ETV Bharat / bharat

ପଞ୍ଜାବରେ ପହଞ୍ଚିଲେ କଂଗ୍ରେସ ପ୍ରଭାରୀ-ପର୍ଯ୍ୟବେକ୍ଷକ, ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

author img

By

Published : Sep 18, 2021, 8:11 PM IST

ପଞ୍ଜାବରେ ରାଜନୈତିକ ସଙ୍କଟ ଜାରି । ପହଞ୍ଚିଲେ ରାଜ୍ୟ କଂଗ୍ରେସ ପ୍ରଭାରୀ ହରିଶ ରାଓ୍ବାତ ଓ ରାଜ୍ୟ ପର୍ଯ୍ୟବେକ୍ଷକ ଅଜୟ ମାଖନ । ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା । ଅଧିକ ପଢନ୍ତୁ...

ପଞ୍ଜାବରେ ପହଞ୍ଚିଲେ କଂଗ୍ରେସ ପ୍ରଭାରୀ ଓ ପର୍ଯ୍ୟବେକ୍ଷକ , ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଚଣ୍ଡିଗଡ: ପଞ୍ଜାବରେ ରାଜନୈତିକ ସଙ୍କଟ ଓ କଂଗ୍ରସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ନେଇ ସାରା ଦେଶରେ ଉତ୍ସୁକତା ପ୍ରକାଶ ପାଇଛି । ଏହାରି ମଧ୍ୟରେ ପଞ୍ଜାବ ଗସ୍ତ କରିଛନ୍ତି ଦଳର ରାଜ୍ୟ ପ୍ରଭାରୀ ହରିଶ ରାଓ୍ବାତ ଓ ରାଜ୍ୟ ପର୍ଯ୍ୟବେକ୍ଷକ ଅଜୟ ମାଖନ। ଏହି ଦୁଇ ନେତାଙ୍କ ସୁପାରିଶ ଉପରେ ପଞ୍ଜାବ କଂଗ୍ରେସର ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଭର କରୁଛି ।

ରାଜ୍ୟ କଂଗ୍ରେସ ପ୍ରଭାରୀ ହରିଶ ରାଓ୍ବାତ କହିଛନ୍ତି, ଆଜି ପଞ୍ଜାବ କଂଗ୍ରେସ ବିଧାୟକ ଦଳର ବୈଠକରେ ପାରିତ ହୋଇଥିବା ଦୁଇ ସଙ୍କଳ୍ପପତ୍ର ଦଳୀୟ ହାଇକମାଣ୍ଡଙ୍କ ପାଖକୁ ପଠାଯାଇଛି । ସେହି ଆଧାରରେ ହାଇକମାଣ୍ଡ ପରବର୍ତ୍ତୀ ନିଷ୍ପତ୍ତି ନେବେ । ହାଇକମାଣ୍ଡଙ୍କ ନିଷ୍ପତ୍ତି ଚୂଡାନ୍ତ । ତେବେ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ସମସ୍ତେ ଅପେକ୍ଷା କରିଥିବା ମଧ୍ୟ ସେ ସୂଚନା ଦେଇଛନ୍ତି ।

ସେହିପରି ଦଳର ରାଜ୍ୟ ପର୍ଯ୍ୟବ୍ୟକ୍ଷକ ଅଜୟ ମାଖନ କହିଛନ୍ତି ଆଜି ବସିଥିବା ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ପଦ ନେଇ କୌଣସି ନେତାଙ୍କ ନାମ ଆଲୋଚନା ହୋଇନାହିଁ। କେବଳ ପାରିତ ହୋଇଥିବା ସଂଙ୍କଳ୍ପପତ୍ର ଆଧାରରେ ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ତାହା ଦଳ ଗ୍ରହଣ କରିବ ବୋଲି କହିଛନ୍ତି ଅଜୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.