ଲକ୍ଷ୍ନୌ: ଦ୍ରୁତ ଗତି ନେଲା ଜୀବନ । ଫେସବୁକ୍ ଲାଇଭ କରି ପବନ ବେଗରେ ଉଡାଉଥିଲେ ବିଏମ୍ଡବ୍ଲୁ । ନିମିଷକେ ଚାଲିଗଲା 4 ଜୀବନ । ଉତ୍ତରପ୍ରଦେଶ ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ 300 ସ୍ପିଡରେ ଗାଡି ଚଳାଇବା ଓ ଅସାବଧାନତା ପାଇଁ 4 ଜଣଙ୍କର ମୃତ୍ୟୁ ହୋଇଛି । ଭୟଙ୍କର ଦୁର୍ଘଟଣା ଘଟିବାର କିଛି ସମୟ ପୂର୍ବ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ବିଏମଡବ୍ଲ୍ୟୁରେ ବସିଥିବା 4 ଜଣ କିପରି ବେପରୁଆ ଭାବରେ ଗାଡି ଚଳାଉଥିଲେ ତାହା ଦେଖିବାକୁ ମିଳିଛି ।
-
Brutal BMW accident at #PurvanchalExpressWay ⚠️ #news #bmw #accident #newsupdate #purvan #video #trending pic.twitter.com/jfoQV6flcX
— Punjab Originals (@PunjabOriginals) October 16, 2022 " class="align-text-top noRightClick twitterSection" data="
">Brutal BMW accident at #PurvanchalExpressWay ⚠️ #news #bmw #accident #newsupdate #purvan #video #trending pic.twitter.com/jfoQV6flcX
— Punjab Originals (@PunjabOriginals) October 16, 2022Brutal BMW accident at #PurvanchalExpressWay ⚠️ #news #bmw #accident #newsupdate #purvan #video #trending pic.twitter.com/jfoQV6flcX
— Punjab Originals (@PunjabOriginals) October 16, 2022
ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଗାଡିର ସ୍ପିଡ ବଢିବାକୁ ଲାଗିଥିଲା । 50 କି 60 ନୁହେଁ 100 କି 200 ନୁହେଁ ବରଂ ଘଣ୍ଟାପ୍ରତି 230 କିଲୋମିଟର ବେଗରେ ଗଡିଥିଲା ଗାଡି । କାର ଡ୍ରଇଭିଂ କରୁଥିବା ବ୍ୟକ୍ତିଙ୍କୁ ଆହୁରି ଜୋରରେ ଚଲାଇବାକୁ କହିଥିଲେ ସହଯାତ୍ରୀ । ଦୁର୍ଘଟଣା ଓ ଅଘଟଣକୁ ନେଇ ବେଫିକର ଥିଲେ ଯାତ୍ରୀ । ଫାଙ୍କା ରାସ୍ତା ଦେଖି ଦ୍ରୁତ ଗତିରେ ମାଡି ଚାଲିଥିବା ବିଏମଡବ୍ଲ୍ୟୁ । ଏହା ମଧ୍ୟରେ ଜଣେ ଯାତ୍ରୀଙ୍କୁ ଭୟ ମଧ୍ୟ ଲାଗିଥିଲା । ସେ 4ଜଣ ମରିବା ବୋଲି କହିଥିବା ଭିଡିଓରେ ଦେଖିବାକୁ ମିଳିଛି (Charo marenge) । ହେଲେ ଡେୟାର ଡେଭିଲ ଦେଖାଇବା ନିଶା ଏପରି ଥିବା ଯେ କିଛି ଫରକ ପଡି ନଥିଲା । ଦ୍ରୁତ ଗତି ମହାବିପତ୍ତି କଥାଟା ସତ ହୋଇଥିଲା । ଏକ ଟ୍ରକ ସହ ପିଟି ହୋଇଥିଲା ବିଏମଡବ୍ଲ୍ୟୁ ଫଳରେ 4ଜଣଙ୍କ ମୃତ୍ୟୁ ହୋଇଥିଲା ।
ଏହା ବି ଫଢନ୍ତୁ...ସଇତାନ ସ୍ବାମୀ, ପଥରରେ ଛେଚି ସ୍ତ୍ରୀକୁ ହତ୍ୟା
ଅକ୍ଟୋବର 14 ତାରିଖରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା । ଏତେ ଭୟଙ୍କର ଦୁର୍ଘଟଣାଥିଲା ଯେ ଗାଡି ଗୁଣ୍ଡ ଗୁଣ୍ଡ ହୋଇଥିଲା । ମୃତ 4 ଜଣ ହେଲେ ଆନନ୍ଦ ପ୍ରକାଶ, ଅଖିଲେଶ ସିଂହ, ଦୀପକ କୁମାର ଏବଂ ମୁକେଶ । ସମସ୍ତଙ୍କ ବୟସ 30 ଭିତରେ ହେବ ।