ଗାନ୍ଧୀନଗର: ହୋମ ଓ୍ବାର୍କ ନ କଲେ କି ସ୍କୁଲ ଡ୍ରେସ ପିନ୍ଧିକ ସ୍କୁଲକୁ ନ ଗଲେ ପିଲାଙ୍କୁ ଦଣ୍ତ ମିଳିଥାଏ । ଏପରିକି କିଛି ସ୍କୁଲରେ ପିଲାଙ୍କୁ ମାଡ ମଧ୍ୟ ମରାଯାଇଥାଏ । ହେଲେ ଗୁଜୁରାଟର ସୁରଟରେ ଏପରି ଏକ ସ୍କୁଲ ରହିଛି । ଯେଉଁଠାରେ ପିଲାମାନେ କିଛି ଭୁଲ କଲେ ସେମାନଙ୍କୁ ନିମ୍ବ ଜୁସ ପିଇବାକୁ ଦିଆଯାଇଥାଏ । ଯାହା ସେମାନଙ୍କ ଉପରେ ନକରାତ୍ମକ ପ୍ରଭାବ ନ ପକାଇବା ସହିତ ସେମାନଙ୍କୁ ସ୍ବାସ୍ଥ୍ୟକୁ ମଧ୍ୟ ଭଲ ରଖିବ । ତେବେ, ଏପରି ଏକ ସ୍କୁଲ ହେଉଛି ସୁରଟରେ ଥିବା ଆଦାଜାନ ବିଦ୍ୟାକୁଞ୍ଚ ବିଦ୍ୟାଳୟ (Vidhyakunj School in the Adajan Area of Surat ) । ଯାହା ଏବେ ଚର୍ଚ୍ଚାର ପରିଧି ମଧ୍ୟକୁ ଆସିଛି ।
ତେବେ ବିଦ୍ୟାକୁଞ୍ଜ ବିଦ୍ୟାଳୟର ପ୍ରଧାନଶିକ୍ଷକ ମହାତ୍ମା ଗାନ୍ଧୀଙ୍କ ଉପଦେଶ ଅନୁସରଣ କରି ପିଲାମାନଙ୍କୁ ଏହିପରି ଅନୁଶାସନ କରନ୍ତି | ଯାହାଫଳରେ ଛାତ୍ରଛାତ୍ରୀମାନେ ଆଘାତ ନ ପାଇବି ଉପଯୁକ୍ତ ଦଣ୍ଡ ପାଇବେ । ବିଦ୍ୟାଳୟରେ ପାଠ ପଢାରେ ଭୁଲ କରୁଥିବା ଛାତ୍ରଛାତ୍ରୀଙ୍କୁ ଆଚାର୍ଯ୍ୟ ମହେଶ ପଟେଲ ନିମ୍ବ ଜୁସ ପିଇବା ପାଇଁ ଦିଅନ୍ତି । ଗାନ୍ଧୀବାଦୀ ନୀତିରେ ଅନୁପ୍ରାଣିତ ଶିକ୍ଷକ ମହେଶ ପଟେଲ ତାଙ୍କ ଛାତ୍ରମାନଙ୍କ ମଧ୍ୟରେ ରାଷ୍ଟ୍ରିୟ ଗୌରବ ଜାଗ୍ରତ କରିବା ପାଇଁ ସବୁବେଳେ ତତ୍ପର ଦେଖାଇଥାନ୍ତି । ସେ କହିଛନ୍ତି ଯେ ଛାତ୍ରଛାତ୍ରୀ ଏବଂ ଅନ୍ୟମାନଙ୍କୁ ଦେଶର ମହାନ ପଥରେ ସଚେତନ କରିବା ପାଇଁ ଏହା ହେଉଛି ଏକ ମାଧ୍ୟମ ।
ଭୁଲ କଲେ ମଧ୍ୟ ଜୋତା ନ ପିନ୍ଧି 15 ଦିନ ଖାଲି ପାଦରେ ରହିବାକୁ ପଡିଥାଏ । ସେମାନେ କେବଳ ଶିକ୍ଷାର୍ଥୀମାନଙ୍କୁ ନିର୍ଦ୍ଦେଶ ଦିଅନ୍ତି ନାହିଁ । ଯେତେବେଳେ ସେମାନେ ତ୍ରୁଟି କରନ୍ତି ସେତେବେଳେ ସେମାନେ ନିଜକୁ ମଧ୍ୟ ଅନୁଶାସନ କରନ୍ତି । ସେ ବିଶ୍ବାସ କରନ୍ତି ଯେ ପିଲାମାନଙ୍କୁ ଏପରି ଭୁଲ କରିବା ପାଇଁ ଶିକ୍ଷା ଏବଂ ସଂସ୍କୃତିରେ କିଛି ନାହିଁ । ପିଲାମାନେ ଥରେ ଶୌଚାଳୟ ପାଇପଲାଇନ ଭାଙ୍ଗିଥିଲେ । କିନ୍ତୁ କେଉଁ ଛାତ୍ରଛାତ୍ରୀ ଭାଙ୍ଗିଛନ୍ତି ତାହା କେହି ଜଣାଇବାକୁ ଚାହୁଁ ନଥିଲେ । ଫଳ ସ୍ବରୂପ ସେମାନେ 15 ଦିନ ଖାଲି ପାଦରେ ଚପଲ ନ ପିନ୍ଧି ନିଜକୁ ଦଣ୍ଡ ଦେବାକୁ ସ୍ଥିର କରିଥିଲେ । ଯେତେବେଳେ ଭୁଲ କରିଥିବା ଛାତ୍ରମାନେ ସେମାନେ କ’ଣ କରିଛନ୍ତି ତାହା ଅନୁଭବ କଲେ । ସେମାନେ ପରେ ଅଧ୍ୟକ୍ଷଙ୍କ ନିକଟକୁ ଆସି କ୍ଷମା ମାଗିଥିଲେ ।
ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ପ୍ରିସା ରାଠୋର । ଯିଏକି ହୋମଓ୍ବାର୍କ ନ କରିବାରୁ ତାଙ୍କୁ ବାଧ୍ୟ କରାଯାଇ ନିମ୍ବ ଜୁସ ପିଇବାକୁ ଦିଆଯାଇଥିଲା । ବିଦ୍ୟାଳୟରେ ଏହି ଦଣ୍ଡ ବ୍ୟବସ୍ଥା ଅନ୍ୟ ବିଦ୍ୟାଳୟ ଠାରୁ ଭିନ୍ନ । ତଥାପି ଏହା ଆମର ଭବିଷ୍ୟତ ପାଇଁ ଲାଭଦାୟକ ହେବ । କେବଳ ସେତିକି ନୁହେଁ, ନିମ୍ବ ମଧ୍ୟ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । ସେହିପରି ଅନ୍ୟ ଜଣେ ଛାତ୍ର ମୋଦି ଚାର୍ମି କହିଛନ୍ତି ଯେ ଯେପରି ଘରେ ପିତାମାତା ପିଲାମାନଙ୍କୁ ଦଣ୍ତ ଦେଇଥାନ୍ତି । ଠିକ ସେହିପରି ପିଲାମାନଙ୍କୁ ମଧ୍ୟ ଏଠାରେ ଦଣ୍ଡବିଧାନ କରାଯାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ