ETV Bharat / bharat

ପଚା ପଡିଲା ପଣସ, ବ୍ୟବସାୟୀଙ୍କୁ ବିଚ୍‌ ରାସ୍ତାରେ ପିଟି ପିଟି ହତ୍ୟା - ବ୍ୟବସାୟୀଙ୍କୁ ଗାଜିଆବାଦରେ ହତ୍ୟା

ପଣସ ପାଇଁ ଗଲା ଜୀବନ । ପଣସ ପଚା ପଡିବାକୁ ବ୍ୟବସାୟୀଙ୍କୁ ପିଟି ପିଟି ହତ୍ୟା କଲେ ଗ୍ରାହକ । ଗାଜିଆବାଦର ଏହି ଘଟଣା ଏବେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଅଧିକ ପଢନ୍ତୁ

ଗାଜିଆବାଦରେ ଲୋମଟାଙ୍କୁରା ଘଟଣା : ପଣସ ପାଇଁ ପରିବା ବ୍ୟବସାୟୀଙ୍କୁ  ଲୁହା ରଡରେ ପିଟି ହତ୍ୟା

author img

By

Published : Jun 25, 2022, 7:07 PM IST

ନୂଆଦିଲ୍ଲୀ: ପଣସ ଖରାପ ପଡ଼ିବାରୁ ଜଣେ ପରିବା ବ୍ୟବସାୟୀଙ୍କୁ ବିଚ୍ ରାସ୍ତାରେ ପିଟିପିଟି ହତ୍ୟା । ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ଦିଲ୍ଲୀ ଗାଜିଆବାଦର ମଧୁବନ ବାପୁଧାମ ଅଞ୍ଚଳରେ । ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

ସୂଚନାନୁସାରେ, ଗତ ୨୩ ତାରିଖରେ ସ୍ଥାନୀୟ ସାମଜହାଁ ଅଞ୍ଚଳରେ ଅନୀଲ ନାମକ ଜଣେ ପରିବା ବ୍ୟବସାୟୀ ପରିବା ବିକୁଥିଲେ । ସେହି ସମୟରେ ସନ୍ଦୀପ ନାମକ ଜଣେ ବ୍ୟକ୍ତି ଆସି ଅନୀଲଙ୍କ ଠାରୁ ପଣସ କିଣିଥିଲେ । ତେବେ ଘରେ ଯାଇ ଦେଖିଥିଲେ ଯେ ପଣସଟି ସମ୍ପୂର୍ଣ୍ଣ ପଚି ଯାଇଛି । ଏହାକୁ ନେଇ ସନ୍ଦୀପ ବ୍ୟବସାୟୀ ଅନୀଲଙ୍କ ନିକଟକୁ ଯାଇ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଏହାପରେ ଉଭୟ ଅନୀଲ ଏବଂ ସନ୍ଦୀପଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ଲାଗିଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସନ୍ଦୀପ ପରିବା ଷ୍ଟଲ ଉପରେ ଥିବା ଏକ ଲୁହା ରଡକୁ ଆଣି ଅନୀଲଙ୍କୁ ନିର୍ଧୁମ ମାଡ଼ ମାରିଥିଲେ ।

ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଗୁରୁତର ଅବସ୍ଥାରେ ଅନୀଲକୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏ ସମ୍ପର୍କରେ ପୋଲିସ ଏକ ମାମଲା ରୁଜୁ କରିବାସହ ଏକ ଟିମ୍ ମଧ୍ୟ ଗଠନ କରିଛି । ତେବେ ତୁରନ୍ତ ସନ୍ଦୀପକୁ ଗିରଫ କରାଯିବ ବୋଲି ପ୍ରତିଶୃତି ଦେଇଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.