ETV Bharat / bharat

ଭେଟେରାନ CPI(M) ନେତା ବାସୁଦେବ ଆଚାର୍ଯ୍ୟଙ୍କ ଦେହାନ୍ତ, 9 ଥର ହୋଇଥିଲେ ସାଂସଦ

author img

By ETV Bharat Odisha Team

Published : Nov 13, 2023, 9:09 PM IST

ଭେଟେରାନ CPI(M) ନେତା ବାସୁଦେବ ଆଚାର୍ଯ୍ୟଙ୍କ 81 ବର୍ଷରେ ହାଇଦ୍ରାବାଦର ଏକ ହସ୍ପିଟାଲରେ ଦେହାନ୍ତ । 9 ଥର ସାଂସଦ ଭାବେ ହୋଇଥିଲେ ନିର୍ବାଚିତ । ଶୋକ ପ୍ରକାଶ କଲେ ମମତା । ଅଧିକ ପଢନ୍ତୁ

ଭେଟେରାନ CPI(M) ନେତା ବାସୁଦେବ ଆଚାର୍ଯ୍ୟଙ୍କ ଦେହାନ୍ତ, 9 ଥର ହୋଇଥିଲେ ସାଂସଦ
ଭେଟେରାନ CPI(M) ନେତା ବାସୁଦେବ ଆଚାର୍ଯ୍ୟଙ୍କ ଦେହାନ୍ତ, 9 ଥର ହୋଇଥିଲେ ସାଂସଦ

କୋଲକାତା: ପଶ୍ଚିମବଙ୍ଗର ବରିଷ୍ଠ CPI(M) ନେତା ବାସୁଦେବ ଆଚାର୍ଯ୍ୟଙ୍କର ଆଜି 81 ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ପାଇଁ ଗତ କିଛି ମାସ ହେବ ଚିକିତ୍ସାଧୀନ ଥିଲେ । ଆଜି ସେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ପଶ୍ଚିମବଙ୍ଗର ଏହି ଭେଟେରାନ ସାମ୍ୟବାଦୀ ନେତା ଲୋକସଭାକୁ ମୋଟ 9 ଥର ନିର୍ବାଚିତ ହୋଇ ଲମ୍ବା ରାଜନୈତିକ ଇନିଂସ ଖେଳିଥିଲେ ।

  • Saddened at the demise of the veteran Left leader and former MP Basudeb Acharia.

    He was a trade union leader and Parliamentarian of formidable strength and his departure will cause significant loss in public life.

    Condolences to his family, friends and colleagues.

    — Mamata Banerjee (@MamataOfficial) November 13, 2023 " class="align-text-top noRightClick twitterSection" data=" ">

1942 ମସିହାରେ ପଶ୍ଚିମବଙ୍ଗର ପୁରୁଲିଆରେ ଜନ୍ମଗ୍ରହଣ କରିଥିଲେ ବାସୁଦେବ । ଛାତ୍ରଜୀବନରୁ ସେ ବାମପନ୍ଥୀ ତଥା ସାମ୍ୟବାଦ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇଥିଲେ । ରାଜ୍ୟରେ ସାମ୍ୟବାଦୀ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ବିଭିନ୍ନ ସାମାଜିକ ଆନ୍ଦୋଳନ ଓ ଆଦିବାସୀ ସୁରକ୍ଷା ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରି ସେ ଯୁବନେତା ଭାବେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଥିଲେ । ଏହା ପରେ ସେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କବାଦୀ) ରେ ଯୋଗଦାନ କରିଥିଲେ । ଏହିଠାରୁ ତାଙ୍କର ସକ୍ରିୟ ରାଜନୀତି ଜୀବନ ଆରମ୍ଭ ହୋଇଥିଲା । ସେ ପଶ୍ଚିମବଙ୍ଗର ବାଙ୍କୁରା ସଂସଦୀୟ କ୍ଷେତ୍ରରୁ ସିପିଆଇ(ଏମ) ଟିକେଟରେ ସାଧାରଣ ନିର୍ବାଚନର ପ୍ରତିଦ୍ବନ୍ଦ୍ବିତା କରିଥିଲେ ।

1980 ମସିହାରେ ପ୍ରଥମ ଥର ସେ ବାଙ୍କୁରା ସଂସଦୀୟ ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇ ଲୋକସଭାରେ ପହଞ୍ଚିଥିଲେ । ଏହି ପାରମ୍ପରିକ ଆସନରୁ ସେ କ୍ରମାଗତ 2014 ପର୍ଯ୍ୟନ୍ତ ମୋଟ 9 ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । 2014 ମସିହାରେ ସେ ପରାଜୟର ସାମ୍ନା କରିବାକୁ ବାଧ୍ୟ ହୋଇଥିଲେ । ତାଙ୍କୁ ନିଜ ପାରମ୍ପରିକ ଆସନରେ ତୃଣମୂଳ କଂଗ୍ରେସର ପ୍ରାର୍ଥୀ ମନସୁନ ସେନଙ୍କ ଠାରୁ ପରାଜିତ ହେବାକୁ ପଡିଥିଲା । ଏହା ପରେ ସେ ସକ୍ରିୟ ରାଜନୀତିରୁ ସାମାନ୍ୟ ଦୂରରେ ରହିଥିଲେ । ତାଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ :- ମା’ ଲକ୍ଷ୍ମୀଙ୍କ ସ୍ବରୂପ ଓ ଅସ୍ଥିତ୍ବକୁ ନେଇ କଟାକ୍ଷ, ପୁଣି ବିବାଦରେ ସ୍ବାମୀ ପ୍ରସାଦ ମୌର୍ଯ୍ୟ

ତେବେ ଗତ କିଛି ମାସ ହେବ ଏହି ଭେଟେରାନ ନେତା ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ହସ୍ପିଟାଲରେ ଭର୍ତ୍ତି ଥିଲେ । ଆଜି ତାଙ୍କ ଦେହାନ୍ତ ଖବର ପ୍ରସାରିତ ହେବା ପରେ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିବିଶେଷ ତାଙ୍କ ରାଜନୈତିକ ଅବଦାନକୁ ସ୍ମରଣ କରିବା ସହ ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ତାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିବା ସହ ଦିବଙ୍ଗତ ଆତ୍ମାର ସଦଗତି କାମନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.