ନୂଆଦିଲ୍ଲୀ: ଅଦାଲତ ଅବମାନନା ପାଇଁ ପଳାତକ ଶିଳ୍ପପତି ବିଜୟ ମାଲ୍ୟାଙ୍କୁ 4 ମାସ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ସର୍ବୋଚ୍ଚ କୋର୍ଟ । ବିଭିନ୍ନ ବ୍ୟାଙ୍କରୁ ପ୍ରାୟ 9 ହଜାର କୋଟିର ଋଣ ନେଇ ଭାରତରୁ ପଳାୟନ କରିଥିବା ମାଲ୍ୟାଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କରିବା ଅଭିଯୋଗରେ ଏହି ଦଣ୍ଡାଦେଶ ଶୁଣାଯାଇଛି । କେବଳ ସେତିକି ନୁହେଁ, ଜଷ୍ଚିସ ଲଲିତ ଏହି ମାମଲାର ଶୁଣାଣି କରି ଦଣ୍ଡାଦେଶ ବ୍ୟତୀତ 2 ହଜାର ଟଙ୍କାର ଜୋରିମାନା ମଧ୍ୟ ଲଗାଇଛନ୍ତି ।
-
Supreme Court awards 4-month jail sentence and imposes Rs 2000 fine on fugitive businessman Vijay Mallya who was found guilty of contempt of court in 2017 for withholding information from the court pic.twitter.com/Z8zP5P8qdf
— ANI (@ANI) July 11, 2022 " class="align-text-top noRightClick twitterSection" data="
">Supreme Court awards 4-month jail sentence and imposes Rs 2000 fine on fugitive businessman Vijay Mallya who was found guilty of contempt of court in 2017 for withholding information from the court pic.twitter.com/Z8zP5P8qdf
— ANI (@ANI) July 11, 2022Supreme Court awards 4-month jail sentence and imposes Rs 2000 fine on fugitive businessman Vijay Mallya who was found guilty of contempt of court in 2017 for withholding information from the court pic.twitter.com/Z8zP5P8qdf
— ANI (@ANI) July 11, 2022
ଏହି ମାମଲାର ଶୁଣାଣି ମାର୍ଚ୍ଚ 10 ତାରିଖରେ ଶେଷ ହୋଇ ରାୟ ସଂରକ୍ଷିତ ରଖାଯାଇଥିଲା । ଯାହା ଆଜି ପ୍ରକାଶ ପାଇଛି । 2020ରେ ମାଲ୍ୟାଙ୍କ ଦ୍ବାରା କରାଯାଇଥିବା ଆବେଦନ ଖାରଜ କରିଥିଲେ ସର୍ବୋଚ୍ଚ କୋର୍ଟ । 2017ରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ରାୟର ସମୀକ୍ଷା କରିବା ପାଇଁ ଆବେଦନ କରିଥିଲେ ମାଲ୍ୟା । କୋର୍ଟଙ୍କ ନିର୍ଦ୍ଦେଶର ଉଲ୍ଲଙ୍ଘନ କରି ମାଲ୍ୟା ତାଙ୍କ ସମ୍ପର୍କୀୟଙ୍କୁ ପ୍ରାୟ 40 ମିଲିୟନ୍ ଡଲାର ସ୍ଥାନାନ୍ତର କରିଥିବା ଅଭିଯୋଗ ହୋଇଥିଲା ।
ଭାରତର ଏକାଧିକ ବ୍ୟାଙ୍କରୁ ଋଣ ନେଇ ପରିଶୋଧ କରି ନପାରିବାରୁ ତାଙ୍କ ଏୟାର ଲାଇନ୍ସ ଓ ଅନ୍ୟ ବ୍ୟବସାୟିକ ସଂସ୍ଥାକୁ ଦେବାଳିଆ ଘୋଷଣା କରାଯାଇଥିଲା । 2016 ମସିହା ମାର୍ଚ୍ଚରୁ ମାଲ୍ୟା ଭାରତ ଛାଡି ବ୍ରିଟେନ ପଳାୟନ କରିବା ସହ ସେହିଠାରେ ରହିଆସୁଛନ୍ତି । ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ପ୍ରତ୍ୟାର୍ପଣ କରାଯିବା ନେଇ ଆଇନଗତ ପ୍ରକ୍ରିୟା ଜାରି ରହିଛି । ମାଲ୍ୟା ମଧ୍ୟ 2017 ମସିହା ଏପ୍ରିଲ 18 ରେ ସ୍କଟଲାଣ୍ଡ ୟାର୍ଡ କୋର୍ଟଙ୍କ ଦ୍ବାରା ପ୍ରତ୍ୟାର୍ପଣ ମାମଲାରେ ଜାମିନରେ ଅଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ