ETV Bharat / bharat

ଗୋଡ ଖସିଯିବାରୁ କୂଅରେ ପଡିଗଲା ପୁଅ, ଦେବଦୂତ ସାଜି ଉଦ୍ଧାର କଲେ ବାପା - କୂଅରେ ପଡିଯିବା ପରେ ପୁଅକୁ ଉଦ୍ଧାର କଲା ବାପା

କୂଅରେ ପଡିଯିବା ପରେ ପୁଅକୁ ଉଦ୍ଧାର କଲା ବାପା । ଉଭୟଙ୍କୁ କୂଅରୁ ବାହରକୁ ଆଣିଲେ ଗ୍ରାମବାସୀ । ଅଧିକ ପଢନ୍ତୁ

Villagers rescued father and son
ଗୋଡ ଖସିଯିବାରୁ କୂଅରେ ପଡିଗଲା ପୁଅ
author img

By

Published : Jan 17, 2023, 10:09 PM IST

ପାଟନା: କୁହାଯାଏ ସନ୍ତାନର ସୁରକ୍ଷା ପାଇଁ ତାର ବାପା ମାଆ କିଛି ବି କରିବାକୁ ପ୍ରସ୍ତୁତ । ସନ୍ତାନର ସୁରକ୍ଷା ପାଇଁ ଢାଲ ହୋଇ ରହିଥାନ୍ତି ବାପା ମାଆ । ଏମିତି ନିଜ ଜୀବନକୁ ବାଜିରେ ଲଗାଇବାକୁ ମଧ୍ୟ ପଛାନ୍ତି ନାହିଁ। ଯାହା ଏବେ ସତ ପ୍ରତିପାଦିତ ହୋଇଛି ବିହାରର ଯୁବକ ରଜନୀଶଙ୍କ ନିକଟରେ । ଯୁବକ ଜଣଙ୍କ ଏକ କୂଅରେ ପଡିଯାଇଥିବା ବେଳେ ଦେବଦୂତ ସାଜି ତାଙ୍କ ଜୀବନ ରକ୍ଷା କରିଛନ୍ତି ତାଙ୍କ ବାପା ମନୁ ରାମ ।

ମିଳିଥିବା ସୂଚନା ଅନୁଯାୟୀ, ଚେନପୁର ପୋଲିସ ଷ୍ଟେସନ ପରିସରର ଆଖ୍ରା ଗାଁରେ ରଜନୀଶ କୂଅରେ ପଡ଼ିଯାଇଥିଲେ । ଫଳରେ ପୁଅ ଘରକୁ ନଫେରିବାରୁ ଚାରିଆଡେ ଖୋଜା ଖୋଜି କରିଥିଲେ ପରିବାର ଲୋକେ । ଶେଷରେ ପୁଅ କୂଅରେ ପଡିଯାଇଥିବା ଖବର ପାଇଥିଲେ ମନୁ ରାମ । ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ପୁଅକୁ ଉଦ୍ଧାର କରିବାକୁ କୂଅକୁ ଡେଇଁ ପଡିଥିଲେ । ଏହାପରେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଦୁହେଁ କୂଅରୁ ସୁରକ୍ଷିତ ଭାବେ ବାହାରି ଥିଲେ ।

ପୁଅ ପାଇଁ ଦେବଦୂତ ସାଜିଲେ ବାପା: ତେବେ ପୁଅର ସ୍ବର ଶୁଣିବା ପରେ ମନୁ ରାମ କୂଅ ନିକଟକୁ ଯାଇଥିଲେ । ଏହାପରେ ପୁଅ ପାଣିରେ ପହଁରୁଥିବା ଦେଖିବାକୁ ପାଇଥିଲେ । ବିଳମ୍ବ ନକରି ସଙ୍ଗେ ସଙ୍ଗେ କୂଅକୁ ଡେଇଁ ପଡିଥିଲେ ମନୁ ରାମ । ଗ୍ରାମବାସୀ ଏହା ଦେଖି କୂଅ ନିକଟକୁ ଆସି ଭିଡ ଜମାଇଥିଲେ ।

ବାପା-ପୁଅ ଉଦ୍ଧାର କଲେ ଗ୍ରାମବାସୀ : ଗ୍ରାମବାସୀମାନେ ଉଭୟ ବାପା ପୁଅଙ୍କୁ ଏପରି ଅବସ୍ଥାରେ ଦେଖି ଉଦ୍ଧାର ପାଇଁ କୂଅକୁ ଏକ ଦଉଡି ପକାଇଥିଲେ।ଏହାପରେ ବାପା ପୁଅକୁ ଦଉଡ଼ି ସାହାଯ୍ୟରେ ବାହରକୁ ଆସିଥିଲେ । ତେବେ ଉଦ୍ଧାର ସମୟର ଭିଡିଓ ଏବେ ସାମ୍ନାକୁ ଆସିଛି।

ଏହା ମଧ୍ୟ ପଢନ୍ତୁ-Encounter In Budgam: ସେନା ଗୁଳିରେ ୨ ଆତଙ୍କୀ ନିପାତ

କିପରି କୂଅରେ ପଡିଥିଲା ରଜନୀଶ: ଗ୍ରାମବାସୀଙ୍କ କହିବା ଅନୁସାରେ ଯୁବକ ଜଣଙ୍କ ଚାଲିବାକୁ ଯାଇଥିବା ବେଳେ କୂଅ ନିକଟରେ ଗୋଡ ଖସି ଯାଇଥିଲା । ଫଳରେ ସେ କୂଅ ମଧ୍ୟକୁ ଖସି ପଡିଥିଲା । ଯୁବକ ଜଣଙ୍କୁ ପହଁରା ମଧ୍ୟ ଜଣାନଥିଲା । କିନ୍ତୁ କୂଅରେ ବହୁ ସମୟ ରହିବା ପରେ ମଧ୍ୟ ସେ ନିଶ୍ବାସ ପ୍ରଶ୍ବାସ ନେଉଥିଲେ ଏବଂ ବଞ୍ଚାଇବା ପାଇଁ ଚିତ୍କାର କରୁଥିଲେ । ଏହି ସମୟରେ ତାଙ୍କ ବାପା ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ କୂଅରୁ ଉଦ୍ଧାର କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.