ETV Bharat / bharat

Passenger Train Accident: ଦୁଇଟି ପାସେଞ୍ଜର ଟ୍ରେନ ମଧ୍ୟରେ ଧକ୍କା, 6 ମୃତ

author img

By ETV Bharat Odisha Team

Published : Oct 29, 2023, 8:17 PM IST

Updated : Oct 29, 2023, 9:31 PM IST

ବିଶାଖାପାଟନମ୍-ରାୟଗଡା ପାସେଞ୍ଜର ଓ ପଲାସା- ବିଶାଖାପାଟନମ ପାସେଞ୍ଜର ଟ୍ରେନ ମଧ୍ୟରେ ଧକ୍କା । ଉଭୟ ଟ୍ରେନର ଏକାଧିକ ବଗି ଲାଇନଚ୍ୟୁତ । 6 ମୃତ ଏକାଧିକ ଆହତ ସୂଚନା । ଅଧିକ ପଢନ୍ତୁ

ଆନ୍ଧ୍ର-ଓଡିଶା ସୀମାନ୍ତରେ ଟ୍ରେନ ଦୁର୍ଘଟଣା, ବିଶାଖାପାଟନମ୍-ରାୟାଗଡା ପାସେଞ୍ଜର ଏକାଧିକ ବଗି ଲାଇନଚ୍ୟୁତ

Passenger Train accident: ଦୁଇଟି ଟ୍ରେନ ଧକ୍କା, ଏକାଧିକ ମୃତାହତ ଆଶଙ୍କା

ଅମରାବତି: ଆନ୍ଧ୍ର-ଓଡିଶା ସୀମାନ୍ତରେ ଟ୍ରେନ ଦୁର୍ଘଟଣା । ବିଶାଖାପାଟନମ-ରାୟଗଡା ପାସେଞ୍ଜର ଟ୍ରେନ ଓ ପଲାସା ବିଶାଖାପାଟନମ ପାସେଞ୍ଜର ଟ୍ରେନ ମଧ୍ୟରେ ଧକ୍କା ହୋଇଛି । ଗୋଟିଏ ଟ୍ରେନ ଅନ୍ୟ ଏକ ଟ୍ରେନକୁ ପଛରୁ ଧକ୍କା ଦେଇଛି । ହାଓ୍ବଡା-ଚେନ୍ନାଇ ମେନାଲାଇନରେ ଏହି ଦୁର୍ଘଟଣା ଘଟିଛି । ଦୁଇଟି ଟ୍ରେନର ଏକାଧିକ ବଗି ଲାଇନଚ୍ୟୁତ ହୋଇଛି । ଆଜି ବିଳମ୍ବିତ ସଂଧ୍ୟାରେ ଆଲମଣ୍ଡା ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି । ପ୍ରାୟ 6 ଜଣଙ୍କ ମୃୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଜୟନଗରମ ଜିଲ୍ଲାର କଣ୍ଟାକାପାଲ୍ଲୀ ନିକଟରେ ଏହି ଟ୍ରେନ୍ ଦୁର୍ଘଟଣା ଘଟିଛି । ବିଶାଖାପାଟନମରୁ ରାୟଗଡା ଅଭିମୁଖେ ଯାଉଥିବା ପାସେଞ୍ଜର ଟ୍ରେନ୍ ଓ ପଲାସାରୁ ବିଜୟନଗରମ ଅଭିମୁଖେ ଯାଉଥିବା ପାସେଞ୍ଜର ଟ୍ରେନ୍ ମଧ୍ୟରେ ଧକ୍କା ହୋଇଛନ୍ତି । ଦୁର୍ଘଟଣାରେ 6 ଜଣଙ୍କ ମୃତ୍ୟୁ ହୋଇଛି । ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଭୟ ଟ୍ରେନର 3ଟି ବଗି ଲାଇନଚ୍ୟୁତ ହୋଇଥିବା ପ୍ରାଥମିକ ଭାବେ କୁହାଯାଉଛି । ଅନ୍ଧାର ମଧ୍ୟରେ ଉଦ୍ଧାର ଅପରେସନ ଜାରି ରହିଛି ।

  • CM YS Jagan Mohan Reddy ordered to take immediate relief measures and to send as many ambulances as possible from Visakhapatnam and Anakapalli, the nearest districts of Vizianagaram, and to make all kinds of arrangements in nearby hospitals to provide good medical care. The Chief… https://t.co/qQ1PujGm9G

    — ANI (@ANI) October 29, 2023 " class="align-text-top noRightClick twitterSection" data=" ">

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ଏହି ଘଟଣାରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରେଳବାଇ ଅଧିକାରୀ, ପୋଲିସ ଓ ଏନଡିଆରଏଫ ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଯୁଦ୍ଧକାଳୀନ ଭିତ୍ତରେ ଉଦ୍ଧାର ଅପରେସନ ଜାରି ରହିଛି । କେଉଁ ଟ୍ରେନର କେତେ ବଗି କ୍ଷତିଗ୍ରସ୍ତ ହୋଇଛି ସେନେଇ କୌଣସି ସୂଚନା ସ୍ପଷ୍ଟ ହୋଇନି ।

  • VIDEO | Passenger train travelling to Rayagada, Odisha derails near Vizianagaram, Andhra Pradesh; rescue operation underway. More details are awaited. pic.twitter.com/BDOW16aRUN

    — Press Trust of India (@PTI_News) October 29, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ:-ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସରେ ଧୂଆଁ, ଓହ୍ଲାଇଗଲେ ଯାତ୍ରୀ

ବାଲେଶ୍ବର ରେଳ ଦୁର୍ଘଟଣାରେ ପ୍ରାୟ 3 ଶହ ଜଣଙ୍କ ମୃତ୍ୟୁ ହେବା ପରେ ଏକାଧିକ ଛୋଟ ଧରଣର ରେଳ ଦୁର୍ଘଟଣା ମଧ୍ୟ କ୍ରମାଗତ ସାମ୍ନାକୁ ଆସିବାରେ ଲାଗିଛି । ନିକଟରେ ହାଇଦ୍ରାବାଦ-ହାଓ୍ବଡା ଫାଲକନୁମା ଏକ୍ସପ୍ରେସର ଏକାଧିକ ବଗି ଜଳିଯାଇଥିଲା । ସେହିପରି 11 ତାରିଖରେ ବ୍ରହ୍ମପୁର ରେଳ ଷ୍ଟେସନରେ ଦେଶର ସର୍ବାଧିକ ଦୂରତା ଅତିକ୍ରମ କରୁଥିବା ଦ୍ରିବୁଗଡ-କନ୍ୟାକୁମାରୀ ବିବେକ ଏକ୍ସପ୍ରେସରେ ମଧ୍ୟ ଧୂଆଁ ଦେଖିବାକୁ ମିଳିଥିଲା । ଟ୍ରେନର ଗୋଟିଏ ବଗି ନିକଟରେ ବହୁ ଜୋରରେ ଧୂଆଁ ଦେଖିବା ପରେ ଟ୍ରେନର ଚେନକୁ ଟାଣି ଭୟଭୀତ ହୋଇପଡିଥିବା ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇ ପଡିଥିଲେ । ଏବେ ପୁଣି ଆନ୍ଧ୍ରରେ ଏହି ଦୁର୍ଘଟଣା ଘଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 29, 2023, 9:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.