ETV Bharat / bharat

ଟୀକାକରଣକୁ ଜନଆନ୍ଦୋଳନରେ ପରିଣତ କର: ଉପରାଷ୍ଟ୍ରପତି

ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଭାରତୀୟ ମେଡିକାଲ ଆସୋସିଏସନକୁ କୋଭିଡ ବିରୋଧରେ ଚାଲିଥିବା ଟୀକାକରଣର ନିରାପତ୍ତା ତଥା ମହତ୍ତ୍ବ ବିଷୟରେ ଲୋକଙ୍କୁ ସେଚେତନ କରିବା ପାଇଁ ସ୍ବତନ୍ତ୍ର ସଚେତନତା ଅଭିଯାନ ଆରମ୍ଭ କରିବାକୁ ଅନୁରୋଧ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Aug 25, 2021, 8:53 AM IST

ଟୀକାକରଣଙ୍କୁ ଜନ ଆନ୍ଦୋଳନରେ ପରିଣତ କର
ଟୀକାକରଣଙ୍କୁ ଜନ ଆନ୍ଦୋଳନରେ ପରିଣତ କର

ବେଙ୍ଗାଲୁରୁ: ସାରା ଦେଶରେ ମହାମାରୀ ବିରୋଧରେ ଜାରି ରହିଛି ଟୀକାକରଣ । ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଭାରତୀୟ ମେଡିକାଲ ଆସୋସିଏସନକୁ କୋଭିଡ ବିରୋଧରେ ଚାଲିଥିବା ଟୀକାକରଣର ନିରାପତ୍ତା ତଥା ମହତ୍ତ୍ବ ବିଷୟରେ ଲୋକଙ୍କୁ ସେଚେତନ କରିବା ପାଇଁ ସ୍ବତନ୍ତ୍ର ସଚେତନତା ଅଭିଯାନ ଆରମ୍ଭ କରିବାକୁ ଅନୁରୋଧ କରିଛନ୍ତି ।

ଉପରାଷ୍ଟ୍ରପତି କର୍ଣ୍ଣାଟକ ରାଜ୍ୟ ଦ୍ବାରା 'ଭ୍ୟାକ୍ସିନ ଇଣ୍ଡିଆ ପ୍ରୋଗ୍ରାମ' ଉଦଘାଟନ କରିବା ସମୟରେ ଏହା କହିଛନ୍ତି । କେତେକ ସ୍ଥାନରେ ଟୀକାକରଣ ଦ୍ବନ୍ଦ ଦେଖାଦେଇଛି ଏବଂ ଯେଉଁମାନେ ଟିକାକୁ ନେଇ ସନ୍ଦେହ ଘେରରେ ଅଛନ୍ତି ସେମାନଙ୍କ ମଧ୍ୟରେ ଶିକ୍ଷାଦାନ ଏବଂ ସଚେତନତା ସୃଷ୍ଟି କରିବା ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି ଉପରାଷ୍ଟ୍ରପତି ।

ଟୀକାକରଣକୁ ଜନ ଆନ୍ଦୋଳନରେ ପରିଣତ କରିବାକୁ ଆହ୍ବାନ ଦେଇଛନ୍ତି ଉପରାଷ୍ଟ୍ରପତି । ସବୁ ଲୋକ ଟିକା ନେବା ଦରକାର । ଏହା ସହିତ ଲୋକଙ୍କୁ ଟିକା ସମ୍ବନ୍ଧୀୟ ସମସ୍ତ ସଠିକ ତଥ୍ୟ ପ୍ରଦାନ କରିବାକୁ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି । ସଠିକ୍ ତଥ୍ୟ ପ୍ରଦାନ କରି ଭୁଲ ତଥ୍ୟକୁ ହଟାଇବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇ଼ଡୁ ।

ମହାମାରୀ ବିରୋଧରେ ଟିକା ପ୍ରଭାବଶାଳୀ ରହିବ । ରୋଗର ଗମ୍ଭୀରତାକୁ ହ୍ରାସ କରିବ ଏହା ସହିତ ସଂକ୍ରମିତ ହୋଇଥିଲେ ମଧ୍ୟ ଏହି ରୋଗ ସାମାନ୍ୟ ହେବ ବୋଲି କହିଛନ୍ତି ଉପରାଷ୍ଟ୍ରପତି । ଲୋକମାନଙ୍କ ସହଯୋଗ ବିନା ମହାମାରୀ ବିରୋଧରେ ଲଢେଇ ଅସମ୍ଭବ । କୋରୋନାର ସମସ୍ତ ନିୟମ ମାନିବାକୁ ଅନୁରୋଧ କରିଛନ୍ତି ନାଇଡୁ ।

ପ୍ରକାଶ ଥାଉ କି, ଦେଶରେ ଏପର୍ଯ୍ୟନ୍ତ 58 କୋଟି ଟୀକାକରଣ ସରିଛି । ସୁସ୍ଥତା ହାର 7.6 ପ୍ରତିଶତରେ ପହଞ୍ଚିଛି । ତଥାପି ସଙ୍କଟ ଟଳିନାହିଁ । ଦେଶବାସୀଙ୍କୁ ଅଧିକ ସଚେତନ ରହିବାକୁ ପଡିବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.