ବାରଣାସୀ: କିଛି ଘଣ୍ଟା ମଧ୍ୟରେ ଆସିବ ପାଞ୍ଚଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ । ହେଲେ ତା ପୂର୍ବରୁ ଆକ୍ସନକୁ ଆସିଛନ୍ତି ନିର୍ବାଚନ ଆୟୋଗ । ଉତ୍ତରପ୍ରଦେଶ ନିର୍ବାଚନରେ ଇଲେକଟ୍ରୋନିକ ଭୋଟିଂ ମେସିନ (EVM) ଚାଲାଣ ଅଭିଯୋଗ ଆଣିଥିଲେ ସମାଜବାଦୀ ମୁଖ୍ୟ ଅଖିଳେଶ ଯାଦବ । ଘଟଣାକୁ ନେଇ ଗତକାଲି ୟୁପି ରାଜନୀତି ବଢିବା ପରେ ପୁରା ଘଟଣାରେ ଆକ୍ସନକୁ ଆସିଛନ୍ତି ନିର୍ବାଚନ ଆୟୋଗ ।
ଦାୟିତ୍ବରେ ଅବହେଳା ଓ ଆଇନ ବିରୋଧୀ କାର୍ଯ୍ୟ ଦର୍ଶାଇ ନିର୍ବାଚନ ଆୟୋଗ ବାରଣାସୀ ADM ନଳୀନିକାନ୍ତ ସିଂଙ୍କୁ ତାଙ୍କ କାର୍ଯ୍ୟରୁ ନିଳମ୍ବିତ କରିଛନ୍ତି । ଅର୍ଥାତ ନଳୀନି ବର୍ତ୍ତମାନ ୟୁପି ବିଧାନସଭା ନିର୍ବାଚନର କୌଣସି ଦାୟିତ୍ବରେ ରହିବେ ନାହିଁ ।
ଘଟଣା ଅନୁସାରେ ଗତକାଲି(ମଙ୍ଗଳବାର) ବାରଣାସୀ ସ୍ଥିତ ଏକ ଖାଦ୍ୟ ଗୋଦାମ ପାଖରୁ କିଛି ଇଭିଏମକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଉଥିଲା । ଯାହାକୁ ନେଇ ସମାଜବାଦୀ ନେତା କର୍ମୀ ମାନେ ହଙ୍ଗାମା କରିଥିଲେ । ପରେ ଘଟଣାକୁ ନେଇ ସପା ମୁଖିଆ ପ୍ରେସମିଟ କରି ଘଟଣାର ତଦନ୍ତ ସହ ଏଡିଏମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।
ଘଟଣାକୁ ନେଇ ବାରଣାସୀ ଜିଲ୍ଲା ଅଧିକାରୀ କହିଥିଲେ ଯେଉଁ ଅଭିଯୋଗ ଆସିଛି ତାହା ମିଛ । ଯେଉଁ ଇଭିଏମକୁ ସ୍ଥାନାନ୍ତରିତ କରାଯାଉଥିଲା ତାହା କର୍ମଚାରୀଙ୍କ ପ୍ରଶିକ୍ଷଣ ପାଇଁ ବ୍ୟବହାର ହୋଇଥିଲା । ତାହା ମତଦାନ ପାଇଁ ଭୋଟିଂ ହୋଇନାହିଁ । ତେବେ ଯେଉଁ ଇଭିଏମ ସ୍ଥାନାନ୍ତରିତ ହୋଇଥିଲା ତାହା ଟ୍ରେନିଂ ପାଇଁ ପ୍ରଯୁଯ୍ୟ ଥିଲେ ମଧ୍ୟ ପ୍ରୋଟକଲ ଉଲ୍ଲଙ୍ଘନ ହୋଇଥିବାରୁ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।
@ANI