ETV Bharat / bharat

ଆହୁରି ସରଳ ହେଲା ଟୀକାକରଣ; ଏଣିକି ହ୍ବାଟ୍ସଆପ ଯୋଗେ କରିପାରିବେ ସ୍ଲଟ ବୁକିଂ - ସ୍ଲଟ ବୁକିଂ

ଏଣିକି ହ୍ବାଟ୍ସଆପ ଯୋଗେ ଟିକା ପାଇଁ ସ୍ଲଟ ବୁକ୍ କରିପାରିବେ ସାଧାରଣ ଜନତା । ଟ୍ବିଟ ଯୋଗେ ସୂଚନା ଦେଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିୟ । ଅଧିକ ପଢନ୍ତୁ...

ଟୀକାକରଣ ଆହୁରି ହେଲା ସରଳ;  ଏଣିକି ହ୍ବାଟ୍ସଆପ ଯୋଗେ ସ୍ଲଟ ବୁକିଂ ବ୍ୟବସ୍ଥା

author img

By

Published : Aug 24, 2021, 1:05 PM IST

ନୂଆଦିଲ୍ଲୀ: ଟୀକାକରଣକୁ ସହଜ କରିବା ପାଇଁ ଆସିଲା ନୂଆ ଉପାୟ । ଏଥର ହ୍ବାଟ୍ସଆପ ଜରିଆରେ ସ୍ଲଟ ବୁକ କରିପାରିବେ ହିତାଧିକାରୀ । ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତ ଭାରତୀୟଙ୍କୁ ଟୀକାକରଣ କରିବାର ଲକ୍ଷ୍ୟକୁ ଦୃଷ୍ଟିରେ ରଖି ସରକାର ଆଜି ଆଉ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏଣିକି ହ୍ବାଟ୍ସଆପ ଯୋଗେ ଟିକା ପାଇଁ ସ୍ଲଟ ବୁକ୍ କରିପାରିବେ ସାଧାରଣ ଜନତା । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିୟ ଟ୍ବିଟ ଯୋଗେ ସୂଚନା ଦେଇ ଆଜିଠାରୁ ଏହୁି ସୁବିଧା ଉପଲବ୍ଧ ହେଉଥିବା କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏପରି ବ୍ୟବସ୍ଥା କରାଯାଇଛି । ହ୍ବାଟ୍ସଆପ MyGovIndia Corona Helpdesk କୁ ବୁକ ସ୍ଲଟ ପଠାଇ ଏହି http://wa.me/919013151515 ଲିଙ୍କ ମାଧ୍ୟମରେ ସ୍ଲଟ ବୁକିଂ କରିପାରିବେ । ସେହିପରି ପୂର୍ବରୁ ହ୍ବାଟ୍ସଆପରେ ଟୀକାକରଣ ପ୍ରମାଣପତ୍ର ମିଳିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ଯମନ୍ତ୍ରୀ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.