ETV Bharat / bharat

Vaishno Devi Stampede: ମୃତକଙ୍କ ପରିବାରକୁ ଅତିରିକ୍ତ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା - କାଶ୍ମୀର ଉପରାଜ୍ୟପାଳଙ୍କ ଘୋଷଣା

ନୂଆବର୍ଷରେ ବୈଷ୍ଣୋଦେବୀ ମନ୍ଦିରରେ ଦଳାଚକଟାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ 5 ଲକ୍ଷ ଟଙ୍କା ଅତିରିକ୍ତ ଅନୁକମ୍ପା ଘୋଷଣା କଲେ ଉପ ରାଜ୍ୟପାଳ ମନୋଜ ସିହ୍ନା । ମୋଟ ମିଳିବ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି । ଅଧିକ ପଢନ୍ତୁ

Vaishno Devi stampede:ମୃତକଙ୍କ ପରିବାରକୁ ଅତିରିକ୍ତ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା

author img

By

Published : Jan 2, 2022, 9:43 PM IST

ଶ୍ରୀନଗର: ବୈଷ୍ଣୋଦେବୀ ମନ୍ଦିରରେ ଦଳାଚକଟାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାର ସଦସ୍ୟ ତଥା ସମ୍ପର୍କୀୟକୁ 5 ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କଲେ ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା । ଆଜି (ରବିବାର) ଉପ ରାଜ୍ୟପାଳ ସିହ୍ନା ଉଚ୍ଚସ୍ତରୀୟ ବୈଠକରେ ଅଘଟଣ ସମ୍ପର୍କରେ ସମୀକ୍ଷା କରିବା ପରେ ଏହି ଘୋଷଣା କରିଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ମୃତକଙ୍କ ପରିବାରକୁ ମୋଟ 15 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ ।

ଗତକାଲି ତଥା ନୂଆବର୍ଷରେ (ଶନିବାର) ବୈଷ୍ଣୋଦେବୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦଳାଟକଟା ଘଟି ମୋଟ ୧୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 16 ଜଣ ଆହତ ହୋଇଥିଲେ । ତେବେ ଆହତଙ୍କ ମଧ୍ୟରୁ ୯ ଜଣଙ୍କୁ ସୁସ୍ଥ ହେବା ପରେ ହସ୍ପିଟାଲରୁ ଜିସଚାର୍ଜ କରାଯାଇଛି ।

ଅଘଟଣ ପରେ ଜାମ୍ମୁ କାଶ୍ମୀର ପ୍ରଶାସନ ଘଟଣାର ତଦନ୍ତ ପାଇଁ ଏକ ତିନିଜଣିଆ କମିଟି ଗଠନ କରିଥିବା ବେଳେ ଏହି କମିଟି ଏକ ସପ୍ତାହ ମଧ୍ୟରେ ଚୂଡାନ୍ତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି । ଗୃହ ବିଭାଗର ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ଦ୍ୱାରା ଏହି କମିଟି ଗଠନ କରାଯାଇଥିଲା । ଜାମ୍ମୁ ଡିଭିଜନାଲ କମିଶନର ରାଘବ ଲଙ୍ଗର ଏବଂ ଜମ୍ମୁ ପୋଲିସର ଅତିରିକ୍ତ ମହାନିର୍ଦ୍ଦେଶକ ମୁକେଶ ସିଂ ମଧ୍ୟ କମିଟିର ଅନ୍ୟ ଦୁଇ ସଦସ୍ୟ ରହିଛନ୍ତି ।

ତେବେ ଘଟଣା ସମ୍ପର୍କରେ ଆଜି ଉପ ରାଜ୍ୟପାଳ ମନୋଜ ସିହ୍ନା ମନ୍ଦିର ପ୍ରଶାସନ ଓ ତଦନ୍ତକାରୀ କମିଟି ସଦସ୍ୟଙ୍କ ସହ ଆଲୋଚନା କରିବା ପରେ ଏହି ଅତିରିକ୍ତ ଅନୁକମ୍ପା ରାଶି ଘୋଷଣା କିରଛନ୍ତି । ବର୍ତ୍ତମାନ ମୃତକଙ୍କ ପରିବାରକୁ ମୋଟ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କାରଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.