ETV Bharat / bharat

Agnipath Protest: ହିଂସା ସମାଧାନ ନୁହେଁ, ସଠିକ ସୂଚନା ଜାଣିବାକୁ ବାୟୁସେନା ମୁଖ୍ୟଙ୍କ ପରାମର୍ଶ

author img

By

Published : Jun 18, 2022, 4:03 PM IST

ଅଗ୍ନିପଥ ଯୋଜନାକୁ ନେଇ ପ୍ରତିବାଦ ଓ ହିଂସା ନେଇ ବାୟୁସେନା ମୁଖ୍ୟଙ୍କ ପରାମର୍ଶ । ହିଂସା ସାମାଧାନର ରାସ୍ତା ନୁହେଁ । ସଠିକ ସୂଚନା ଜାଣିବାକୁ ଦେଲେ ପରାମର୍ଶ । ଆସାମ ରାଇଫଲ ଓ CAPFରେ ଅଗ୍ନିବୀରଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ନିଷ୍ପତ୍ତିକୁ କଲେ ପ୍ରଶଂସା । ଅଧିକ ପଢନ୍ତୁ

Agnipath Scheme protest: ହିଂସା ସମାଧାନ ନୁହେଁ, ସଠିକ ସୂଚନା ଜାଣିବାକୁ ବାୟୁସେନା ମୁଖ୍ୟଙ୍କ ପରାମର୍ଶ

ନୂଆଦିଲ୍ଲୀ: ସଶସ୍ତ୍ର ବଳରେ ଭର୍ତ୍ତି ପାଇଁ କେନ୍ଦ୍ର ସରକାର ଆଣିଥିବା ଅଗ୍ନିପଥ ଯୋଜନାକୁ ନେଇ ଦେଶବ୍ୟାପୀ ବିରୋଧ ଓ ପ୍ରତିବାଦ ବେଳେ ହିଂସା ଦେଖିବାକୁ ମିଳିଛି । କ୍ରମାଗତ ଦୁଇ ଦିନ ଧରି ଉତ୍ତର ଭାରତ ସମେତ ବିଭିନ୍ନ ସ୍ଥାନରେ ହିଂସା ଲାଗିରହିଛି । ଆଜି ଏନେଇ ବାୟୁସେନା ମୁଖ୍ୟ ଆନ୍ଦୋଳନକାରୀ ଆଶାୟୀ ଛାତ୍ରଙ୍କୁ ହିଂସାର ବାଟ ନ ଆପଣାଇବା ସହ ଯୋଜନା ସମ୍ପର୍କରେ ସଠିକ ତଥ୍ୟ ଜାଣିବା ପାଇଁ ପରାମର୍ଶ ଦେଇଛନ୍ତି ।

ବାୟୁସେନା ମୁଖ୍ୟ ଏୟାର ମାର୍ଶଲ ବି.ଆର ଚୌଧୁରୀ କହିଛନ୍ତି ,ହିଂସା କୌଣସି ସମାଧାନର ପନ୍ଥା ବାହାର କରିପାରିବ ନାହିଁ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ CAPF ଓ ଆସାମ ରାଇଫଲରେ ଅଗ୍ନିବୀରଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ନିଷ୍ପତ୍ତି ଏକ ସଠିକ ପଦକ୍ଷେପ । ପ୍ରତିବାଦକୁ ଓହ୍ଲାଉଥିବା ସେନା ଆଶାୟୀ ଛାତ୍ରମାନେ ଏହି ସମ୍ପର୍କରେ ନିଜ ଦ୍ବନ୍ଦ ଦୂର କରନ୍ତୁ, ସଠିକ ସୂଚନା ପାଇବାକୁ ପ୍ରୟାସ କରନ୍ତୁ ।

ଅଗ୍ନିପଥ ଯୋଜନାରେ 4ବର୍ଷର କାର୍ଯ୍ୟକାଳ ପରେ ସେବାରୁ ଅବସର ନେବାକୁ ଥିବା ଅଗ୍ନିବୀରଙ୍କ ପାଇଁ ଏହା ଏକ ଭଲ ସୁଯୋଗ ସୃଷ୍ଟି କରିବ । ସେମାନେ କେନ୍ଦ୍ରୀୟ ସୁରକ୍ଷା ବଳ (CAPF) ଓ ଆସାମ ରାଇଫଲରେ ଭର୍ତ୍ତି ହେବା ପାଇଁ ଅନ୍ୟ ଆଶାୟୀଙ୍କ ତୁଳନାରେ ଅଗ୍ରାଧୀକାର ପାଇବେ । ସଂଶୋଧିତ ନିୟମ ଆଧାରରେ ସେମାନଙ୍କ ପାଇଁ କେନ୍ଦ୍ରୀୟ ସାମରିକ ବଳରେ ସଂରକ୍ଷଣ ବ୍ୟବସ୍ଥା ରହିବ । ବର୍ତ୍ତମାନ ଦେଶବ୍ୟାପୀ ଲାଗି ରହିଥିବା ହିଂସା କୌଣସି ପ୍ରକାରେ ଗ୍ରହଣୀୟ ନୁହେଁ ବୋଲି ଏୟାର ଚିଫ ମତ ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.