ETV Bharat / bharat

କେରଳରେ ଚିନ୍ତା ବଢାଇବାରେ ଲାଗିଛି ଜ୍ବର, ଜାଣନ୍ତୁ କଣ ପାଇଁ ବଢୁଛି ମୃତ୍ୟୁସଂଖ୍ୟା - କେରଳରେ ଜ୍ବର ଆତଙ୍କ

କେରଳରେ ଡେଙ୍ଗୁ ଏବଂ ପ୍ଲେଗ ସହିତ ଟମାଟୋ ଫ୍ଲୁ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ଏହା ଦ୍ୱାରା ପ୍ରଭାବିତ ଏବଂ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଅଧିକ ପଢନ୍ତୁ

tomato flu
tomato flu
author img

By

Published : Jun 19, 2023, 3:05 PM IST

ଥିରୁଅନନ୍ତପୁରମ: କେରଳରେ ମୌସୁମୀ ପହଞ୍ଚିଥିବା ବେଳେ ଏବେ ପୁଣି ଚିନ୍ତା ବଢାଉଛି ଜ୍ବର । ରବିବାର ଦିନ ଜଣେ ମହିଳାଙ୍କ ମୃତ୍ୟୁ ପରେ ଦୁଇ ସପ୍ତାହ ମଧ୍ୟରେ କେରଳରେ ଡେଙ୍ଗୁ ଏବଂ ପ୍ଲେଗ ସହିତ ଟମାଟୋ ଜ୍ୱରର ଆଶଙ୍କା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହି କାରଣରୁ ମୃତ୍ୟୁ ସଂଖ୍ୟା 23କୁ ବୃଦ୍ଧି ପାଇଛି। ରବିବାର ପୂର୍ବାହ୍ନରେ କୋଟାୟାମ ମେଡିକାଲ କଲେଜରେ କୋଡୁମାନଚିରାର ସୁଜଥା (50) ଙ୍କ ପ୍ଲେଗ ରୋଗରେ ମୃତ୍ୟୁ ଘଟିଛି ବୋଲି ଅଧିକାରୀମାନେ କହିଛନ୍ତି। ରିପୋର୍ଟରେ କୁହାଯାଇଛି ଯେ ଡେଙ୍ଗୁ ଏବଂ ପ୍ଲେଗ୍‌ ଏବଂ ଜୀବାଣୁ ସଂକ୍ରମଣ ଭଳି ବିଭିନ୍ନ ଜ୍ୱର ଯୋଗୁଁ ଅନେକ ଲୋକ ରାଜ୍ୟର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଲୋକମାନଙ୍କୁ ଔଷଧ ଦେବା ପରିବର୍ତ୍ତେ ଡାକ୍ତରଙ୍କ ପରାମର୍ଶ ନେବାକୁ କହିଛି । କିଛି ଦିନ ମଧ୍ୟରେ ରାଜ୍ୟରୁ ଅତି କମରେ 877 ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।

ସ୍ଥାନୀୟ ପ୍ରଶାସନ ମୌସୁମୀ ପୂର୍ବରୁ ନାଳ ଏବଂ ଡ୍ରେନ୍‌ ସଫା କରିବାରେ ବିଫଳ ହୋଇଛି ଏବଂ ଏହା ଦ୍ବାରା ମଶା ଓ ମୂଷାଙ୍କ ଉପସ୍ଥିତି ବଢିବା ସହ ସଂକ୍ରାମକ ରୋଗ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । କେରଳର ବାଣିଜ୍ୟିକ ରାଜଧାନୀ କୋଚି ସହରର ସମସ୍ତ ଅଞ୍ଚଳରେ ଅଳିଆ ଗଦା ହୋଇ ବର୍ଜ୍ୟବସ୍ତୁ ପରିଚାଳନା ପ୍ରସଙ୍ଗରେ ମୁକାବିଲା କରୁଛି । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କ୍ଷେତରେ କାମ କରୁଥିବା ଲୋକଙ୍କୁ ଗ୍ଲୋବସ୍ ଏବଂ ଜୋତା ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି । ସପ୍ତାହରେ ଥରେ 'ଡକ୍ସିସାଇକ୍ଲିନ୍' ଔଷଧ ଖାଇବା ପାଇଁ ପରାମର୍ଶ ଦେଇଛନ୍ତି । ରାଜ୍ୟରେ ଜ୍ୱର ବୃଦ୍ଧି ଏବଂ ମୃତ୍ୟୁସଂଖ୍ୟା ବଢ଼ିବା ସହିତ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଜ୍ୱରକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଏକ ଅଭିଯାନ ଆରମ୍ଭ କରିଛନ୍ତି ।

ଏହା ବ୍ୟତୀତ କେରଳର କୋଲାମରୁ ଟମାଟୋ ଜ୍ୱର ବ୍ୟାପିବା ଖବର ସାମ୍ନାକୁ ଆସିଛି । କୁହାଯାଉଛି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ 82 ଲୋକ ଏହି ବିପଜ୍ଜନକ ରୋଗର ଶିକାର ହୋଇଛନ୍ତି । କେରଳ ସରକାରଙ୍କ ରିପୋର୍ଟ ଅନୁଯାୟୀ, 5 ବର୍ଷରୁ କମ୍ ପିଲାମାନଙ୍କଠାରେ ଟମାଟୋ ଜ୍ୱରର ସର୍ବାଧିକ ରୋଗ ଦେଖାଯାଏ, ଯାହା କୋଲାମର ଏକ ସରକାରୀ ଡାକ୍ତରଖାନା ଦ୍ୱାରା ମଧ୍ୟ ଏଥିରେ ସହମତି ପ୍ରକାଶ କରିଛି । ତେବେ ଏହି ରୋଗ ଚିକେନଗୁନିଆ କିମ୍ବା ଡେଙ୍ଗୁ ଭଳି ରୋଗ କି ଏହା ଏକ ନୂତନ ରୋଗ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ଟମାଟୋ ଜ୍ୱର ରୋଗକୁ ଭାଇରାଲ୍ ଫ୍ଲୁ କୁହାଯାଏ, ଏହା ପ୍ରାୟତଃ ପିଲାମାନଙ୍କଠାରେ ଦେଖାଯାଏ। ଏହି ରୋଗରେ ପୀଡିତ ପିଲାମାନଙ୍କ ଶରୀରରେ ଟମାଟୋ ରଙ୍ଗର ଗୋଲଗୋଲ ହେବା ସହ ଏହି ଚର୍ମରେ ଉତ୍ତେଜନା ମଧ୍ୟ ଆରମ୍ଭ ହୁଏ। ଏହି ସମୟରେ ରୋଗୀର ପାଟି ଶୁଖିବା ଆରମ୍ଭ କରେ ଏବଂ ତୃଷ୍ଣା ବା ଶୋଷ ହୁଏ ନାହିଁ । ଏହି କାରଣରୁ, ପିଲାମାନଙ୍କ ଶରୀରରେ ଜଳର ଅଭାବ ଦେଖାଯିବା ଆରମ୍ଭ କରେ । ଏହା ବ୍ୟତୀତ ଅଧିକ ଜ୍ୱର, ଶରୀରରେ ଯନ୍ତ୍ରଣା, ଗଣ୍ଠିରେ ଯନ୍ତ୍ରଣା ଏବଂ ଫୁଲା ମଧ୍ୟ ପାଟିରେ ଦେଖାଯାଏ ।

ନଜର ପକାନ୍ତୁ ଏହି ଜ୍ବରର ଲକ୍ଷଣ ଉପରେ

ଟମାଟୋ ଫ୍ଲୁ: ଟମାଟୋ ଫ୍ଲୁ ହେଉଛି ଏକ ପ୍ରକାର ଜ୍ବର ଯାହାକି ୫ ବର୍ଷରୁ କମ ଶିଶୁମାନଙ୍କ ନିକଟରେ ଦେଖାଯାଇଥାଏ । ଏଥିରେ ସଂକ୍ରମିତ ଶିଶୁଙ୍କ ହାତ ଏବଂ ଗୋଡରେ ଲାଲ୍‌ ଚିହ୍ନ ଦେଖାଯିବା ସହ ଶରୀର କୁଣ୍ଡେଇ ହୋଇ ଥଣ୍ଡା ଏବଂ ଡାଇରିଆ ଲାଗି ରହିଥାଏ । ଦେହ ନାଲି ଭଳି ଫୁଲି ଯାଉଥିବାରୁ ଏହାକୁ ଟମାଟୋ ଫ୍ଲୁ କୁହାଯାଏ । ପରିଷ୍କାର ଓ ପରିଚ୍ଛିନ୍ନତା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏହାବାଦ ଉପଯୁକ୍ତ ହାଇଡ୍ରେଡ ମଧ୍ୟ ଜରୁରୀ ।

ପ୍ଲେଗ: ଏହା ଏକ ସଂକ୍ରାମକ ରୋଗ ଅଟେ । ମୂଷା କାମୁଡିବା ଦ୍ବାରା ମଧ୍ୟ ଏହି ରୋଗ ହୋଇଥାଏ । ୟେରସିନିଆ ପେସ୍ଟିସ ଜୀବାଣୁ ଦ୍ବାରା ମଧ୍ୟ ଏହା ହୁଏ । ଏହି ରୋଗରେ ଜ୍ୱର, ମୁଣ୍ଡ ବିନ୍ଧା ହୁଏ ଓ ଦୁର୍ବଳ ଲାଗେ । ଉପ‌ଯୁକ୍ତ ଚିକିତ୍ସା ମିଳିଲେ ମଧ୍ୟ ପ୍ରାୟ ୧୦% ରୋଗୀଙ୍କର ମୃତ୍ୟୁ ହୁଏ ଓ ଅଣଚିକିତ୍ସିତ ହେଲେ ୭୦% ରୋଗୀଙ୍କର ମୃତ୍ୟୁ ହୁଏ । ରୋଗର ପ୍ରାରମ୍ଭିକ ସ୍ତରରେ ଆଣ୍ଟିବାୟୋଟିକ ଔଷଧ ଖାଇବା ପାଇଁ ଦିଆଯାଇଥାଏ।

ଡେଙ୍ଗୁ: ଡେଙ୍ଗୁ ହେଉଛି ଏକ ମଶା ଦ୍ବାରା ବ୍ୟାପୁଥିବା ଜ୍ୱର ରୋଗ । ଡେଙ୍ଗୁ ହେଲେ ଭୀଷଣ ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଏବଂ ଗଣ୍ଠି ଯନ୍ତ୍ରଣା, ଚର୍ମରେ ଦାଗ ଇତ୍ୟାଦି ହୋଇଥାଏ । ଏହି କାରଣରୁ ପ୍ରବଳ ରକ୍ତସ୍ରାବ, ହଠାତ୍ ରକ୍ତଚାପ ହ୍ରାସ ଘଟି ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ହୋଇପାରେ । ମଶା ଜଣେ ବ୍ୟକ୍ତିଙ୍କୁ କାମୁଡ଼ିବାର ୪ରୁ ୧୦ ଦିନ ପରେ ଡେଙ୍ଗୁ ଲକ୍ଷଣ ଦେଖାଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.