ETV Bharat / bharat

UNSC: ସେବେ କରିଥିଲା ବିରୋଧ, ଏବେ ମାଗୁଛି ସହାୟତା !

ଆଜି ଋଷର ଅତର୍କିତ ଆକ୍ରମଣରେ ଅଣନିଶ୍ବାସୀ ହୋଇପଡ଼ିଥିବା ୟୁକ୍ରେନ ଭାରତର ସହାୟତା ଲୋଡ଼ିଛି । କିନ୍ତୁ ଏଭଳି ସ୍ଥିତିରେ ଦେଶବାସୀ ଭାରତ ପ୍ରତି ବାରମ୍ବାର ବିରୋଧୀ ଆଭିମୁଖ୍ୟ ଦର୍ଶାଇଥିବା ପୂର୍ବର ୟୁକ୍ରେନକୁ ମନେ ପକାଇଛନ୍ତି । ଯେତେଥର ଜାତିସଂଘରେ ଭାରତ ବିରୋଧରେ ୟୁକ୍ରେନ ଯାଇଛି ତା'ଠୁ ଅନେକ ଥର ଋଷ ଭାରତ ପ୍ରତି ନିଜର ମିତ୍ରତାର ପ୍ରମାଣ ଦେଇଛି । ତେବେ ଆସନ୍ତୁ ଜାଣିବା କେବେ ଓ କେଉଁ ପ୍ରସଙ୍ଗରେ ୟୁକ୍ରେନ ଭାରତର ବିପକ୍ଷରେ ଠିଆ ହୋଇଛି । ଅଧିକ ପଢନ୍ତୁ

author img

By

Published : Feb 27, 2022, 3:43 PM IST

UNSC: ଭାରତ ବିରୋଧରେ ବାରମ୍ବାର ଯାଇଥିଲା ୟୁକ୍ରେନ, ଜାତିସଂଘରେ ଦେଇଥିଲା ବିରୋଧୀ ଭୋଟ୍

ନୂଆଦିଲ୍ଲୀ: ଋଷିଆର ଘନ ଘନ ମିସାଇଲ ମାଡ଼, ବୋମା ବିସ୍ଫୋରଣ ପରେ ଏବେ ଧ୍ବଂସ ବିଧ୍ବଂସ ହେବାକୁ ବସିଛି ୟୁକ୍ରେନ । ଅସହାୟ ହୋଇପଡ଼ି ବିଶ୍ବବାସୀଙ୍କ ସହାୟତାକୁ ଅନେଇ ବସିଛି ଏହି ରାଷ୍ଟ୍ର । ଏମିତି କି ବାରମ୍ବାର ଭାରତ ବିରୋଧରେ ଠିଆ ହୋଇ ମଧ୍ୟ ଆଜି ଲୋଡ଼ିଛି ଭାରତର ସହାୟତା । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଫୋନ ଯୋଗେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଯୋଗାଯୋଗ କରି ସହାୟତା ଭିକ୍ଷା କରିଛନ୍ତି । କିନ୍ତୁ ଆପଣ ଜାଣନ୍ତି କି ଥରେ ନୁହେଁ କି ଦୁଇ ଥର ନୁହେଁ ବାରମ୍ବାର ମିଳିତ ଜାତିସଂଘ ସୁରକ୍ଷା ପରିଷଦ(UNSC)ରେ ଭାରତ ବିରୋଧୀ ବୟାନ ଦେବା ସହ ଭାରତର ଶତ୍ରୁ ରାଷ୍ଟ୍ର ସହ ମିତ୍ରତା ସ୍ଥାପନ କରିଛି ୟୁକ୍ରେନ । ତେବେ ଆସନ୍ତୁ ଜାଣିବା କେବେ ଓ କେଉଁ ପ୍ରସଙ୍ଗରେ ଭାରତ ବିରୋଧରେ ଯାଇଥିଲା ୟୁକ୍ରେନ ।

ଗୋଟିଏ ପଟେ ବାରମ୍ବାର ୟୁକ୍ରେନ ଭାରତ ବିରୋଧରେ ଯାଇଥିବା ବେଳେ ଅନ୍ୟପଟେ ଋଷ ଅନେକ ଥର ଭାରତ ପ୍ରତି ତା'ର ମିତ୍ରତା ପରିଚୟ ଦେଇଛି । ଅନେକ ଥର ଋଷ ବିଶ୍ବ ଦରବାରରେ ଭାରତକୁ ସହାୟତା ତଥା ସମର୍ଥନ କରିଆସିଛି । ୟୁକ୍ରେନ ଉପରେ ଋଷର ଆକ୍ରୋଶ ବିରୁଦ୍ଧରେ ଆମେରିକାର ପ୍ରାୟୋଜିତ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଏକ ବୈଠକ ବସିଛି । ଏଠାରେ ଭାରତ ତା'ର ପକ୍ଷ ରଖି କହିଛି ଯେ ମତଭେଦ ଏବଂ ବିବାଦର ସମାଧାନର ଏକମାତ୍ର ଉପାୟ ହେଉଛି କୂଟନୈତିକ ମାର୍ଗ ବାଛିବା । ୟୁକ୍ରେନ ଏକ ଗୁରୁତର ସଙ୍କଟର ସମ୍ମୁଖୀନ ହୋଇଥିବାରୁ ରାଷ୍ଟ୍ରପତି ଜେଲେନସ୍କିଙ୍କ ନେତୃତ୍ବାଧୀନ ସରକାର ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ହସ୍ତକ୍ଷେପ ଏବଂ ଆଲୋଚନା କରିବାକୁ ଭାରତକୁ ଅନୁରୋଧ କରିଛନ୍ତି ।

ହିଂସା ଏବଂ ଶତ୍ରୁତାକୁ ଯଥାଶୀଘ୍ର ବନ୍ଦ କରିବା ପାଇଁ ଫୋନ କଲ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଅନୁରୋଧ କରିଥିଲେ। ଭାରତ ଓ ଋଷ ମଧ୍ୟରେ ଉତ୍ତମ ସମ୍ପର୍କ ରହିଆସିଛି । ଏଥିଲାଗି ୟୁକ୍ରେନର ରାଷ୍ଟ୍ରଦୂତ ଇଗୋର ପୋଲିଖା ଭାରତର ସହାୟତା ଲୋଡ଼ିଛନ୍ତି । ଋଷ ସହ ୟୁକ୍ରେନର ଚାଲିଥିବା ଯୁଦ୍ଧକୁ ବନ୍ଦ କରିବା ପାଇଁ ମୋଦି ପୁଟିନଙ୍କ ସହ କଥା ହେବା ଲାଗି ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରିଛନ୍ତି । ଏଭଳି ସ୍ଥିତିରେ ଭାରତବାସୀ ପୁରାତନ କଥାକୁ ମନେ ପକାଇଛନ୍ତି । ଯେତେବେଳେ ୟୁକ୍ରେନ ଅନେକ ଥର ଜାତିସଂଘରେ ଭାରତ ବିରୋଧରେ ରହିଆସିଛି ।

ଯେତେବେଳେ ଭାରତ ୟୁକ୍ରେନ ସହାୟତାକୁ ଲୋଡ଼ିଥିଲା ସେତେବେଳେ ସହାୟତା କରିନଥିଲା ୟୁକ୍ରେନ । ୧୯୯୮ ମସିହାରେ ଭାରତର ନ୍ୟକ୍ଲିଆର ଟେଷ୍ଟକୁ ବିରୋଧ କରିବାଠାରୁ ଆରମ୍ଭ କରି କାଶ୍ମୀର ପ୍ରସଙ୍ଗରେ ଜାତିସଂଘର ହସ୍ତକ୍ଷେପ କରିବା ପାଇଁ କହିଥିଲା ୟୁକ୍ରେନ । ନିମ୍ନରେ ଦେଖନ୍ତୁ ୟୁକ୍ରେନର ଭାରତ ବିରୋଧୀ ଆଭିମୁଖ୍ୟ:-

  • 1998 ମସିହାରେ ଭାରତର ଆଣବିକ ପରୀକ୍ଷଣକୁ ବିରୋଧ
  • 1998 ପରମାଣୁ ପରୀକ୍ଷଣ ପରେ ସୁରକ୍ଷା ପରିଷଦରେ ଭାରତର କାର୍ଯ୍ୟକଳାପକୁ ନିନ୍ଦା
  • କାଶ୍ମୀର ପ୍ରସଙ୍ଗରେ ଜାତିସଂଘର ହସ୍ତକ୍ଷେପ ସପକ୍ଷରେ ୟୁକ୍ରେନ ଭୋଟ ଦେଇଥିଲା
  • ୬୫୦ ମିଲିୟନ ଡଲାରରେ ପାକିସ୍ତାନକୁ ବିକ୍ରି କରିଥିଲା T-80 ଟ୍ୟାଙ୍କ୍‌

ସେପଟେ ଋଷିଆ ସର୍ବଦା ଭାରତର ପ୍ରତିଟି ସଙ୍କଟରେ ଭାରତ ସହିତ ଠିଆ ହୋଇଛି । ୟୁକ୍ରେନ ଭାରତର କାଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିଥିବା ବେଳେ ଏହା ଭାରତର ଆଭ୍ୟନ୍ତରଣୀ ବ୍ୟାପାର କହି ଋଷ ଏଠାରୁ ଦୂରେଇ ରହିଥିଲା । ନଜର ପକାନ୍ତୁ କେବେ ଓ କେଉଁଠି ଋଷ ପ୍ରମାଣ କରିଛି ଭାରତ ପ୍ରତି ତାର ବନ୍ଧୁତ୍ବ:-

  • ୧୯୫୭ରେ କାଶ୍ମୀର ପ୍ରସଙ୍ଗରେ ଭାରତକୁ କରିଥିଲା ସମର୍ଥନ
  • ୧୯୬୧ ଗୋଆର ମୁକ୍ତି ପାଇଁ କରିଥିଲା ସମର୍ଥନ
  • ୧୯୬୨ରେ ମଧ୍ୟ କାଶ୍ମୀର ପ୍ରସଙ୍ଗରେ କରିଥିଲା ସମର୍ଥନ
  • ୧୯୭୧ ରେ ପାକିସ୍ତାନ ସହିତ ଯୁଦ୍ଧ ସମୟରେ ଭାରତ ପାଇଁ ଆମେରିକା, ବ୍ରିଟେନ ଏବଂ ଫ୍ରାନ୍ସ ସହ ମୁହାଁମୁହିଁ ହୋଇଥିଲା ଋଷ
  • ଧାରା ୩୭୦ ଉଚ୍ଛେଦରେ ୨୦୧୯ କରିଥିଲା ସମର୍ଥନ

ତେବେ ଏଭଳି ସ୍ଥିତିରେ ଭାରତକୁ କୂଟନୈତିକ ସ୍ତରରେ ନିଜର ମତ ରଖିବା ଆବଶ୍ୟକ । ମାନବିକତା ଦୃଷ୍ଟିରୁ ୟୁକ୍ରେନର ସହାୟତା କରିବା ଆବଶ୍ୟକ । କାରଣ ଋଷ ଏଠାରେ ୟୁକ୍ରେନ ଉପରେ ଯୁଦ୍ଧ କରି ଲୋକତନ୍ତ୍ରକୁ ଆଘାତ କରିଛି । ଭାରତ ସର୍ବଦା ଲୋକତନ୍ତ୍ରକୁ ସମର୍ଥନ ଯୋଗାଇ ଆସିଛି । ଏଭଳି ସ୍ଥିତିରେ ଭାରତକୁ ୟୁକ୍ରେନର ସହାୟତା କରିବା ଆବଶ୍ୟକ । ଅନ୍ୟପଟେ ବହୁ ବର୍ଷ ଧରି ମିତ୍ର ରାଷ୍ଟ୍ର ହୋଇ ରହିଥିବା ଋଷ ପ୍ରତି ବିଶ୍ବାସଘାତକତା କରିପାରିବ ନାହିଁ ଭାରତ । କାରଣ ଅନେକ ଥର ଜାତିସଂଘରେ ଭାରତକୁ ଋଷ ସମର୍ଥନ କରିଆସିଛି । ଏଭଳି ସ୍ଥିତିରେ ଭାରତ ସରକାର କୂଟନୈତିକ ସ୍ତରରେ ଉଭୟ ପଟୁ ସନ୍ତୁଳନ ରକ୍ଷା କରୁଥିବା ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.