ETV Bharat / bharat

Vice President Election: ଆଜି ଦେଶକୁ ମିଳିବେ ନୂଆ ଉପରାଷ୍ଟ୍ରପତି - ଉପରାଷ୍ଟ୍ରପତି ନିର୍ବାଚନ ଖବର

ଆଜି (ଶନିବାର) ଉପରାଷ୍ଟ୍ରପତି ନିର୍ବାଚନ । ସମସ୍ତ ଗଣିତ ଓ ଆକଳନ ମୁତାବକ NDA ପ୍ରାର୍ଥୀ ଜଗଦୀପ ଧନକଡ଼ ଉପରାଷ୍ଟ୍ରପତି ନିର୍ବାଚନରେ ବାଜିମାତ୍‌ କରିବା ନେଇ ଆଲୋଚନା ହେଉଛି । ଅଧିକ ପଢ଼ନ୍ତୁ

Vice President Election: କାଲି ଦେଶକୁ ମିଳିବେ ନୂଆ ଉପରାଷ୍ଟ୍ରପତି

author img

By

Published : Aug 5, 2022, 8:50 PM IST

Updated : Aug 6, 2022, 7:02 AM IST

ନୂଆଦିଲ୍ଲୀ: ଆଜି ଉପରାଷ୍ଟ୍ରପତି ନିର୍ବାଚନ । ସଂସଦ ଭବନରେ ଦିନ ୧୦ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ । NDA ପକ୍ଷରୁ ଜଗଦୀପ ଧନକଡ଼ ପ୍ରାର୍ଥୀ ହୋଇଥିବା ବେଳେ ମିଳିତ ବିରୋଧୀ ଦଳ ପ୍ରାର୍ଥିନୀ ହୋଇଛନ୍ତି ମାର୍ଗାରେଟ୍‌ ଆଲ୍‌ଭା । ସମସ୍ତ ଗଣିତ ଓ ଆକଳନ ମୁତାବକ NDA ପ୍ରାର୍ଥୀ ଜଗଦୀପ ଧନକଡ଼ ଉପରାଷ୍ଟ୍ରପତି ନିର୍ବାଚନରେ ବାଜିମାତ୍‌ କରିବେ ବୋଲି ଆଲୋଚନା ହେଉଛି ।

ଉପରାଷ୍ଟ୍ରପତି ନିର୍ବାଚନରେ ଉଭୟ ଗୃହର ମୋଟ ୭୮୮ ଜଣ ସଦସ୍ୟ ମତଦାନ କରିବେ । ଲୋକସଭାର ୫୪୩ ଜଣ ସଦସ୍ୟ ଓ ରାଜ୍ୟସଭାର ୨୩୩ ଜଣ ସଦସ୍ୟ ଉପରାଷ୍ଟ୍ରପତିଙ୍କ ପାଇଁ ନିଜ ମତ ସାବ୍ୟସ୍ତ କରିବେ । ତେବେ ଏହି ନିର୍ବାଚନରେ ରାଜ୍ୟର କୌଣସି ବିଧାୟକ ମତଦାନ କରିବେ ନାହିଁ । ଅଗଷ୍ଟ ୧୦ ତାରିଖରେ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡ଼ୁଙ୍କ କାର୍ଯ୍ୟକାଳ ଶେଷ ହେବ । ଏହାପରେ ନୂଆ ଉପରାଷ୍ଟ୍ରପତି ଦାୟିତ୍ବ ନେବେ । ଅଗଷ୍ଟ ୬ ତାରିଖରେ ଉପନିର୍ବାଚନ ପରେ ସେହିଦିନ ଭୋଟ ଗଣତି ହୋଇ ନୂଆ ଉପରାଷ୍ଟ୍ରପତି ନିର୍ବାଚିତ ହେବେ । ଏହି ନିର୍ବାଚନକୁ ବୟକଟ୍‌ କରିଛି ଟିଏମ୍‌ସି । ରାଷ୍ଟ୍ରପତି ନିର୍ବାଚନରେ ଉପଯୁକ୍ତ ସମର୍ଥନ ନମିଳିବାରୁ ତୃଣମୂଳ କଂଗ୍ରେସ ଏଭଳି ନିଷ୍ପତ୍ତି ନେଇଥିବା ଆଲୋଚନା ହେଉଛି ।

Last Updated : Aug 6, 2022, 7:02 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.