ETV Bharat / bharat

କୋଭିଡ ଟିକାର ପ୍ରଥମ ଡୋଜ ନେଲେ କପିଲ ଦେବ

author img

By

Published : Mar 3, 2021, 5:17 PM IST

କୋଭିଡ ଟିକାର ପ୍ରଥମ ଡୋଜ ନେଲେ କିମ୍ବଦନ୍ତୀ କ୍ରିକେଟର କପିଲ ଦେବ । ଅଧିକ ପଢନ୍ତୁ....

କୋଭିଡ ଟିକାର ପ୍ରଥମ ଡୋଜ ନେଲେ କପିଲ ଦେବ
କୋଭିଡ ଟିକାର ପ୍ରଥମ ଡୋଜ ନେଲେ କପିଲ ଦେବ

ନୂଆଦିଲ୍ଲୀ: କୋଭିଡ ଟିକାର ପ୍ରଥମ ଡୋଜ ନେଲେ କିମ୍ବଦନ୍ତୀ କ୍ରିକେଟର କପିଲ ଦେବ । ସେ ଦିଲ୍ଲୀର ଏକଲା ଅଞ୍ଚଳରେ ଏକ ହସ୍ପିଟାଲରେ ଟିକା ଗ୍ରହଣ କରିଥିବା ଜଣାପଡଛି । ଏନେଇ ନ୍ୟୁଜ ଏଜେନ୍ସି ଏଏନଆଇ କପିଲଙ୍କ ଟିକା ନେବା ସମୟର ଫଟୋ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି ।

ତେବେ ଗତକାଲି ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷିକ ରବି ଶାସ୍ତ୍ରୀ ମଧ୍ୟ କୋଭିଡ ଟିକା ନେଇଥିଲେ । ଦେଶରେ ବର୍ତ୍ତମାନ 2ୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ ହୋଇଛି । ଏଥିରେ 60 ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ଟିକା ଗ୍ରହଣ କରିବାର ବ୍ୟବସ୍ଥା କରିଛନ୍ତି କେନ୍ଦ୍ର ସରକାର । ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲରେ ଟିକା ଗ୍ରହଣର ବ୍ୟବସ୍ଥା କରାଯାଇଛି । ଏହି କ୍ରମରେ ଅନେକ ରାଜନେତା, ସେଲିବ୍ରିଟ ଓ କ୍ରିଡାବିତ କୋଭିଡ ଟିକା ଗ୍ରହଣ କରିବା ସହ ଅନ୍ୟମାନଙ୍କୁ ଟିକା ନେବାପାଇଁ ସୋସିଆଲ ମିଡିଆ ମାଧ୍ୟମରେ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.