ETV Bharat / bharat

ଶଶିକଳାଙ୍କ ରାଜନୈତିକ ଗୋଟି: AIADMK-AMMK ମିଶ୍ରଣ ପାଇଁ ଦେଲେ ପ୍ରସ୍ତାବ

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ସହକାରୀ ତଥା ଏଆଇଡିଏମକେରୁ ନିଲମ୍ବିତ ନେତ୍ରୀ ବିକେ ଶଶିକଳା ନୂଆ ଫର୍ମୁଲା । ଅଧିକ ପଢନ୍ତୁ....

author img

By

Published : Feb 24, 2021, 11:00 PM IST

ଶଶିକଳାଙ୍କ ରାଜନୈତିକ ଗୋଟି , ADMK, AMMK ମିଶ୍ରଣ ପାଇଁ ଦେଲେ ପ୍ରସ୍ତାବ

ଚେନ୍ନାଇ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ସହଯୋଗୀ ତଥା ଏଆଇଡିଏମକେରୁ ନିଲମ୍ବିତ ନେତ୍ରୀ ବିକେ ଶଶିକଳା ଜେଲରୁ ଫେରିବା ପରେ ତାମିଲନାଡୁ ରାଜନୀତିରେ ନିଜ ଗୋଟି ଚଳାଇବା ଆରମ୍ଭ କରି ଦେଇଥିବା ଦେଖିବାକୁ ମଳିଛି । ଏହି କ୍ରମରେ ଶଶିକଳା କହିଛନ୍ତି ଯେ ତାମିଲନାଡୁର ଶାସକ ଦଳ ତଥା ଏଆଇଡିଏମକେ ଓ ତାଙ୍କ ପୁତୁରା ଟିଟିଭି ଧିନାକରନଙ୍କ ଦ୍ବାରା ଗଠିତ ରାଜନୈତିକ ଦଳ ଏକାଠି ତାମିଲନାଡୁ ବିଧାନସଭା ନିର୍ବାଚନ ଲଢନ୍ତୁ । ଦୁଇ ଦଳର ମିଶ୍ରଣ ଉଭୟଙ୍କ ପାଇଁ ଲାଭଦାୟକ ହେବ ବୋଲି କହିଛନ୍ତି ଶଶିକଳା । ଚେନ୍ନାଇରେ ଜୟଲଳିତାଙ୍କ 73 ତମ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ସମୟରେ ତାଙ୍କ ମନ୍ତବ୍ୟ ଆସିବା ପରେ ତାମିଲନାଡୁ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଜୟଲଳିତାଙ୍କ ଇଚ୍ଛା ଅନୁଯାୟୀ ରାଜ୍ୟରେ AIADMK 100 ବର୍ଷ ପର୍ଯ୍ୟନ୍ତ କ୍ଷମତାରେ ରହୁ । ତେଣୁ ଏ ବାବଦରେ ଦୁଇ ଦଳ ଭାବିବାର ସମୟ ଆସିଛି ବୋଲି ସେ କହିଛନ୍ତି । ତାଙ୍କ ପ୍ରସ୍ତାବ ଅନୁଯାୟୀ ସେ ଖୁବ ଶୀଘ୍ର ଦୁଇ ଦଳର ନେତାଙ୍କ ସହ ଆଲୋଚନା ମଧ୍ୟ ଆରମ୍ଭ କରିବା ନେଇ ମଧ୍ୟ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଧିନାକରନଙ୍କ ସହ ଏଆଇଡିଏମକେର ନେତା ମଧ୍ୟ ଉପସ୍ଥିତ ରହିବା ନେଇ ସେ ସୂଚନା ଦେଇଛନ୍ତି । ତେବେ ତାଙ୍କର ଏହି ମନ୍ତବ୍ୟ ପରେ ତାମିଲନାଡୁ ରାଜ୍ୟ ରାଜନୀତିରେ ଚର୍ଚ୍ଚା ମଧ୍ୟ ଜୋର ଧରିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.