ନୂଆଦିଲ୍ଲୀ: ବାୟୂ ପ୍ରଦୂଷଣରେ ପରିବେଶ ଅଣନିଶ୍ବାସୀ । ଶୀତର ପ୍ରକୋପ ସାଙ୍ଗକୁ ଦିଲ୍ଲୀରେ ବାୟୁପ୍ରଦୂଷଣର ମାତ୍ରା ବଢିଚାଲିଛି । ଗୁରୁବାର ଦିଲ୍ଲୀରେ ବାୟୁର ଗୁଣବତ୍ତା ସାଙ୍ଘାତିକ ସ୍ଥିତିକୁ ପହଞ୍ଚିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବାୟୁର ଗୁଣବତ୍ତା ଏକ୍ୟୁଆଇ(ଏୟାର କ୍ବାଲିଟି ଇଣ୍ଡେକ୍ସ) 320 ଦର୍ଶାଇଛି ।
ସେପଟେ ଚାନ୍ଦନିଚୌକରେ ବାୟୁ ଗୁଣବତ୍ତା ସାଙ୍ଘାତିକ ରହିଛି । ଏଠାରେ ଏକ୍ୟୁଆଇ 315 ରହିଛି । ସେହିପରି ଦିଲ୍ଲୀ ଆଇଟିଓ ରେ ଏକ୍ୟୁଆଇ 309 ରହିଥିବା ବେଳେ ଆରକେ ପୁରମରେ ବାୟୁର ଗୁଣବତ୍ତା ରହିଛି 300 । ଆସନ୍ତା 2 ଦିନ ମଧ୍ୟରେ ବାୟୁର ଗୁଣବତ୍ତା ଆହୁରି ସାଙ୍ଗାତିକ ହେବ ବୋଲି ସୂଚନା ରହିଛି ।
କିପରି ଜାଣିବା ବାୟୁର ପ୍ରଦୂଷଣ ମାତ୍ରା-
- ଯଦି ବାୟୁର ଗୁଣବତ୍ତା 201 ରୁ 300 ପାରାମିଟର ମଧ୍ୟରେ ଥାଏ ତେବେ ଏକ୍ୟୁଆଇ ହିସାବରେ ଖରାପ କହିବା ।
- ଯଦି ବାୟୁର ଗୁଣବତ୍ତା 301 ରୁ 400 ମଧ୍ୟରେ ଥାଏ ତେବେ ବାୟୁର ପ୍ରଦୂଷଣ ମାତ୍ରା ବହୁତ ଖରାପ ବୋଲି କହିପାରିବା ।
- ଏୟାର କ୍ବାଲିଟି ଇଣ୍ଡେକ୍ସରେ 401ରୁ 500 ସ୍ତରକୁ ପହଞ୍ଚେ, ତେବେ ବାୟୁର ଗୁଣବତ୍ତା ସାଙ୍ଘାତିକ ସ୍ଥରକୁ ପହଞ୍ଚିଛି ବୋଲି ଆମେ ଜାଣିବା ।