେ ଛାତ ଉପରେ ପାଣିଟାଙ୍କିର କଳାକୃତି କରିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ଚାରି ଆଡେ ପ୍ରଶଂସା ଏବଂ ଚର୍ଚ୍ଚା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ