ETV Bharat / bharat

ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ ହିଂସା, ସୁରକ୍ଷାକର୍ମୀଙ୍କ ସହ ବିବାଦ ପରେ ଛାତ୍ରଙ୍କ ଗଣ୍ଡଗୋଳ

ଉତ୍ତରପ୍ରଦେଶ ଆହ୍ଲାବାଦର କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ହିଂସାକାଣ୍ଡ (Violence in Allahabad University) । ସୁରକ୍ଷାକର୍ମୀ ଓ ପୁରାତନ ଛାତ୍ରଙ୍କ ମଧ୍ୟରେ ବିବାଦ ପରେ କ୍ୟାମ୍ପସ ପରିସରରେ ନିଆଁ ଲଗାଇଲେ ଉତ୍ତେଜିତ ଛାତ୍ର । ଅଧିକ ପଢନ୍ତୁ

author img

By

Published : Dec 19, 2022, 9:40 PM IST

violence in allahabad university
ଆହ୍ଲାବାଦ ବିଶ୍ବବିଦ୍ୟାଳୟରେ ହିଂସା
ଆହ୍ଲାବାଦ ବିଶ୍ବବିଦ୍ୟାଳୟରେ ହିଂସା

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଆହ୍ଲାବାଦର କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ (Allahabad Central University) ହୋଇଉଠିଛି ଅଶାନ୍ତ । ଆଜି ସନ୍ଧ୍ୟା ସମୟରେ ବିଶ୍ବବିଦ୍ୟାଳୟର ପୁରାତନ ଛାତ୍ର ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ବିବାଦ ଉଗ୍ରରୂପ ନେଇଛି । ଏହାପରେ ଛାତ୍ରମାନେ କ୍ୟାମ୍ପସରେ ହିଂସାକାଣ୍ଡ ଘଟାଇଛନ୍ତି । ଏହାସହିତ ୩ଟି ମୋଟର ସାଇକେଲ ଓ କ୍ୟାମ୍ପସର କ୍ୟାଣ୍ଟିନରେ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି ।

ବିଶ୍ବବିଦ୍ୟାଳୟରେ ପୁରାତନ ଛାତ୍ରମାନେ ପ୍ରାୟ ୫୦ରୁ ଅଧିକ ଯାନ ଭାଙ୍ଗିଦେଇଥିବା ବେଳେ ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ପୋଲିସ କମିଶନର ଓ ଡିଏମ ଛାତ୍ରମାନଙ୍କୁ ବୁଝାଇବା ପରେ ମାମଲା ଶାନ୍ତ ପଡ଼ିଛି । ଛାତ୍ରମାନେ ଅଭିଯୋଗ କରିଛନ୍ତି ଯେ ବିଶ୍ବବିଦ୍ୟାଳୟରେ ସୁରକ୍ଷା ବ୍ୟବସ୍ଥାରେ କର୍ମଚାରୀ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଗୁଳିଚାଳନ କରିଥିଲେ । ଅଭିଯୁକ୍ତ ସୁରକ୍ଷାକର୍ମୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଛାତ୍ରମାନେ ବିକ୍ଷୋଭ ପ୍ରଦର୍ଶ କରିଛନ୍ତି ।

ପୁରାତନ ଛାତ୍ରନେତା ବିବେକାନନ୍ଦ ପାଠକ ଆହତ

ଆହ୍ଲାବାଦ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ପୁରାତନ ଛାତ୍ର ନେତା ବିବେକାନନ୍ଦ ପବାଠକ ସୋମବାର ଅପରାହ୍ନ ୪ଟା ସମୟରେ ବିଶ୍ବବିଦ୍ୟାଳୟ ପରିସରରେ ଥିବା ବ୍ୟାଙ୍କକୁ ଯାଉଥିଲେ । ଏହି ସମୟରେ ୟୁନିଭର୍ସିଟି ସୁରକ୍ଷାକର୍ମୀ ଜଣକ ବିବେକାନନ୍ଦଙ୍କ ବାଇକକୁ ରୋକିବା ସହିତ ତାଙ୍କୁ କ୍ୟାମ୍ପସ ପରିସରରୁ ଯିବା ପାଇଁ କହିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲେ । ପୁରାତନ ଛାତ୍ର ଜଣକ ଏହାପରେ ଅନ୍ୟ ଛାତ୍ରଙ୍କ ସହିତ ବସିଥିବା ସମୟରେ ସୁରକ୍ଷାକର୍ମୀ ଆକ୍ରମଣ କରିଥିଲେ । ଏହାପରେ କ୍ୟାମ୍ପସ ପରିସର ମଧ୍ୟରେ ଗୋଡ଼େଇ ଗୋଡ଼େଇ ସେମାନଙ୍କୁ ମାଡ଼ ମାରିଥିଲେ । ଏହି ଆକ୍ରମଣରେ ବିବେକାନନ୍ଦଙ୍କୁ ଗଭୀର ଆଘାତ ଲାଗିଛି ।

୫୦ରୁ ଊର୍ଦ୍ଧ୍ବ ଯାନ କ୍ଷତିଗ୍ରସ୍ତ

ଏହି ଘଟଣା ପରେ ଛାତ୍ରମାନେ ଏକଜୁଟ ହୋଇ କ୍ୟାମ୍ପସ ପରିସରରେ ଭଙ୍ଗାରୁଜା ଆରମ୍ଭ କରିଥିଲେ । ଏହାପରେ ଉତ୍ତେଜିତ ଛାତ୍ରମାନେ କିଛି ବାଇକ ଓ କ୍ୟାଣ୍ଟିନ କ୍ୟାମ୍ପସରେ ନିଆଁ ଲଗାଇ ଦେଇଥିଲେ । ଘଟଣାସ୍ଥଳରେ ପୋଲିସ କମିଶନର ଅମିତ ମିଶ୍ରା ଓ ଡିଏମ ସଞ୍ଜୟ କୁମାର ଖତ୍ରୀ ପହଞ୍ଚି ଛାତ୍ରମାନଙ୍କୁ ବୁଝାସୁଝା କରିଛନ୍ତି । ମାତ୍ର ଛାତ୍ରମାନେ ସୁରକ୍ଷାକର୍ମୀଙ୍କୁ ଗିରଫ କରିବା ଲାଗି ଦାବି କରିଛନ୍ତି । ଏହି ହିଂସାକାଣ୍ଡ ପରେ କ୍ୟାମ୍ପସ ପରିସରରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.