ETV Bharat / bharat

Prophet Remark Row: ପଶ୍ଚିମବଙ୍ଗରେ ବ୍ୟାପକ ହିଂସା, 144 ଧାରା ଜାରି

author img

By

Published : Jun 12, 2022, 11:42 AM IST

ହାଓ୍ବଡାରେ ଉପଦ୍ରବକାରୀଙ୍କ ଦ୍ବାରା ପଥର ମାଡ଼, ବ୍ୟାପକ ପୋଡ଼ାଜଳା ଓ ଭଙ୍ଗାରୁଜା ଘଟଣା ପରେ ଅଧିକାଂଶ ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ କରିବା ସହ ୧୪୪ଧାରା ଲାଗୁ କରାଯାଇଛି । ଅଧିକ ପଢନ୍ତୁ

Prophet Remark Row: ପଶ୍ଚିମବଙ୍ଗରେ ଅଣାୟତ୍ତ ହିଂସା, 144 ଧାରା ଜାରି

କୋଲକାତା: ମହାପୁରୁଷ ମହମ୍ମଦଙ୍କୁ ନେଇ ପୂର୍ବତନ ବିଜେପି ନେତା ନୂପୁର ଶର୍ମାଙ୍କ ବୟାନ ପରେ ଦେଶର ବିଭିନ୍ନ ସ୍ଥାନରେ ଜାରି ରହିଛି ହିଂସା । ଉତ୍ତକ୍ତ ଲୋକମାନେ ନୂପୁର ଶର୍ମାଙ୍କ ଗିରଫ ଦାବି କରି ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ହାଓ୍ବଡାରେ ଉପଦ୍ରବକାରୀଙ୍କ ଦ୍ବାରା ପଥର ମାଡ଼, ବ୍ୟାପକ ପୋଡ଼ାଜଳା ଓ ଭଙ୍ଗାରୁଜା ଘଟଣା ପରେ ଅଧିକାଂଶ ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ କରିବା ସହ ୧୪୪ଧାରା ଲାଗୁ କରାଯାଇଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ଏହି କଠୋର ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ସୂଚନାଅନୁସାରେ, ବେଲଡାଙ୍ଗା ଥାନା ଅଞ୍ଚଳରେ ବେଲଡାଙ୍ଗା ୧ ବ୍ଲକ ଓ ଶକ୍ତିପୁର ଥାନା ଅଞ୍ଚଳକୁ କଭର କରୁଥିବା ବେଲଡାଙ୍ଗା ୨ ବ୍ଲକରେ ଇଣ୍ଟରନେଟ୍‌ ସେବାକୁ ଜୁନ୍‌ ୧୪ ସକାଳ ୬ଟା ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି । ସେହିପରି ପୁରା ହାଓଡ଼ା ଅଞ୍ଚଳରେ ଜୁନ୍‌ ୧୩ ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରାଯାଇଛି ଓ ଜୁନ୍‌ ୧୫ପର୍ଯ୍ୟନ୍ତ ଉଲୁବେରିଆ, ଡୋମାଜୁର ଓ ପଞ୍ଚଲା ଭଳି ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି । ଏହାସହ 5ରୁ ଅଧିକ ଲୋକଙ୍କ ସମାବେଶ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି । ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: Howrah Violence: ବଦଳିଲେ ବରିଷ୍ଠ ପୋଲିସ ଅଧିକାରୀ, ରାଜ୍ୟ BJP ସଭାପତିଙ୍କୁ ଗିରଫ କରି ଛାଡିଲା ପୋଲିସ

ସୂଚନାଅନୁସାରେ ଶୁକ୍ରବାର ଧୁଲାଗଡ ଏବଂ ଉଲୁବେରିଆରେ ମଧ୍ୟ ଜାତୀୟ ରାଜପଥ ଅବରୋଧ କରିଥିଲେ । ପୋଲିସ ଗାଡିରେ ସହ ଅନେପ ମୋଟର ସାଇକଲ ଜାଳି ଦେଇଥିଲେ ବିକ୍ଷୋଭକାରୀ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ‘କେତେକ ରାଜନୈତିକ ଦଳ ଦଙ୍ଗା ପାଇଁ ଲୋକଙ୍କୁ ଉସକାଉଛନ୍ତି । ହିଂସାକୁ ପ୍ରୋତ୍ସାହନ ନଦେବା ପାଇଁ ସେ ଚେତାବନୀ ଦେଇଛନ୍ତି ।’ ହାଓଡା ଜିଲ୍ଲା ପାଞ୍ଚିଆରେ ନମାଜ ପାଠ ହେବା ପରଠାରୁ ଆରମ୍ଭ ହୋଇଥିବା ହିଂସା ଉଗ୍ର ରୂପ ନେଉଛି । ହାଓଡ଼ା ସମେତ ହିଂସାଗ୍ରସ୍ତ ବିଭିନ୍ନ ଅଞ୍ଚଳରୁ ୮୦ରୁ ଅଧିକ ଉପଦ୍ରବକାରୀଙ୍କୁ ଗିରଫ କରାଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.