ETV Bharat / bharat

ଲୋକପ୍ରିୟ ତାମିଲ କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କ ସନ୍ଦେହଜନକ ମୃତ୍ୟୁ, ମିଳିଛି ପଦ୍ମଭୂଷଣ ସମ୍ମାନ - ଜଣାଶୁଣା ଗାୟିକା ବାଣୀ ଜୟରାମ

ତାମିଲନାଡୁର ଲୋକପ୍ରିୟ ଗାୟିକା ବାଣୀ ଜୟରାମଙ୍କ ମୃତଦେହ ଉଦ୍ଧାର । କାରଣ ଅସ୍ପଷ୍ଟ । ଚଳିତବର୍ଷ ପାଇଥିଲେ ପଦ୍ମଭୂଷଣ ସମ୍ମାନ । ଅଧିକ ପଢନ୍ତୁ

ଲୋକପ୍ରିୟ ତାମିଲ ଗାୟିକା ବାଣୀ ଜୟରାମଙ୍କ ସନ୍ଦେହଜନକ ମୃତ୍ୟୁ+
ଲୋକପ୍ରିୟ ତାମିଲ ଗାୟିକା ବାଣୀ ଜୟରାମଙ୍କ ସନ୍ଦେହଜନକ ମୃତ୍ୟୁ
author img

By

Published : Feb 4, 2023, 3:31 PM IST

Updated : Feb 4, 2023, 3:41 PM IST

ହାଇଦ୍ରାବାଦ: ଲୋକପ୍ରିୟ ତାମିଲ କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ଚେନ୍ନାଇ ସ୍ଥିତ ତାଙ୍କ ବାସଭବନରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ୍ଯୁର କାରଣ ବର୍ତ୍ତମାନ ସୁଦ୍ଧା ମଧ୍ୟ ସ୍ପଷ୍ଟ ହୋଇନାହିଁ । ତେବେ ଚଳିତବର୍ଷ ସମ୍ମାନଜନକ ପଦ୍ମଭୂଷଣ ସମ୍ମାନ ପାଇଁ ତାଙ୍କ ନାମ ଘୋଷଣା କରାଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

  • Tamil Nadu | Veteran playback singer Vani Jairam found dead at her residence in Chennai, say Thousand Lights Police officials. Details awaited.

    She was conferred with the Padma Bhushan award for this year.

    (Pic: Vani Jairam's Facebook page) pic.twitter.com/TEMHbHw11s

    — ANI (@ANI) February 4, 2023 " class="align-text-top noRightClick twitterSection" data=" ">

ବାଣୀଙ୍କୁ 78 ବର୍ଷ ବୟସ ହୋଇଥିଲା । 2018 ରେ ତାଙ୍କ ସ୍ବାମୀଙ୍କର ଦେହାନ୍ତ ହୋଇଥିଲା । ବାଣୀ ତାମିଲ ଓ ଅନ୍ୟ ଦକ୍ଷିଣ ଭାରତୀୟ ଭାଷା ସମେତ 19 ଭାଷାରେ ପ୍ରାୟ 10 ହଜାରରୁ ଅଧିକ ଗୀତ ଗାଇ ସ୍ରୋତାଙ୍କ ଆଦୃତି ପାଇଥିଲେ । 1971ରୁ କଣ୍ଠଦାନ ଆରମ୍ଭ କରିଥିବା ବାଣୀ ପ୍ରାୟ 5 ଦଶନ୍ଧି ଧରି ସଙ୍ଗୀତ ଜଗତରେ ସକ୍ରିୟ ରହିଥିଲେ । ରାଜ୍ୟ ସମେତ ଜାତୀୟ ସ୍ତରରେ ଅନେକ ପୁରସ୍କାର ଓ ସ୍ବୀକୃତି ମଧ୍ୟ ପାଇଥିଲେ ବାଣୀ ।

ତାଙ୍କୁ ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ ଦେଶର ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଭୂଷଣରେ ସମ୍ମାନିତ କରିବା ପାଇଁ ଘୋଷଣା କରିଥିଲେ କେନ୍ଦ୍ର ସରକାର । ତେବେ ତାଙ୍କର ମୃତ୍ୟୁରେ ସଙ୍ଗୀତପ୍ରେମୀଙ୍କ ମଧ୍ୟରେ ଶୋକ ପ୍ରକାଶ ପାଇଛି । ତାମିଲ ସିନେମା ଜଗତ ସହ ସମ୍ପୃକ୍ତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିବା ସହ ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 4, 2023, 3:41 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.