ଇସ୍ଲାମାବାଦ: ଏପ୍ରିଲ 3ରେ ହେବ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଖାନଙ୍କ ଭାଗ୍ୟ ପରୀକ୍ଷା । ମଙ୍ଗଳବାର ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରୀ ଶେଖ ରସିଦ ୩ତାରିଖରେ ଇମ୍ରାନଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ସଂସଦରେ ମତଦାନ ହେବା ନେଇ ସୂଚନା ଦେଇଛନ୍ତି ।ଇସଲାମାବାଦରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସେ ବହୁ ପ୍ରତୀକ୍ଷିତ ତାରିଖ ପ୍ରକାଶ କରିବା ସହ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ପ୍ରକ୍ରିୟା ଶେଷ ହେବା ନେଇ ଆଶା ରଖିଥିବା ମଧ୍ୟ ପ୍ରକାଶ କରିଛନ୍ତି । ତେବେ ସେ କିନ୍ତୁ ଶେଷ ପର୍ଯ୍ୟନ୍ତ ଇମ୍ରାନଙ୍କ ସହ ରହିବେ ଏବଂ ଯାହା ଫଳାଫଳ ଆସିବ ତାକୁ ଅପେକ୍ଷା କରିଥିବା କହିଛନ୍ତି ।
ଗତକାଲି ପାକିସ୍ତାନ ସଂସଦରେ ବିରୋଧୀଦଳ ନେତା ଶାହବାଜ ସରିଫ ଏହି ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଥିଲା । ପ୍ରସ୍ତାବ ଆଗତ ପରେ ଗୃହ ମୁଲତବୀ ଥିବାବେଳେ ଆସନ୍ତା ୩ ତାରିଖରେ ଗୃହରେ ଭୋଟିଂ ହେବା ନେଇ ସ୍ଥିର କରାଯାଇଛି । ଗୋଟିଏ ପକ୍ଷରେ ଅନାସ୍ଥାରେ ଇମ୍ରାନ ଗାଦିଚ୍ୟୁତ ହେବା ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ, ତା ପୂର୍ବରୁ ଇସ୍ତଫା ଦେବେ ନାହିଁ ବୋଲି ଦମ୍ଭ ଦେଖାଇଛନ୍ତି ଇମ୍ରାନ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ