ETV Bharat / bharat

ଚର୍ଚ୍ଚାରେ ପରିବା ଦୋକନୀ, ଟମାଟୋ ପାଇଁ ଆଣିଲେ ବାଉନସର

author img

By

Published : Jul 9, 2023, 8:47 PM IST

ଆକାଶ ଛୁଆଁ ପରିବା ଦର ମଧ୍ୟରେ ଚର୍ଚ୍ଚାରେ ବାରାଣାସୀର ଜଣେ ପରିବା ଦୋକାନୀ । ଟମାଟୋ ପାଇଁ ଆଣିଲେ ବାଉନସର । ଅଧିକ ପଢନ୍ତୁ

ଚର୍ଚ୍ଚାରେ ପରିବା ଦୋକନୀ, ଟମାଟୋ ପାଇଁ ଆଣିଲେ ବାଉନସର
ଚର୍ଚ୍ଚାରେ ପରିବା ଦୋକନୀ, ଟମାଟୋ ପାଇଁ ଆଣିଲେ ବାଉନସର

ଲକ୍ଷ୍ନୌ: ସମଗ୍ର ଦେଶରେ ପରିବା ଦର ଏବେ ଆକାଶ ଛୁଆଁ ହୋଇଛି । ଅନ୍ୟ ପରିବା ଦର ଅପେକ୍ଷା ବଳିଯାଇଛି ଟମାଟୋର ଦର । ଗ୍ରାହକଙ୍କଠାରୁ ଆରମ୍ଭ କରି ବ୍ୟବସାୟୀ ପର୍ଯ୍ୟନ୍ତ ସମସ୍ତେ ଏଥିପାଇଁ ଚିନ୍ତାରେ । ଏହି କ୍ରମରେ ଟମାଟୋ ଦର ବୃଦ୍ଧିକୁ ନେଇ ଦେଶର ବିଭିନ୍ନ ସ୍ଥାନରୁ ରୋଚକ ଖବର ଆସିବାରେ ଲାଗିଛି । ବାରାଣାସୀରେ ଏକ ପରିବା ଦୋକନରେ ମୁତୟନ ହୋଇଛନ୍ତି ବାଉନସର । କାରଣ ଟମାଟୋକୁ ସୁରକ୍ଷା ଦେବା ପାଇଁ ବାଉନସରକୁ ନିଯୋଜିତ କରିଛନ୍ତି ଜଣେ ପରିବା ବ୍ୟବସାୟୀ ।

ବାରାଣାସୀର ପରିବା ବ୍ୟବସାୟୀ ଅଜୟ ଫୌଜି ନିଜ ପରିବା ଦୋକନାରେ ମୁତୟନ କରିଛନ୍ତି ଏକାଧିକ ବାଉନସର । ଅଜୟ ପରିବା ବିକ୍ରି କରୁଥିବା ବେଳେ ଏହି ବାଉସନର ଦୁଇଜଣ ତାଙ୍କୁ ଓ ତାଙ୍କ ଦୋକାନକୁ ସୁରକ୍ଷା ଦେଉଛନ୍ତି । ବ୍ୟବସାୟୀ ଅଜୟ କୁହନ୍ତି, ବର୍ତ୍ତମାନର ପରିବା ଦର ବିଶେଷ କରି ଟମାଟୋର ଆକାଶ ଛୁଆଁ ଦର ମଧ୍ୟରେ ଟମାଟୋ ଲୁଟ ହେବାର ଯଥେଷ୍ଟ ଆଶଙ୍କା ରହିଛି । ଗ୍ରାହକ ଚଢ଼ା ଦର ପାଇଁ ମୂଲଚାଲ ମଧ୍ୟ କରୁଛନ୍ତି । ଟମାଟୋ ଏବେ ସ୍ଥାନୀୟ ବଜାରରେ କେଜି 160 ଟଙ୍କାରେ ବିକ୍ରି ହେଉଛି । କିଛି ଗ୍ରାହକ ଟମାଟୋ ଚୋରେଇ ମଧ୍ୟ ନେଉଛନ୍ତି । ତେଣୁ ସେ ଦୋକାନକୁ ସୁରକ୍ଷା ଦେବା ପାଇଁ ବାଉନ୍ସର ନିଯୁକ୍ତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :-ଟମାଟୋ ଦରକୁ ଦେଖି ଡରିଗଲା ମ୍ୟାକ ଡୋନାଲ୍ଡ, କିଣିବାକୁ ଅସମର୍ଥ ଲେଖି ଲଗାଇଲା ନୋଟିସ

ଅନ୍ୟଜଣେ ପରିବା ବ୍ୟବସାୟୀ ଜଗନ ନାରାୟଣ କହିଛନ୍ତି, ପରିବା ଦର ବୃଦ୍ଧି ସାଙ୍ଗକୁ ଟମାଟୋ ସର୍ବାଧିକ ଦରରେ ରହିଛି । ଲୋକେ ରିହାତି ମୂଲ୍ୟରେ ଟମାଟୋ ନେବା ପାଇଁ ବାର୍ଗେନିଂ ମଧ୍ୟ କରୁଛନ୍ତି । ଜଣେ ଗ୍ରାହକ କହିଛନ୍ତି, ଦୋକାନୀ ବାଉନ୍ସର ନିୟୋଜିତ କରିବା ସହ ଟମାଟୋରେ ହାତ ମାରିବା ପାଇଁ ମଧ୍ୟ ବାରଣ କରୁଛନ୍ତି । କେବଳ ଦୋକନୀ ସେମାନଙ୍କ ଦ୍ବାରା ନିର୍ଦ୍ଧାରିତ ଚଢା ଦରରେ ଟମାଟୋ ବିକ୍ରି କରୁଛନ୍ତି ।
ଏହା ମଧ୍ୟ ପଢନ୍ତୁ:-Tomatoes free with smartphone: ସ୍ମାର୍ଟଫୋନ କିଣିଲେ 2 କେଜି ଟମାଟୋ ଫ୍ରି

ଭୋପାଲର ଅଶୋକ ନଗରରେ ଥିବା ଏକ ମୋବାଇଲ ଶୋ’ରୁମ୍‌ ଟମାଟୋ ଦର ବୃଦ୍ଧିକୁ ନେଇ ଏକ ମଜାଳିଆ ଅଫର ଘୋଷଣା କରିଥିଲା । ଉକ୍ତ ଶୋ’ ରୁମରୁ ସ୍ମାର୍ଟଫୋନ କିଣୁଥିବା ପ୍ରତ୍ୟେକ ଗ୍ରାହକଙ୍କୁ 2 କେଜିର ଟମାଟୋ ଦିଆଯାଉଥିବାର ଫଟୋ ଓ ଭିିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଗ୍ରାହକମାନେ ମଧ୍ୟ ମୋବାଇଲ କିଣିବା ସମୟରେ ଫ୍ରି' ଟମାଟୋ ଗ୍ରହଣ କରି ଫଟୋ ଉଠାଉଥିଲେ । ତେବେ ଶୋ’ ରୁମର ମାଲିକ ଅଭିଶେକ ଅଗ୍ରଓ୍ବାଲ କହିଥିଲେ, ଏହି ଘୋଷଣା ପରେ ଗ୍ରାହକମାନେ ମୋବାଇଲ କିଣି ଟମାଟୋ ସହ ଫଟୋ ଉଠାଇବାକୁ ପସନ୍ଦ କରୁଛନ୍ତି । ଅନ୍ୟପଟେ ତାମିଲନାଡୁ ସରକାର ରିହାତି ମୂଲ୍ୟରେ ଟମାଟୋ ବିକ୍ରି କରୁଛନ୍ତି । ଖୋଲା ବଜାରରେ ଟମାଟୋ କେଜି 160ରୁ 180ରେ ବିକ୍ରି ହେଉଥିବା ବେଳେ ସରକାର ଖୋଲିଥିବା ଏହି ବିତରଣ କେନ୍ଦ୍ରଗୁଡିକରେ ନିର୍ଦ୍ଧାରିତ 60 ଟଙ୍କାରେ ଟମାଟୋ ବିକ୍ରି କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.