ETV Bharat / bharat

ଡାକ୍ତରଙ୍କୁ ମସାଜ ଦେଲେ ମହିଳା ସ୍ବାସ୍ଥ୍ୟକର୍ମୀ, କାରଣଦର୍ଶାଅ ନୋଟିସ ଜାରି

author img

By

Published : Feb 2, 2023, 10:18 PM IST

ବିହାର ଖଗଡିୟା ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ଭିଡିଓ ଭାଇରାଲ । ବିଭାଗ ଓ ଉଭୟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି । ଏହାସହ ଏକ ଆପତ୍ତିନଜକ ସେଲ୍ଫି ମଧ୍ୟ ଭାଇରାଲ ହୋଇଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

Khagaria Doctor
Khagaria Doctor

ପାଟନା: ଚର୍ଚ୍ଚାରେ ବିହାର ଖଗଡ଼ିୟା ସ୍ବାସ୍ଥ୍ୟ ବିଭାଗ । କାରଣ ଏଠାରେ ମହିଳା ସ୍ବାସ୍ଥ୍ୟକର୍ମୀ ଓ ଡାକ୍ତରଙ୍କ ଏକ ଭିଡିଓ ସାମନାକୁ ଆସିଛି । ଯେଉଁଥିରେ ମହିଳା ସ୍ବାସ୍ଥ୍ୟକର୍ମୀ ଜଣକ ଡାକ୍ତରଙ୍କୁ ମସାଜ ଦେଉଛନ୍ତି । ଏହି ଭିଡିଓ ଭାଇରାଲ ହେବା ପରେ ବିଭାଗକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଭିଡିଓ ସାମନାକୁ ଆସିବା ପରେ ଲୋକେ ଉଭୟ ସ୍ବାସ୍ଥ୍ୟକର୍ମୀଙ୍କୁ ଥଟ୍ଟା ପରିହାସ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଖାଲି ସେତିକି ନୁହେଁ ଏକ ଆପତ୍ତିଜନକ ସେଲ୍ଫି ମଧ୍ୟ ଭାଇରାଲ ହୋଇଛି ।

ମହିଳା ସ୍ବାସ୍ଥ୍ୟକର୍ମୀ ଡାକ୍ତରଙ୍କ ଫେସ୍‌ ମସାଜ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଏହାସହ ଏକ ସେଲ୍ଫି ମଧ୍ୟ ଭାଇରାଲ ହେଉଛି । ଯେଉଁଥିରେ ଉଭୟ ପତି-ପତ୍ନୀ ପରି ଆଚରଣ କରୁଛନ୍ତି । ହେଲେ ଏହା ଜାଣିବାକୁ ମିଳିଛି ଯେ ଉଭୟ ପୂର୍ବରୁ ବିବାହିତ । ଭିଡିଓ ଓ ଫଟୋ ଭାଇରାଲ ହେବା ପରେ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଶୋଭନୀୟ ପରିସ୍ଥିତି ସୃଷ୍ଟି ହଇଛି । ଏଭଳି ଆପତ୍ତିଜନକ ସେଲ୍ଫି ଭାଇରାଲ ହେବା ପରେ ସଦର PHCର ଇନଚାର୍ଜ ଡକ୍ଟର କ୍ରିଷ୍ଣା କୁମାର ଉଭୟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଆସନ୍ତା ୩ ଦିନ ମଧ୍ୟରେ ନିଜ ଜବାବ ଦାଖଲ କରିବା ଲାଗି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଏହା ବି ପଢନ୍ତୁ- Handpump Fire: ବୋରୱେଲ୍‌ରୁ ପାଣି ବଦଳରେ ବାହାରୁଛି ନିଆଁ, ଭୟଭୀତ ଲୋକେ

ଏହି ଭିଡିଓ ଭାଇରାଲ ହେବା ପରେ ଡାକ୍ତର ଜଣକ ଫେରାର ଥିବା ଜଣାପଡ଼ିଛି । ଉଭୟ ପୂର୍ବରୁ ବିବାହିତ ଥିବା ବେଳେ ଭିଡିଓ ଭାଇରାଲ ହେବା ପରେ ସେମାନଙ୍କୁ ନେଇ ବେଶ ଚର୍ଚ୍ଚା ହେଉଛି । ଉଭୟ ଦାୟିତ୍ବବାନ ପଦବୀରେ ଥାଇ ଏପରି କାର୍ଯ୍ୟରେ ଲିପ୍ତ ଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏହି ଘଟଣାକୁ ନେଇ ବିଭାଗ ଉପରେ ମଧ୍ୟ ପ୍ରଶ୍ନ ଉଠିଛି । ଅନ୍ୟପଟେ ଏହା ଜଣାପଡ଼ିଛି ଯେ ଭାଇରାଲ ହୋଇଥିବା ଭିଡିଓ ଓ ଫଟୋ ଅଲଗା ଅଲଗା ତାରିଖର । ତେବେ ଉଭୟଙ୍କ ପଦବୀ ବେଶ ଦାୟିତ୍ବବାନ ଥିବାରୁ ଏହା ଗାରିମା ନଷ୍ଟ କରିଛି ବୋଲି ମଧ୍ୟ କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.