ETV Bharat / bharat

ରାମଲାଲାଙ୍କ ଅଭିଷେକ ପାଇଁ ବିଶେଷ ବ୍ୟବସ୍ଥା, ଉତ୍ତରାଖଣ୍ଡର 28ଟି ପବିତ୍ର ନଦୀରୁ ପଠାଗଲା ଜଳ - Uttarakhand 28 River Water

Water from 28 holy rivers Uttarakhand left for Ayodhya : ଭଗବାନଙ୍କ ବିଗ୍ରହ ପ୍ରତିମାର ପ୍ରାଣ ପ୍ରତିଷ୍ଠା ବେଳେ ତାଙ୍କ ଅଭିଷେକ କରିବା ପାଇଁ ଉତ୍ତରାଖଣ୍ଡର 28ଟି ପବିତ୍ର ନଦୀର ଜଳକୁ ଅଯୋଦ୍ଧା ପଠା ଯାଇଅଛି । ଅଧିକ ପଢ଼ନ୍ତୁ,

ଅଭିଷେକ ପାଇଁ ବିଶେଷ ବ୍ୟବସ୍ଥା
ଶ୍ରୀରାମଙ୍କ ଅଭିଷେକ
author img

By ETV Bharat Odisha Team

Published : Jan 14, 2024, 9:44 PM IST

Updated : Jan 14, 2024, 10:13 PM IST

ଅଭିଷେକ ପାଇଁ ବିଶେଷ ବ୍ୟବସ୍ଥା

ଡେରାଡୁନ: ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ଉଦଘାଟନୀ ମହୋତ୍ସବରୁ ନେଇ ଉତ୍ସବମୁଖର ସମଗ୍ର ଦେଶ । ଜାନୁଆରୀ 22ରେ ମନ୍ଦିର ଗର୍ଭଗୃହରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ । ତେବେ ଭଗବାନଙ୍କ ବିଗ୍ରହ ପ୍ରତିମାର ପ୍ରାଣ ପ୍ରତିଷ୍ଠା ବେଳେ ତାଙ୍କ ଅଭିଷେକ କରିବା ପାଇଁ ଉତ୍ତରାଖଣ୍ଡର 28ଟି ପବିତ୍ର ନଦୀର ଜଳକୁ ଅଯୋଦ୍ଧା ପଠାଯାଇଛି । ଗଙ୍ଗୋତ୍ରୀ, ଯମୁନୋତ୍ରୀ ଗଙ୍ଗା, ଅଲକନନ୍ଦା, ଭାଗୀରଥୀ, ବିଷ୍ଣୁ ଗଙ୍ଗା, ମନ୍ଦାକିନୀ, ଯମୁନା, ରାମ ଗଙ୍ଗା, ଗୌରୀ ଗଙ୍ଗା, କାଳୀ ଗଙ୍ଗା, କୋସୀ ଗଙ୍ଗା, ପିଣ୍ଡର ନଦୀ ଆଦିର ଜଳ ପୂଜା ସମୟରେ ବ୍ୟବହାର ହେବ । ଏହି ଜଳକୁ ଆଜି (ରବିବାର) ପୌରାଣିକ ସିଦ୍ଧି ପୀଠ ମାତା ବାଳ ସୁନ୍ଦରୀଙ୍କ ମନ୍ଦିର ପିପଲୀ ବଣରେ ପହଞ୍ଚିଛି । ଏଠାରେ ଉତ୍ତରାଖଣ୍ଡର କାଶୀପୁର ଚୈତୀ ମାତା ବାଳ ସୁନ୍ଦରୀଙ୍କର ମନ୍ଦିରରେ ସନ୍ଥମାନେ ମାତାଙ୍କର ଦର୍ଶନ କରି ଆର୍ଶୀବାଦ ଗ୍ରହଣ କରିଥିଲେ । ଏହା ପରେ ସେଠାରୁ ଅଯୋଦ୍ଧା ପାଇଁ ବାହାରି ଥିଲେ ।

ଶ୍ରୀପଞ୍ଚନାମ ଜୁନା ଆଖଡ଼ାର ସଚିବ ମୋହନ ଭାରତୀ ମହାରାଜା ନିଜ ମନ୍ତବ୍ୟରେ କହିଛନ୍ତି ଯେ, ସମଗ୍ର ଉତ୍ତରାଖଣ୍ଡରେ ଥିବା ପୌରାଣିକ ତୀର୍ଥସ୍ଥାନର ଜଳକୁ ଅଯୋଦ୍ଧା ପାଇଁ ପଠାଯାଇଛି । ଜୁନା ଆଖଡ଼ାର ଛଡ଼ି ଯାତ୍ରା ଗତ ମାସରେ ସମାପ୍ତ ହୋଇଛି । ଚାରି ଧାମରୁ ବହୁତ ଆଗରୁ ଜଳ ସଗ୍ରହ କରି ଏକତ୍ରିତ କରାଯାଇଥିଲା । ଏହାପରେ ଚାରି ଧାମ ସାଙ୍ଗକୁ ଉତ୍ତରାଖଣ୍ଡର 28ଟି ପବିତ୍ର ନଦୀର ଜଳକୁ ଅଯୋଦ୍ଧା ପଠାଯାଇଛି । ପ୍ରାଣ ପ୍ରତିଷ୍ଠା ସମୟରେ ହେବାକୁ ଯାଉଥିବା ଅଭିଷେକରେ ଏହି ଜଳର ବ୍ୟବହାର କରାଯିବ । ତେବେ ଏହି ଜଳକୁ ଜୁନା ଆଖଡ଼ାର ସାଧୁଙ୍କ ଦ୍ବାରା ପଠାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ.... ଷ୍ଟିଲସିଟିରେ ମକର ମହୋତ୍ସବ, ନୃତ୍ୟ ଗୀତରେ ଝୁମିଲେ ଲୋକେ

ପ୍ରୟାଗରାଜ କୁମ୍ଭମେଳାର ପ୍ରଭାରୀ ମୋହନ ଭାରତୀ କହିଛନ୍ତି ଯେ ଭଗବାନ ରାମ ଘାଟ ଘାଟରେ ପରିଚିତ । ସମସ୍ଥ ମନ୍ଦିରର ପବିତ୍ର ଜଳ, ତୀର୍ଥସ୍ଥାନଗୁଡ଼ିକର ପବିତ୍ର ମାଟିକୁ ମଧ୍ୟ ଅଯୋଦ୍ଧା ପଠାଯାଇଛି । ସମଗ୍ର ଭାରତବାସୀଙ୍କ ପାଇଁ ଏହା ଉଲ୍ଲାସର ସମୟ । ଏହିଭଳି ଶୁଭ ଆବସର ପୁଣିଥରେ ଜୀବନରେ ଆସିବ ନାହିଁ । ଭଗବାନ ରାମ ତାଙ୍କ ଭବ୍ୟ ମନ୍ଦିରରେ ବିରାଜମାନ ହେବାକୁ ଯାଉଛନ୍ତି । ତାହାକୁ ନେଇ ରାମ ଭକ୍ତଙ୍କ ମଧ୍ୟରେ ଦେଖା ଦେଇଛି ଅନେକ ଆନନ୍ଦ ଏବଂ ଉଲ୍ଲାସ । ପୁରା ଦେଶ ଏହି ଦିନ ଦୀପାବଳି ପାଳନ କରିବ ।

ବ୍ୟୁରେ ରିପୋର୍ଟ, ଇଟିଭି ଭାରତ

Last Updated : Jan 14, 2024, 10:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.