ETV Bharat / bharat

ବିଶ୍ବ ଭାରତୀ ବିଶ୍ବବିଦ୍ୟାଳୟରୁ ମିଆଁମାର ଛାତ୍ରଙ୍କୁ ଅପହରଣ ! ଥାନାରେ ମାମଲା

ପଶ୍ଚିମବଙ୍ଗ ବିଶ୍ବ ଭାରତୀ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରୁଥିବା ମିଆଁମାର ଛାତ୍ରଙ୍କୁ ଅପହରଣ ଅଭିଯୋଗ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Sep 22, 2023, 9:17 PM IST

କୋଲକାତା: ପଶ୍ଚିମବଙ୍ଗ ବୋଲପୁର ସ୍ଥିତ ବିଶ୍ବ ଭାରତୀ ବିଶ୍ବବିଦ୍ୟାଳୟରୁ ବିଦେଶୀ ଛାତ୍ରଙ୍କୁ ଅପହରଣ ଅଭିଯୋଗ । ଛାତ୍ର ଜଣକୁ ତାଙ୍କ ଘରଦ୍ବାରରୁ କେହି ଦୁର୍ବୃତ୍ତ ଦିନ ବେଳା ଅପହରଣ କରିଥିବା ଅଭିଯୋଗ ହୋଇଛି । ଏ ନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ବୋଲପୁର ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ଏହି ଛାତ୍ର ଜଣକ ମିଆଁମାର ଅଞ୍ଚଳର ହୋଇଥିବା ଜଣାପଡ଼ିଛି ।

ଅପହରଣ ହୋଇଥିବା ଛାତ୍ରଙ୍କ ନାମ ପଞ୍ଚରା ଥାଇ ବୋଲି ଜଣାପଡ଼ିଛି । ବିଶ୍ବ ଭାରତୀ ବିଶ୍ବବିଦ୍ୟାଳୟର ତୁଳନାତ୍ମକ ଧର୍ମ ଓ ଦର୍ଶନ କ୍ଷେତ୍ରରେ ରିସର୍ଚ୍ଚ କରୁଥିଲେ । ବୋଲପୁର ଇନ୍ଦିରା ପାଲିଠାରେ ସେ ଏକ ଭଡ଼ା ଘରେ ରହୁଥିଲେ । କେହି ଦୁର୍ବୃତ୍ତ ତାଙ୍କ ଘରଦ୍ବାରରୁ କାରରେ ଅପହରମ କରି ନେଇଥିବା ଅଭିଯୋଗ ହୋଇଛି । ତେବେ ଏହି ବିଦେଶୀ ଛାତ୍ରଙ୍କୁ କେହି ଅପହରଣ କରିଛି ନା କୌଣସି ସେଣ୍ଟ୍ରାଲ ଏଜେନ୍ସି କାବୁ କରିଛି, ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି । ଥାଇ ମିଆଁମାରରୁ ଗତ ୮ ବର୍ଷ ହେବ ଭାରତ ଆସିଥିବା ବେଳେ ଏଠାରେ ଅଧ୍ୟୟନ କରିଆସୁଥିଲେ ।

ଏହା ବି ପଢନ୍ତୁ- Manipur: ଛୁଟିରେ ଘରକୁ ଫେରିଥିବା ଯବାନଙ୍କୁ ପୁଅ ସାମ୍ନାରେ ଅପହରଣ ପରେ ହତ୍ୟା

ଥାଇଙ୍କର ଭିସା ଆସନ୍ତା ୨୦୨୪ ପର୍ଯ୍ୟନ୍ତ ବୈଧ ରହିଥିଲା । ସେ ଗତବର୍ଷ ୨୦୨୨ ରେ ନିଜ ରିସର୍ଚ୍ଚ ପେପରକୁ ଦାଖଲ କରିଥିଲେ । ସେ ଗତ କିଛି ବର୍ଷ ଧରି ବୋଲପୁର ଇନ୍ଦିରା ପାଲିଠାରେ ଏକ ଭଡ଼ା ଘରେ ରହିଆସୁଥିଲେ । ଗୁରୁବାର ଅପରାହ୍ନ ସମୟରେ କିଛି ଲୋକ କଳା କାରରେ ତାଙ୍କ ଘରକୁ ଆସିଥିଲେ । ଏହାପରେ ଥାଇଙ୍କ ଫଟୋ ଦେଖାଇ ତାଙ୍କ ପଡ଼ୋଶୀଙ୍କୁ ପଚରାଉଚରା କରିଥିଲେ । ଏହାପରେ ତାଙ୍କୁ ଉଠାଇ ନେଇଥିଲେ ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସେମାନେ ଥାଇଙ୍କ ଘରେ ଭିତରେ ପ୍ରବେଶ କରି ପ୍ରଥମେ ତାଙ୍କଠାରୁ ମୋବାଇଲ ଫୋନ ନେଇଯାଇଥିଲେ । ଏହାପରେ ସେମାନେ କାରରେ ଥାଇଙ୍କୁ ଜୋରଜବରଦସ୍ତ ନେଇ ପଳାଇଥିଲେ । ଏ ନେଇ ଥାଇଙ୍କ ଜଣେ ସହପାଠୀ ବିଶ୍ବ ଭାରତୀ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ । ଏହାପରେ ୟୁନିଭର୍ସିଟି କର୍ତ୍ତୃପକ୍ଷ ବୋଲପୁର ପୋଲିସ ଷ୍ଟେସନରେ ଅଭିଯୋଗ କରିଥିବା ଜଣାପଡ଼ିଛି । ଖବର ପାଇବା ପରେ ବୋଲପୁର ଏସଡିପିଓଙ୍କ ନେତୃତ୍ବାଧୀନ ଏକ ଟିମ ଥାଇଙ୍କ ଭଡ଼ା ଘରକୁ ଯାଇ ପଡ଼ୋଶୀଙ୍କୁ ପଚରାଉଚରା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.