ETV Bharat / bharat

ତେଲେଙ୍ଗାନା ବିଧାନସଭା ଭୋଟିଂ ଆରମ୍ଭ; ମୈଦାନରେ ୨୨୯୦ ପ୍ରାର୍ଥୀ - ତେଲେଙ୍ଗାନା ବିଧାନସଭା ଭୋଟ

Telangana Elections 2023: ଆଜି ତେଲେଙ୍ଗାନା ବିଧାନସଭା ନିର୍ବାଚନ । ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟ ଗ୍ରହଣ । ୨,୨୯୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୩.୨୬ କୋଟି ଭୋଟର । ଅଧିକ ପଢ଼ନ୍ତୁ

ତେଲେଙ୍ଗାନା ବିଧାନସଭା ଭୋଟିଂ
ତେଲେଙ୍ଗାନା ବିଧାନସଭା ଭୋଟିଂ
author img

By ETV Bharat Odisha Team

Published : Nov 30, 2023, 7:41 AM IST

Updated : Nov 30, 2023, 7:52 AM IST

ହାଇଦ୍ରାବାଦ: ହାଇଭୋଲଟେଜ ପ୍ରଚାର ପରେ ଆଜି ତେଲେଙ୍ଗାନାରେ ଭୋଟ୍ । ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ରାଜ୍ୟର ସମସ୍ତ ୧୧୯ ବିଧାନସଭା ଆସନରେ ମତାଦନ ହେଉଛି । ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ଏହି ବିଧାନସଭା ନିର୍ବାଚନରେ ମୋଟ ୨,୨୯୦ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । କେସିଆରଙ୍କ ବିଆରଏସ ସମସ୍ତ ୧୯୯ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ବିଜେପି ୧୧୧ ଆସନରେ ଲଢୁଛି । ଏହାର ସହଯୋଗୀ ଦଳ ପୱନ କଲ୍ୟାଣଙ୍କ ଜନସେନା ପାର୍ଟି ୮ଟି ଆସନ ଏବଂ କଂଗ୍ରେସ ୧୧୮ଟି ଆସନରେ ପ୍ରତିଦ୍ବନ୍ଦିତା କରୁଛି । ତେବେ ତେଲେଙ୍ଗାନାରେ ମୁଖ୍ୟତଃ ଶାସକ ବିଆରଏସ, ବିଜେପି ଓ କଂଗ୍ରେସ ମଧ୍ୟରେ ଜୋରଦାର ଟକ୍କର ହେଉଛି ।

ତେଲେଙ୍ଗାନାରେ ସମୁଦାୟ ଭୋରଟଙ୍କ ସଂଖ୍ୟା ୩.୨୬ କୋଟି । ସେଥିମଧ୍ୟରୁ ୯ ଲକ୍ଷ ୯୯ ହଜାର ୬୬୭ ଜଣ କେବଳ ୧୮ରୁ ୧୯ ବର୍ଷ ବୟସ୍କର ରହିଛନ୍ତି । ଭୋଟ ଗ୍ରହଣ ପାଇଁ ୩୫,୬୫୫ଟି ପୋଲିଂ ଷ୍ଟେସନ ବ୍ୟବସ୍ଥା ହୋଇଛି । ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ପ୍ରକ୍ରିୟା ଜାରି ରହିବ । ତେବେ ରାଜ୍ୟର ୧୩ଟି ମାଓ ପ୍ରଭାବିତ ନିର୍ବାଚନ ମଣ୍ଡଳୀରେ ଅପରାହ୍ନ ୪ଟା ଯାଏଁ ଭୋଟ୍ ଗ୍ରହଣ ହେବ । ସେହି ସବୁ ଆସନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏହାସହିତ ରାଜ୍ୟର ୮୦ ବର୍ଷରୁ ଅଧିକ ବୟସ୍କ ଭୋଟରଙ୍କ ପାଇଁ ସରକାର ମାଗଣା ଯାତାୟତା ବ୍ୟବସ୍ଥା କରିଛନ୍ତି ।

ତେଲେଙ୍ଗାନାର ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀଗୁଡ଼ିକ ହେଲା ଗଜୱେଲ, ହୁଜୁରାବାଦ, କୋରୁତଲା, ମହେଶ୍ବରମ, ଗୋଶମହଲ, ମେହବୁବାନଗର, ଏଲ୍‌ବି ନଗର, ୱାରଙ୍ଗଲ ପୂର୍ବ ଓ ପଶ୍ଚିମ ଆସନ, ଭୁପାଲପଲ୍ଲୀ, ଖୈରତାବାଦ, ଅମ୍ବରପେଟ, ବୋଆଥ, ନିର୍ମାଲ, ଆଦିଲାବାଦ, ରାମାଗୁଣ୍ଡମ, ପେଡ୍ଡାପଲ୍ଲୀ, କୋଥାଗୁଡେମ, ଆରମୂର, ନିଜାମବାଦ ଅର୍ବାନ, ପଟାନଚେରୁ, ହୁସନାବାଦ, ସେରିଲିଙ୍ଗାପାଲ୍ଲୀ ।

ଏହା ମଧ୍ୟ ପଢନ୍ତୁ: ତେଲେଙ୍ଗାନା ରଣ: କ୍ୟାପିଟାଲ ସିଟି ହାଇଦ୍ରାବାଦ ଜନମତ ହେବ ନିର୍ଣ୍ଣାୟକ !

ଚଳିତ ନିର୍ବାଚନରେ ବିଆରଏସ ପ୍ରତିଷ୍ଠାତା ତଥା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଦୁଇଟି ଆସନ ଗଜୱେଲ ଓ କାମାରେଡ୍ଡୀରୁ ପ୍ରତିଦ୍ବନ୍ଦିତା କରୁଛନ୍ତି । ୨୦୧୮ ନିର୍ବାଚନରେ କେସିଆର ଗଜୱେଲ ଆସନରୁ ୫୮ ହଜାର ଭୋଟରେ ବିଜୟୀ ହୋଇଥିଲେ । ଚଳିତ ନିର୍ବାଚନରେ ଗଜୱେଲରେ କେସିଆରଙ୍କ ବିପକ୍ଷରେ ବିଜେପିର ଇତେଲା ରାଜେନ୍ଦର ନିର୍ବାଚନ ଲଢ଼ୁଥିବା ବେଳେ କମାରେଡ୍ଡୀରେ ରାଜ୍ୟ କଂଗ୍ରେସ ମୁଖ୍ୟ ରେଭାନ୍ଥ ରେଡ୍ଡି ଟକ୍କର ଦେଉଛନ୍ତି । ସେହିପରି କେସିଆରଙ୍କ ମୁଖ୍ୟ ତଥା ମନ୍ତ୍ରୀ କେଟି ରାମାରାଓ ସିରସିଲା ଆସନରୁ ଛିଡ଼ା ହୋଇଥିବା ବେଳେ ଗତ ନିର୍ବାଚନରେ ସେ ଏହିଠାରୁ ପାଖାପାଖି ୯୦ ହଜାର ଭୋଟରେ ବାଜିମାତ୍ କରିଥିଲେ ।

ତେଲେଙ୍ଗାନା ସମେତ ସମସ୍ତ ୫ ରାଜ୍ୟ ମିଜୋରାମ, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡରେ ଆସନ୍ତା ଡିସେମ୍ବର ୩ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 30, 2023, 7:52 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.