ETV Bharat / bharat

ନାବାଳକକୁ ଜିଭ ଦେଖାଇ ଚୁମ୍ବନ ଦେବାକୁ କହିଲେ ଦଲାଇଲାମା, ବିବାଦ ପରେ ମାଗିଲେ କ୍ଷମା

author img

By

Published : Apr 10, 2023, 12:49 PM IST

Updated : Apr 10, 2023, 1:24 PM IST

ସର୍ବସାଧାରଣରେ ନାବାଳକକୁ ଜିଭ ଦେଖାଇ ଚୁମ୍ବନ ଦେଇ ବିବାଦରେ ଧର୍ମଗୁରୁ ଦଲାଇଲାମା । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ କ୍ଷମା ମାଗିଲେ ଧର୍ମଗୁରୁ । ଅଧିକ ପଢନ୍ତୁ

Dalai Lama asking minor boy to suck his tongue

ନୂଆଦିଲ୍ଲୀ: ବିବାଦ ପରେ କ୍ଷମା ମାଗିଲେ ତିବ୍ବତୀୟ ଧର୍ମଗୁରୁ ଦଲାଇଲାମା । ଜଣେ ନାବାଳକକୁ ଜିଭ ଦେଖାଇ ଚୁମ୍ବନ ଦେବାକୁ କହି ବିବାଦ ଘେରକୁ ଆସିଥିବା ତିବ୍ବତୀୟ ଧର୍ମଗୁରୁ କ୍ଷମା ମାଗିଛନ୍ତି । ଏକ ନାବାଳକକୁ ଦଲାଇଲାମା ଜିଭ ଦେଖାଇ ଚୁମ୍ବନ ଦେବାକୁ କହିଥିଲେ ଏହାପରେ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହୋଇଥିଲା । ସାଧାରଣଲୋକେ ଧର୍ମଗୁରୁଙ୍କ ଏଭଳି କାର୍ଯ୍ୟକୁ ନାପସନ୍ଦ କରିଥିଲେ । ଯାହାକୁ ନେଇ ବିବାଦ ଦେଖା ଦେବା ପରେ ଏବେ କ୍ଷମା ପ୍ରାର୍ଥନା କରିଛନ୍ତି ଦଲାଇଲାମା ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଥିଲା ଯେ, ନାବାଳକଟି ଦଲାଇଲାମାଙ୍କ ନିକଟକୁ ଆସିଥିବା ବେଳେ ପ୍ରଥମେ ତିବ୍ବତୀୟ ଧର୍ମଗୁରୁ ତାଙ୍କ ଓଠକୁ ଚୁମ୍ବନ କରିଥିଲେ । ଏହାପରେ ନାବାଳକର ମୁଣ୍ଡରେ ନିଜ ମୁଣ୍ଡକୁ ଲଗାଇଥିଲେ । କିଛି ସମୟରେ ଦଲାଇଲାମା ଜିଭକୁ ଛୁଇଁବାକୁ ନାବାଳକକୁ ଅନୁରୋଧ କରୁଥିବା ଭିଡିଓରେ ଦେଖିବାକୁ ମିଳିଥିଲା । ଶେଷରେ ସେ ନିଜ ଜିଭରେ ନାବାଳକର ଜିଭକୁ ଛୁଇଁଥିଲେ । ଏହି ଭିଡିଓ ଭାଇରାଲ ପରେ ଦଲାଇ ଲାମାଙ୍କୁ ତୀବ୍ର ସମାଲୋଚନା କରାଯାଉଛି । ସୋସିଆଲ ମିଡିଆ ୟୁଜର୍ସ ମାନେ ଏହି ଭିଡିଓ କମେଣ୍ଟରେ ଦଲାଇ ଲାମାଙ୍କୁ ନିନ୍ଦା କରୁଛନ୍ତି । ଏହା ଅଶୋଭନୀୟ ଆଚରଣ ବୋଲି କମେଣ୍ଟ କରୁଛନ୍ତି ୟୁଜର୍ସ ।

ଜଣେ ୟୁଜର୍ସ କହିଛନ୍ତି ଯେ, ''ଦଲାଇ ଲାମାଙ୍କ ଏପରି ଆଚରଣ ଆମକୁ ଚକିତ କରିଛି । ଅତୀତରେ କିଛି ଖରାପ ମନ୍ତବ୍ୟ ଦେଇଥିବାରୁ ଦଲାଇ ଲାମାଙ୍କୁ କ୍ଷମା ମାଗିବାକୁ ପଡିଲା । କିନ୍ତୁ ଜଣେ ଛୋଟ ପିଲାକୁ 'ବର୍ତ୍ତମାନ ମୋ ଜିଭକୁ ଛୁଅଁ' ବୋଲି କହିବା ଘୃଣ୍ୟ ବୋଲି ଜଣେ ୟୁଜର୍ସ ଟ୍ବଟରରେ କମେଣ୍ଟ କରିଛନ୍ତି ।'' ଅନ୍ୟ ଜଣେ ୟୁଜର୍ସ କହିଛନ୍ତି ଯେ, ''ମୁଁ ଏହା କଣ ଦେଖୁଛି ? ଏ ହେଉଛନ୍ତି ଦଲାଇ ଲାମା । ଏଥି ପାଇଁ ତାଙ୍କୁ ଗିରଫ କରିବା ଦରକାର । ସର୍ବସାଧାରଣ ସ୍ଥାନରେ ଦଲାଇ ଲାମାଙ୍କ ଏପରି କାମ ସମ୍ପୂର୍ଣ୍ଣ ନିନ୍ଦନୀୟ । ଏହା ଯୌନ ଶୋଷଣ କରାଯିବା ସଦୃଶ । କୌଣସି ଶିଶୁକୁ ଏପରି ସ୍ଥିତିରେ ଛାଡିବା ଆବଶ୍ୟକ ନୁହଁ । ଆଶା କରୁଛି କର୍ତ୍ତୃପକ୍ଷ ଜ୍ଞାନ ଗ୍ରହଣ କରିବେ। ପକ୍ସୋ ଅଧୀନରେ ଏନେଇ ଏକ ମାମଲା ରୁଜୁ ହେବା ଦରକାର ବୋଲି ଅନ୍ୟ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଟ୍ବିଟରରେ କହିଛନ୍ତି । ''

ତେବେ କିଛି ବର୍ଷ ପୂର୍ବେ ଦଲାଇଲାମା ସର୍ବ ସାଧାରଣ ସ୍ଥାନରେ ବିବାଦୀୟ ମନ୍ତବ୍ୟ ଦେଇ ବିବାଦକୁ ଆସିଥିଲେ । ଯଦି ତାଙ୍କର ଉତ୍ତରାଧିକାରୀ ଜଣେ ମହିଳା ହେବାକୁ ଚାହାଁନ୍ତି, ତେବେ ତାଙ୍କୁ ଅତ୍ୟନ୍ତ ଆକର୍ଷଣୀୟ ହେବାକୁ ପଡ଼ିବ ବୋଲି ସର୍ବସାଧାରଣ ସ୍ଥାନରେ କହିଥିଲେ ଦଲାଇଲାମା । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ।

Last Updated : Apr 10, 2023, 1:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.