ETV Bharat / bharat

ଏଣିକି WhatsApp କଲେ ପାଇବେ ଟୀକାକରଣ ପ୍ରମାଣପତ୍ର

author img

By

Published : Aug 8, 2021, 6:28 PM IST

ମାତ୍ର କେଇ ମିନିଟରେ ହ୍ବାଟ୍ସଆପରେ ମିଳିବ ଟୀକାକରଣ ପ୍ରମାଣପତ୍ର । ଟ୍ବିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ । ଅଧିକ ପଢନ୍ତୁ...

ଏଣିକି WhatsApp କଲେ ପାଇବେ ଟୀକାକରଣ ପ୍ରମାଣପତ୍ର
ଏଣିକି WhatsApp କଲେ ପାଇବେ ଟୀକାକରଣ ପ୍ରମାଣପତ୍ର

ନୂଆଦିଲ୍ଲୀ: ଏଣିକି ସହଜରେ ଆପଣ ପାଇପାରିବେ କୋଭିଡ ଟୀକାକରଣ ସାର୍ଟିଫିକେଟ । ମାତ୍ର କେଇ ମିନିଟରେ ହ୍ବାଟ୍ସଆପରେ ମିଳିବ ଟୀକାକରଣ ପ୍ରମାଣପତ୍ର । ଏଥିପାଇଁ ପୂରଣ କରିବାକୁ ହେବ ୩ଟି ଷ୍ଟେପ୍‌ ।

ହ୍ବାଟ୍ସଆପରେ କୋଭିଡ ଟୀକାକରଣ ସାର୍ଟିଫିକେଟ ମିଳିବା ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ । ହ୍ବାଟ୍ସଆପରେ ଯେଉଁ ଟୀକାକରଣ ସାର୍ଟିଫିକେଟ ମିଳିବ, ତାହାକୁ ଆପଣ ସେଭ୍‌ ମଧ୍ୟ କରି ରଖିପାରିବେ ।

  • Revolutionising common man's life using technology!

    Now get #COVID19 vaccination certificate through MyGov Corona Helpdesk in 3 easy steps.

    📱 Save contact number: +91 9013151515
    🔤 Type & send 'covid certificate' on WhatsApp
    🔢 Enter OTP

    Get your certificate in seconds.

    — Office of Mansukh Mandaviya (@OfficeOf_MM) August 8, 2021 " class="align-text-top noRightClick twitterSection" data=" ">

କଣ ରହିଛି ପ୍ରୋସେସ୍‌ ?

  • ପ୍ରଥମେ ଆପଣ ନିଜ ରେଜିଷ୍ଟର ମୋବାଇଲରେ +91 9013151515 ନମ୍ବର ସେଭ୍‌ କରିବେ ।
  • ହ୍ବାଟ୍ସଆପ୍‌ ଚାଟ୍‌ ଖୋଲି covid certificate ଟାଇପ କରିବାକୁ ହେବ ।
  • ଓଟିପି କନଫର୍ମ କରିବାକୁ ପଡିବ ।

ସର୍ବପ୍ରଥମେ, ଆପଣଙ୍କୁ ଆପଣଙ୍କର ପଞ୍ଜୀକୃତ ମୋବାଇଲ୍ ନମ୍ବରରେ +91 9013151515 ସେଭ କରିବାକୁ ପଡିବ (ଏଠାରେ ଉଲ୍ଲେଖନୀୟ ଜରୁରୀ ଯେ ଟିକା ନେବାବେଳେ ଆପଣ ପଞ୍ଜୀକୃତ କରିଥିବା ସମାନ ମୋବାଇଲ୍ ନମ୍ବରରେ ଏହି ନମ୍ବରକୁ ସେଭ୍‌ କରିବାକୁ ପଡିବ ) । ନମ୍ବର ସେଭ କରିନେବା ପରେ ଏହା ତୁମର ନିଜ ହ୍ବାଟ୍ସଆପ ଖୋଲନ୍ତୁ ।

ଏହାପରେ ଚାଟ୍ ବକ୍ସକୁ ଯାଆନ୍ତୁ ଏବଂ ଇଂରାଜୀରେ କୋଭିଡ ସାର୍ଟିଫିକେଟ ଟାଇପ୍ କରନ୍ତୁ । ଏହାକୁ ଟାଇପ୍ କରିବା ପରେ, ଆପଣ ନିଜ ପଞ୍ଜୀକୃତ ମୋବାଇଲ ନମ୍ବରରେ ୬ ଅଙ୍କ ବିଶିଷ୍ଟ OTP ପାଇବ ।

ହ୍ବାଟ୍ସଆପ ଚାଟ ବକ୍ସରେ ଏହି OTP ଟାଇପ କରନ୍ତୁ ଏବଂ ଏହାକୁ ସେଣ୍ଡ୍‌ କରିଦିଅନ୍ତୁ । ମନେରଖନ୍ତୁ ଯେ ଆପଣ ପାଇଥିବା ଓଟିପି କେବଳ ୩୦ ସେକେଣ୍ଡ ପାଇଁ ରହିବ | ଅନ୍ୟ ପରିବାର ସଦସ୍ୟଙ୍କ ଟୀକାକରଣ ସମୟରେ ଯଦି ଆପଣ ସମାନ ନମ୍ବର ଦେଇଛନ୍ତି, ତେବେ ଓଟିପି ଟାଇପ୍‌ କରିବା ପରେ ଆପଣ ସେହି ସମସ୍ତ ସଦସ୍ୟଙ୍କ ଟିକା ପ୍ରମାଣପତ୍ର ଡାଉନଲୋଡ କରିବାର ବିକଳ୍ପ ପାଇବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.