ETV Bharat / bharat

ByPolls: ଆଜି ୟୁପି ସମେତ 5 ରାଜ୍ୟର 6 ବିଧାନସଭା ଆସନରେ ଉପନିର୍ବାଚନ - by election voting

ଉତ୍ତରପ୍ରଦେଶର ମୈନପୁରୀ ଲୋକସଭା ଆସନ ସମେତ 5 ରାଜ୍ୟର 6 ବିଧାନସଭା ଆସନରେ ଉପନିର୍ବାଚନ ନେଇ ଆଜି ମତଦାନ ଆରମ୍ଭ ହୋଇଛି । ନେତା ବାଛୁଛନ୍ତି ଜନତା । ଅଧିକ ପଢନ୍ତୁ

By Election
By Election
author img

By

Published : Dec 5, 2022, 8:35 AM IST

Updated : Dec 5, 2022, 10:24 AM IST

ହାଇଦ୍ରାବାଦ: ଉତ୍ତରପ୍ରଦେଶର ମୈନପୁରୀ ଲୋକସଭା ଆସନ ଏବଂ 5 ରାଜ୍ୟର 6 ବିଧାନସଭା ଆସନରେ ଆଜି (ସୋମବାର) ମତଦାନ ଆରମ୍ଭ ହୋଇଛି । ସମାଜବାଦୀ ପାର୍ଟି (ଏସପି)ର ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ଦେହାନ୍ତ ପରେ ଖାଲି ପଡିଥିବା ମୈନପୁରୀ ଆସନରେ ସପା ଓ ବିଜେପି ମଧ୍ୟରେ କଡ୍ଡା ମୁକାବିଲା ହୋଇଛି । ଏହାଛଡା ୟୁପି ରାମପୁର ସଦର ଓ ଖତୌଲି, ଓଡିଶାର ପଦ୍ମପୁର, ରାଜସ୍ଥାନର ସରଦାରଶହର, ବିହାରର କୁଢନୀ ଏବଂ ଛତିଶଗଡରେ ଭାନୁପ୍ରତାପପୁର ବିଧାନସଭା ଆସନରେ ଉପନିର୍ବାଚନ ନେଇ ଭୋଟିଂ ଆରମ୍ଭ ହୋଇଛି । ଏହି ଉପନିର୍ବାଚନର ଫଳାଫଳ ଡିସେମ୍ବର 8ରେ ପ୍ରକାଶ ପାଇବ ।

ଉତ୍ତରପ୍ରଦେଶର ରାମପୁର ସଦର ଖତୌଲି ବିଧାନସଭା ଆସନ ଏବଂ ମୈନପୁରୀ ଲୋକସଭା ଆସନରେ ଉପନିର୍ବାଚନରେ ଭାଜପା ଏବଂ ସପା ମଧ୍ୟରେ ମୁକାବିଲା ହେବ । ବସପା ଏବଂ କଂଗ୍ରେସ ଏହି ଆସନରେ ନିର୍ବାଚନ ଲଢୁନାହାନ୍ତି । ୟୁପି ଉପନିର୍ବାଚନରେ 24.43 ଲକ୍ଷ ଜନତା ମତଦାନ ସାବ୍ୟସ୍ତ କରିବେ । ଯେଉଁଥିରେ 13.14 ଲକ୍ଷ ପୁରୁଷ ମତଦାତା ଥିବାବେଳେ 11.29 ଲକ୍ଷ ମହିଳା ଭୋଟର ରହିଛନ୍ତି । ଏହା ସହିତ 132 ସମଲିଙ୍ଗୀ ଭୋଟର ରହିଛନ୍ତି । ସମୁଦାୟ 1,945 ମତଦାନ କେନ୍ଦ୍ରରେ 3 ହଜାର 062 ବୁଥରେ ଭୋଟ ଗ୍ରହଣ ହେଉଛି । ସକାଳ 7ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି ।

ସମାଜବାଦୀ ପାର୍ଟି (ଏସପି)ର ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ଦେହାନ୍ତ ପରେ ମୈନପୁରୀ ଲୋକସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ମୈନପୁରୀ ଆସନରେ ମୁଲାୟମ ସିଂହ ଯାଦବଙ୍କ ବୋହୂ ତଥା ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ ମଇଦାନକୁ ଓହ୍ଲାଇଛନ୍ତି । ମୈନପୁରୀ ନିର୍ବାଚନ କ୍ଷେତ୍ରରେ ମୋଟ 6 ପ୍ରାର୍ଥୀ ନିର୍ବାଚନ ମଇଦାନରେ ରହିଛନ୍ତି ଯେଉଁଥିରେ 2ଜଣ ମହିଳା ଆଶାୟୀ ରହିଛନ୍ତି । ୟୁପିର ରାମପୁର ସଦର ଆସନରେ ଆଜମ ଖାନ ସାମାଜବାଦୀ ପାର୍ଟିରୁ ବିଧାୟକ ଥିଲେ । ତାଙ୍କ ବିଧାନସଭା ସଦସ୍ୟତା ରଦ୍ଦ ହୋଇଯାଇଥିଲା । ଖତୌଲି ଆସନରେ 14 ଓ ରାମପୁର ସଦର ଆସନରେ 10 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ଖତୌଲି ଆସନରେ 4 ମହିଳା ପ୍ରାର୍ଥୀ ରହିଛନ୍ତି ।

ରାଜସ୍ଥାନର ସରଦାରଶହର ଆସନରେ କଂଗ୍ରେସ ବିଧାୟକ ଭମ୍ବର ଲାଲ ଶର୍ମାଙ୍କ କବଜା ଥିଲା । ଗତ ଅକ୍ଟୋବର 9 ତାରିଖରେ ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ତାଙ୍କର ଦେହାନ୍ତ ହୋଇଥିଲା । ଏନେଇ ସେଠାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଛି । ଭମ୍ବର ଲାଲ ଶର୍ମାଙ୍କ ପୁଅ ଅନୀଲ କୁମାର ମଇଦାନକୁ ଓହ୍ଲାଇଛନ୍ତି । ପୂର୍ବ ବିଧାୟକ ଅଶୋକ କୁମାର ଭାଜପା ପ୍ରାର୍ଥୀ ହୋଇଛନ୍ତି । ଏହାଛଡା ଏହି ଆସନରେ 8ଜଣ ଅନ୍ୟ ପ୍ରାର୍ଥୀ ମଇଦାନରେ ଅଛନ୍ତି ।

BJD ବିଧାୟକଙ୍କ ନିଧନ ପରେ ଖାଲି ପଡିଛି ପଦ୍ମପୁର ଆସନ....

ବିଜେଡି ବିଧାୟକ ବିଜୟ ସିଂ ବରିହାଙ୍କ ଦେହାନ୍ତ ପରେ ଓଡିଶାର ପଦ୍ମପୁର ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେଉଛି । ଏଠାରେ 10 ଜଣ ପ୍ରାର୍ଥୀ ଅଛନ୍ତି । ବିଜେଡି ଏହି ଆସନରୁ ସ୍ୱର୍ଗତ ବିଧାୟକଙ୍କ ଝିଅ ବର୍ଷା ବରିହାଙ୍କୁ ପ୍ରାର୍ଥୀ କରିଛି । ପଦ୍ମପୁର ଆସନରେ ବିଜେଡି ପାଇଁ ଉପ ନିର୍ବାଚନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ପୂର୍ବରୁ ଧାମନଗରରେ ବିଜେଡିକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ଏହି ଆସନରେ ବିଜେଡି ବିଜୟ ଆଶାରେ ରହିଛି ।

ଏହା ବି ପଢନ୍ତୁ...Padampur Bypoll: ଆରମ୍ଭ ହେଲା ମତଦାନ, ନେତା ବାଛୁଛନ୍ତି ପଦ୍ମପୁରବାସୀ

କୁଢନୀରେ ଲଢୁଛି JDU...

ଜେଡିୟୁ ପ୍ରାର୍ଥୀ ମନୋଜ ସିଂ କୁଶୱାହା ବିହାରର କୁଢନୀ ବିଧାନସଭା ଆସନ ପାଇଁ ଲଢୁଛନ୍ତି । ଆରଜେଡି ବିଧାୟକ ଅନୀଲ କୁମାର ସାହନି ଏଠାରେ ଅଯୋଗ୍ୟ ଘୋଷିତ ହୋଇଥିଲେ । ଏହି ଆସନରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରୁ ନୀତିଶ କୁମାରଙ୍କୁ ଆଶ୍ବସନା ମିଳିପାରିବ । ଯଦି ଜେଡିୟୁ ପ୍ରାର୍ଥୀ ପରାସ୍ତ ହୁଏ ତେବେ ତାଙ୍କୁ ବିରୋଧୀଙ୍କ ସାମ୍ନା କରିବାକୁ ପଡିବ ।

ଛତିଶଗଡର ଭାନୁପ୍ରତାପପୁର ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଗତ ମାସରେ କଂଗ୍ରେସ ବିଧାୟକ ତଥା ବିଧାନସଭା ଡେପୁଟି ବାଚସ୍ପତି ମନୋଜ ସିଂ ମାଣ୍ଡବୀଙ୍କର ଦେହାନ୍ତ ହୋଇଥିଲା । ଏହି ଆସନ ପାଇଁ 7 ଜଣ ପ୍ରାର୍ଥୀ ଅଛନ୍ତି । ଏଥିରେ ମୁଖ୍ୟତଃ ଶାସକ କଂଗ୍ରେସ ଏବଂ ବିଜେପି ମଧ୍ୟରେ ପ୍ରତିଯୋଗିତା ହେବ । ସ୍ୱର୍ଗତ ବିଧାୟକ ମନୋଜ ସିଂଙ୍କ ପତ୍ନୀ ସାବିତ୍ରୀ ମାଣ୍ଡବୀ ପ୍ରାର୍ଥୀ ହୋଇଛନ୍ତି । ବିଜେପିର ପ୍ରାର୍ଥୀ ପୂର୍ବତନ ବିଧାୟକ ବ୍ରାହ୍ମଣାନନ୍ଦ ନେତମ । ଜଣେ ସ୍ୱାଧୀନ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ପୂର୍ବତନ ଭାରତୀୟ ପୋଲିସ ସେବା ଅଧିକାରୀ ଆକବର ରାମ କୋରାମଙ୍କୁ ମଧ୍ୟ ଆଦିବାସୀ ସମାଜ ପ୍ରାର୍ଥୀ କରିଛନ୍ତି ।

Last Updated : Dec 5, 2022, 10:24 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.