ETV Bharat / bharat

ବିଷ୍ଣୁଦେବ ସାଏଙ୍କ ନାମରେ ମୋହର, ଧରିବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ମଙ୍ଗ - ଛତିଶଗଡ ମୁଖ୍ୟମନ୍ତ୍ରୀ

Vishnudev Sai New CM of Chhattisgarh: ବିଷ୍ଣୁଦେବ ସାଏ ହେବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ । ବିଧାୟକ ଦଳ ବୈଠକରେ ନିଷ୍ପତ୍ତି । ଅଧିକ ପଢ଼ନ୍ତୁ

ବିଷ୍ଣୁଦେବ ସାଏ ହେବେ ଛତିଶଗଡ ମୁଖ୍ୟମନ୍ତ୍ରୀ, ବିଧାୟକ ଦଳ ବୈଠକରେ ନିଷ୍ପତ୍ତି

author img

By ETV Bharat Odisha Team

Published : Dec 10, 2023, 3:55 PM IST

Updated : Dec 10, 2023, 5:29 PM IST

ବିଷ୍ଣୁଦେବ ସାଏ ହେବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ରାୟପୁର: ଛତିଶଗଡ ମୁଖ୍ୟମନ୍ତ୍ରୀ କଳ୍ପନା ଜଳ୍ପନାରେ ଅନ୍ତ । ବିଷ୍ଣୁଦେବ ସାଏ ହେବେ ଛତିଶଗଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଅର୍ଜୁନ ମୁଣ୍ଡା, ସର୍ବାନନ୍ଦ ସୋନଓ୍ବାଲ ଓ ଦୁଷ୍ୟନ୍ତ କୁମାରଙ୍କ ଉପସ୍ଥିତିରେ ଆଜି ବିଧାୟକ ଦଳ ବୈଠକରେ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆଜି ବିଧାୟକ ଦଳ ବୈଠକରେ ସମସ୍ତ 54 ଜଣ ନବନିର୍ବାଚିତ ବିଧାୟକ ଅଂଶଗ୍ରହଣ କରିଥିଲେ । ବିଷ୍ଣୁଦେବଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଛି । ରମଣ ସିଂ କିମ୍ବା ଅନ୍ୟ କେହି ମୁଖ୍ୟମନ୍ତ୍ରୀ ହେବା ଚର୍ଚ୍ଚାରେ ବିରାମ ଲାଗିଛି । ହେଉଥିବା ଚର୍ଚ୍ଚା ପରି ବିଜେପି ଛତିଶଗଡ଼ରେ ନୂଆ ମୁଖ୍ୟମନ୍ତ୍ରୀ ଚୟନ କରିଛି ।

ବିଷ୍ଣୁଦେବଙ୍କ ରାଜନୈତିକ କ୍ୟାରିୟର:-

ବିଷ୍ଣୁଦେବଙ୍କ ଲମ୍ବା ରାଜନୈତିକ ଅନୁଭବ ରହିଛି । 1999ରୁ 2014 ପର୍ଯ୍ୟନ୍ତ ସେ ଲଗାତାର ସଂସଦକୁ ନିର୍ବାଚନ ହେବା ସହ ଦୁଇଥର ବିଧାୟକ ଭାବେ ମଧ୍ୟ ନିର୍ବାଚିତ ହୋଇଛନ୍ତି । ଚଳିତଥର ସେ ଯଶପୁର ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ତାଙ୍କ ନେତୃତ୍ବରେ ଦଳ ସାଗଗୁଜା ଡିଭିଜନରେ ଭଲ ପ୍ରଦର୍ଶନ କରିଥିଲା । 14 ରୁ 14 ଆସନରେ ବିଜେପି କ୍ଲିନସ୍ବିପ କରିଛି ।

ଜଣେ ସରପଞ୍ଚ ଭାବେ ସାଏ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । 1990-1998 ପର୍ଯ୍ୟନ୍ତ ସେ ମଧ୍ୟ ପ୍ରଦେଶ (ଅବିଭକ୍ତ) ବିଧାନସଭାକୁ ନିର୍ବାଚିତ ହୋଇଥିଲେ । 1999 ସାଧାରଣ ନିର୍ବାଚନରେ ସେ ସାଂସଦ ଭାବେ ବିଜୟୀ ହୋଇଥିଲେ । 13ତମ ଲୋକସଭାରେ ସେ ରାୟଗଡ ସଂସଦୀୟ କ୍ଷେତ୍ରରୁ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ ମଧ୍ୟ ହୋଇଥିଲେ । 2006ରେ ତାଙ୍କୁ ରାଜ୍ୟ ବିଜେପି ସଭାପତି ଭାବେ ମଧ୍ୟ ଦାୟିତ୍ବ ମିଳିଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ବେଶ ନିକଟତର ବୋଲି ମଧ୍ୟ ବିବେଚନା କରାଯାଏ । ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ)ରେ ମଧ୍ୟ ତାଙ୍କର ସକ୍ରିୟତା ରହିଛି । ସେ ଭାରତୀୟ ଜନତା ପାର୍ଟିର ବର୍ତ୍ତମାନ କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ମଧ୍ୟ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ପୁତୁରାଙ୍କୁ BSP ଉତ୍ତରାଧିକାରୀ ଘୋଷଣା କଲେ ମାୟାବତୀ

90 ଆସନ ବିଶିଷ୍ଟ ଛତିଶଗଡ଼ରେ ଚଳିତ ଥର ଦୁଇଟି ପର୍ଯ୍ୟାୟ ନଭେମ୍ବର 7 ଓ 17 ତାରିଖରେ ପର୍ଯ୍ୟାୟ କ୍ରମିକ ଭୋଟଗ୍ରହଣ ହୋଇଥିଲା । ଏଥିରେ କଂଗ୍ରେସ ସରକାର କ୍ଷମତା ବଜାୟ ରଖିବା ନେଇ ଏକାଧିକ ଏକଜିଟ୍‌ ପୋଲ୍‌ ଆକଳନ କରିଥିଲେ ସୁଦ୍ଧା, ତାହା ଭୁଲ ପ୍ରମାଣିତ ହୋଇ ରାଜ୍ୟରେ କ୍ଷମତା ପରବର୍ତ୍ତନ ହୋଇଥିଲା । ଭାରତୀୟ ଜନତା ପାର୍ଟି 54 ଆସନ ସହ ବହୁମତ ପାଇଛି । କଂଗ୍ରେସ 35 ଆସନ ସହ ବିରୋଧୀ ଆସନରେ ରହିଛି । ତେବେ 3 ତାରିଖରେ ଫଳାଫଳ ପ୍ରକାଶ ପାଇବାର ପ୍ରାୟ ସପ୍ତାହେ ପରେ ଆଜି ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ସସପେନ୍ସରୁ ପରଦା ହଟିଛି । ଖୁବଶୀଘ୍ର ଦଳ ମଧ୍ୟ ପ୍ରଦେଶ ଓ ରାଜସ୍ଥାନରେ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 10, 2023, 5:29 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.