ETV Bharat / bharat

SCO Summit: ଆତଙ୍କୀ ଇଣ୍ଡଷ୍ଟ୍ରୀର ପ୍ରବକ୍ତା ପାକିସ୍ତାନ, 370 ଏବେ ଇତିହାସ: ଏସ ଜୟଶଙ୍କର - ପାକିସ୍ତାନ ବୈଦେଶ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ

ଜୟଶଙ୍କର କହିଛନ୍ତି କାଶ୍ମୀର ହେଉଛି ଭାରତର ଅଭିନ୍ନ ଅଙ୍ଗ। କାଶ୍ମୀରରେ ଜି-20 ବୈଠକକୁ ନେଇ ପାକିସ୍ତାନର କୌଣସି ସମ୍ପର୍କ ନାହିଁ । ବୈଠକକୁ ନେଇ ପାକିସ୍ତାନର ଲେନା ଦେନା ନାହିଁ । ଶ୍ରୀନଗର ଓ କାଶ୍ମୀରରେ ପାକିସ୍ତାନର କୌଣସି ଅଧିକାର ନାହିଁ । ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କୁ ପରାମର୍ଶଛଳରେ ଜୟଶଙ୍କର କହିଛନ୍ତି ପାକିସ୍ତାନ ଅଧିକୃତ କରିଥିବା ପିଓକେ କେବେ ଖାଲି କରିବ ତାହା ପାକିସ୍ତାନ କହୁ । ଅଧିକ ପଢନ୍ତୁ

ଆତଙ୍କୀ ଇଣ୍ଡଷ୍ଟ୍ରୀର ପ୍ରବକ୍ତା ପାକିସ୍ତାନ ବୈଦେଶିକ ମନ୍ତ୍ରୀ: ଏସ ଜୟଶଙ୍କର

author img

By

Published : May 5, 2023, 11:03 PM IST

ପାଣାଜୀ: ଆତଙ୍କବାଦୀ ଇଣ୍ଡଷ୍ଟ୍ରୀର ପ୍ରବକ୍ତା ପାକିସ୍ତାନ ବୈଦେଶ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ । ଆତଙ୍କବାଦୀ ପୀଡିତ ଓ ଷଡଯନ୍ତ୍ରକାରୀ ଏକାଠି ବସିବା ସମ୍ଭବ ନୁହେଁ । ପାକିସ୍ତାନକୁ ବର୍ତ୍ତମାନ ସ୍ଥିତିରେ ଭରସା କରିବା ସମ୍ଭବ ନୁହେଁ। ଏସସିଓ ବୈଦେଶିକ ମନ୍ତ୍ରୀଙ୍କ ସମିଟ ଶେଷ ପରେ ପ୍ରେସମିଟ କରି ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କ ଉପରେ ଏଭଳି କଡା ପ୍ରହାର କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ।

ଗୋଆରେ ଦୁଇ ଦିନ ଧରି ଆୟୋଜିତ ହୋଇଥିଲା ଏସସିଓ ସଂଗଠନ ରାଷ୍ଟ୍ର ବୈଦେଶିକ ମନ୍ତ୍ରୀଙ୍କ ସମ୍ମିଳନୀ । ଏଥିରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଅଧ୍ୟକ୍ଷତା କରିଥିଲେ । ଆଜି ସମ୍ମିଳନୀ ଶେଷରେ ବୈଦେଶିକ ମନ୍ତ୍ରୀ ପ୍ରେସମିଟ କରି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋଙ୍କୁ କଡା ପ୍ରହାର କରିଥିଲେ । ଜୟଶଙ୍କର କହିଥିଲେ, ‘‘ଆତଙ୍କବାଦୀ ଇଣ୍ଡଷ୍ଟ୍ରୀର ପ୍ରବକ୍ତା ପାକିସ୍ତାନ ବୈଦେଶ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ । ଆତଙ୍କବାଦୀ ପୀଡିତ ଓ ଷଡଯନ୍ତ୍ରକାରୀ ଏକାଠି ବସିବା ସମ୍ଭବ ନୁହେଁ । ପାକିସ୍ତାନକୁ କୌଣିସ ପ୍ରସଙ୍ଗରେ ଭରସା କରିବା ସମ୍ଭବ ନୁହେଁ।’’

ଏହାବି ପଢନ୍ତୁ- SCO Summit: ଜୟଶଙ୍କର କୌଣସି ଅନୁଭବ ହେବାକୁ ଦେଇନଥିଲେ: ପାକିସ୍ତାନ ବୈଦେଶିକ ମନ୍ତ୍ରୀ

ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନ ଭାରତ ସହ ମିଳିତ ଭାବେ କାମ କରିବାକୁ ପାକିସ୍ତାନ ଇଛୁକ ବୋଲି ପାକ ବୈଦେଶିକ ମନ୍ତ୍ରୀ ଦେଇଥିବା ମନ୍ତବ୍ୟର ଜବାବ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ । କହିଛନ୍ତି ଏସସିଓର ସଦସ୍ୟ ରାଷ୍ଟ୍ର ଭାବେ ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କ ପ୍ରତି ଆମେ ଉଚିତ ବ୍ୟବହାର କରିଛୁ ଓ କରିବୁ । ଏସସିଓ ରାଷ୍ଟ୍ର ଭାବେ କଣ କହିଲେ ତାହା ଭିନ୍ନ ପ୍ରସଙ୍ଗ । କିନ୍ତୁ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ହେଉଛନ୍ତି ଆତଙ୍କବାଦର ପ୍ରବକ୍ତା । ଏପରି ସ୍ଥିତିରେ ଆତଙ୍କବାଦ ପୀଡିତ ଓ ଏହାର ଷଡଯନ୍ତ୍ରକାରୀ ଏକାଠି ବସିବା ସମ୍ଭବ ନୁହେଁ । ତାଙ୍କୁ ବିଶ୍ବାସ କରିବା ସମ୍ଭବ ନୁହେଁ । ପାକିସ୍ତାନରେ ଗୋଟିଏ କଥା ଏଠି ଆସି ଆଉ ଗୋଟିଏ କଥା କହିବା ଆବଶ୍ୟକ ନୁହେଁ । ଆତଙ୍କବାଦକୁ ନେଇ ଦେଶବାସୀଙ୍କ ମନରେ ଗଭୀର ଅସନ୍ତୋଷ ରହିଛି । ଭାରତୀୟ ସେନା ପ୍ରତି ଦେଶ ଦୃଢତାର ସହ ରହିଛି । ଆମେ ଆମର ନୀତି ସ୍ପଷ୍ଟ ରଖିଛୁ ବୋଲି କହିଛନ୍ତି ଜୟଶଙ୍କର ।

ସେହିପରି ଜୟଶଙ୍କର କହିଛନ୍ତି କାଶ୍ମୀର ହେଉଛି ଭାରତର ଅଭିନ୍ନ ଅଙ୍ଗ। କାଶ୍ମୀରରେ ଜି-20 ବୈଠକକୁ ନେଇ ପାକିସ୍ତାନର କୌଣସି ସମ୍ପର୍କ ନାହିଁ । ବୈଠକକୁ ନେଇ ପାକିସ୍ତାନର ଲେନା ଦେନା ନାହିଁ । ଶ୍ରୀନଗର ଓ କାଶ୍ମୀରରେ ପାକିସ୍ତାନର କୌଣସି ଅଧିକାର ନାହିଁ । ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କୁ ପରାମର୍ଶ ଛଳରେ ଜୟ ଶଙ୍କର କହିଛନ୍ତି ପାକିସ୍ତାନ ଅଧିକୃତ କରିଥିବା ପିଓକେ କେବେ ଖାଲି କରିବ ତାହା ପାକିସ୍ତାନ କହୁ । ଜାମ୍ମୁକାଶ୍ମୀରର ଭାରତ ଥିଲା, ଅଛି ରହିବ । କାଶ୍ମୀରରେ ଜି-20 ବୈଠକ ସଠିକ ସମୟରେ ସୁରକ୍ଷିତ ଭାବେ ହେବ ।

ସେହିଭଳି ଧାରା 370 ପ୍ରସଙ୍ଗରରେ ଜୟଶଙ୍କର କହିଛନ୍ତି ଧାରା 370 ଏବେ ଇତିହାସ ହୋଇଯାଇଛି । ଏହାକୁ ଯେତେ ଶୀଘ୍ର ଭୁଲିଯିବା ଠିକ । ଚୀନ ପ୍ରସଙ୍ଗରେ ମଧ୍ୟ ସ୍ପଷ୍ଟ ମନ୍ତବ୍ୟ ରଖି କହିଛନ୍ତି ବର୍ତ୍ତମାନ ସ୍ଥିତିରେ ଚୀନ ସହ ମଧ୍ୟ ସମ୍ପର୍କ ସ୍ବାଭାବିକ ନାହିଁ। ସୀମାରେ ଯେପର୍ଯ୍ୟନ୍ତ ସ୍ବାଭାବିକ ସ୍ଥିତି ହୋଇନାହିଁ... ସମ୍ପର୍କ ମଧ୍ୟ ସୁଧିରିବ ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.