ETV Bharat / bharat

ନିର୍ବାଚନ ହାରିବାରୁ ସରପଞ୍ଚ ପ୍ରାର୍ଥୀଙ୍କୁ ମିଳିଲା କାର୍ ଓ ୧୧ ଲକ୍ଷ, ଜାଣନ୍ତୁ କାହିଁକି

author img

By

Published : Nov 27, 2022, 9:30 AM IST

ନିର୍ବାଚନ ହାରିବାରୁ ପରାଜିତ ପ୍ରାର୍ଥୀଙ୍କୁ କାର୍ ଓ ୧୧ ଲକ୍ଷ ଟଙ୍କା ଦେଲେ ଗ୍ରାମବାସୀ । ଜାଣନ୍ତୁ କେଉଁଠି

ନିର୍ବାଚନ ହାରିବାରୁ ସରପଞ୍ଚ ପ୍ରାର୍ଥୀଙ୍କୁ ମିଳିଲା କାର୍ ଓ ୧୧ ଲକ୍ଷ, ଜାଣନ୍ତୁ କାହିଁକି
ନିର୍ବାଚନ ହାରିବାରୁ ସରପଞ୍ଚ ପ୍ରାର୍ଥୀଙ୍କୁ ମିଳିଲା କାର୍ ଓ ୧୧ ଲକ୍ଷ, ଜାଣନ୍ତୁ କାହିଁକି

ଚଣ୍ଡିଗଡ: ପଞ୍ଚାୟତ ନିର୍ବାଚନ ହାରିବାରୁ ସରପଞ୍ଚ ପ୍ରାର୍ଥୀଙ୍କୁ ମିଳିଲା କାର୍ ଓ ଲକ୍ଷାଧିକ ଟଙ୍କା । ପରାଜିତ ପ୍ରାର୍ଥୀଙ୍କ ଆତ୍ମବିଶ୍ବାସ ବଢାଇବାକୁ ଗ୍ରାମବାସୀ ମିଶି ୧୧ ଲକ୍ଷ ଟଙ୍କା, କାର୍ ଓ ଜମି ପ୍ରଦାନ କଲେ (villagers gave car and 11 lakh to defeated candidate) । ହରିୟାଣା ରାଜ୍ୟର ଫତେହାବାଦ ଅନ୍ତର୍ଗତ ନାଢୋଡି ଗ୍ରାମରୁ ଭାଇଚାରାର ଏଭଳି ଅନନ୍ୟ ନିଦର୍ଶନ ସାମ୍ନାକୁ ଆସିଛି । ସାଧାରଣତଃ ନିର୍ବାଚନ ସରିବା ପରେ ଦୁଇ ପକ୍ଷ ମଧ୍ୟରେ ବିବାଦ ଓ ହିଂସାକାଣ୍ଡ ଘଟୁଥିବାର ଦେଖାଯାଉଥିବା ବେଳେ ନାଢୋଡି ଗ୍ରାମବାସୀଙ୍କ ଏତାଦୃଶ୍ୟ କାର୍ଯ୍ୟ ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ମୁତାବକ, ପଞ୍ଚାୟତ ନିର୍ବାଚନରେ(Haryana Panchayat Election) ନାଢୋଡି ଗ୍ରାମର ସୁନ୍ଦର ଓ ନରେନ୍ଦ୍ର ନାମକ ଦୁଇ ପ୍ରାର୍ଥୀ ସରପଞ୍ଚ ପଦ ପାଇଁ ପ୍ରତିଦ୍ବନ୍ଦିତା କରିଥିଲେ । ସମୁଦାୟ ୪,୪୧୬ ଭୋଟରୁ ସୁନ୍ଦରଙ୍କୁ ମୋଟ ୨୨୦୦ ଖଣ୍ଡ ଭୋଟ ମିଳିଥିଲା । ନରେନ୍ଦ୍ର ୨୨୦୧ ଖଣ୍ଡ ଭୋଟ ପାଇଥିଲେ । ଅର୍ଥାତ୍ ମାତ୍ର ଗୋଟିଏ ଭୋଟରେ ନରେନ୍ଦ୍ରଙ୍କ ଠାରୁ ପରାଜିତ ହୋଇଥିଲେ ସୁନ୍ଦର । ତେଣୁ ପରାଜିତଙ୍କ ପ୍ରାର୍ଥୀଙ୍କ ଆତ୍ମବିଶ୍ବାସ ଓ ସମ୍ମାନ ବଢାଇବାକୁ ଗ୍ରାମବାସୀ ମିଶି ତାଙ୍କୁ ଉପହାର ଦେବାକୁ ଚିନ୍ତା କରିଥିଲେ । ଏଥିପାଇଁ ସମସ୍ତେ ଏକଜୁଟ ହୋଇ ଟଙ୍କା ଆଦାୟ କରିଥିଲେ । ସେହି ଟଙ୍କାରେ ଗୋଟିଏ ସ୍ବିଫ୍ଟ କାର କିଣିବା ସହ ବାକି ନଗଦ ୧୧ ଲକ୍ଷ ୧୧ ହଜାର ଟଙ୍କା ସୁନ୍ଦରଙ୍କୁ ପ୍ରଦାନ କରିଥିଲେ ।

ଏହାମଧ୍ୟ ପଢନ୍ତୁ: ଦୁଷ୍କର୍ମ ପୀଡିତା ପରିବାରକୁ କଂଗ୍ରେସ ଦେଇଥିବା ଚେକ୍ ବାଉନ୍ସ

ଏହାସହିତ ସୁବାଷ ଭାମ୍ବୁ ନାମକ ଅନ୍ୟ ଜଣେ ବ୍ୟକ୍ତି ତାଙ୍କୁ ନିଜର କିଛି ଜମି ଦେଇଥିଲେ । ଗ୍ରାମବାସୀଙ୍କ ଏପରି ମହତ୍ କାର୍ଯ୍ୟକୁ ଚାରିଆଡେ ଭୁରି ଭୁରି ପ୍ରଶଂସା କରାଯାଉଛି । ସୁନ୍ଦର ମଧ୍ୟ ଗ୍ରାମବାସୀଙ୍କ ଏହି ବଦନ୍ୟତା ପାଇଁ କୃତଜ୍ଞତା ଜଣାଇଛନ୍ତି । ଗ୍ରାମବାସୀଙ୍କ ଭଲ ପାଇବା ସବୁଠୁ ବଡ ବିଜୟ । ସେମାନଙ୍କ ସହ ମିଶି ଅଞ୍ଚଳର ବିକାଶରେ ଯୋଗଦାନ କରିବେ ବୋଲି ମଧ୍ୟ ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.