ETV Bharat / bharat

ସରକାରଙ୍କ ବଡ ଘୋଷଣା; ଗୁରୁଦିବସ ପୂର୍ବରୁ ସ୍କୁଲ ଶିକ୍ଷକଙ୍କ ଟୀକାକରଣ, ସହଯୋଗ ପାଇଁ ଅପିଲ୍ କଲେ ଧର୍ମେନ୍ଦ୍ର

author img

By

Published : Aug 25, 2021, 8:16 PM IST

ଗୁରୁ ଦିବସ ପୂର୍ବରୁ ଦେଶର ସମସ୍ତ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦିଆଯିବ କୋଭିଡ ଟିକା । ଏଥିପାଇଁ ସବୁ ମାସରେ ରାଜ୍ୟକୁ ମିଳୁଥିବା ଟିକା ବ୍ୟତିତ ଅତିରିକ୍ତ ୨ କୋଟି ଭ୍ୟାକ୍ସିନ ଉପଲବ୍ଧ କରାଯିବ । ଏପଟେ ସମର୍ଥନ ଏବଂ ସହଯୋଗ ପାଇଁ ସବୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର । ଅଧିକ ପଢନ୍ତୁ...

ସରକାରଙ୍କ ବଡ ଘୋଷଣା, ଗୁରୁଦିବସ ପୂର୍ବରୁ ସ୍କୁଲ ଶିକ୍ଷକଙ୍କ ଟୀକାକରଣ

ଭୁବନେଶ୍ବର: ଆଗକୁ ଗୁରୁ ଦିବସ । ଏହାପୂର୍ବରୁ ଦେଶର ସମସ୍ତ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦିଆଯିବ କୋଭିଡ ଟିକା । ରାଜ୍ୟଗୁଡିକୁ ମିଳୁଥିବା ଟିକା ବ୍ୟତିତ ଯୋଗାଇ ଦିଆଯିବ ଅତିରିକ୍ତ ଭ୍ୟାକ୍ସିନ । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଧର୍ମେନ୍ଦ୍ର ଟ୍ବିଟ କରି କହିଛନ୍ତି, ଗୁରୁ ଦିବସର ଅବ୍ୟବହିତ ପୂର୍ବରୁ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଟୀକାକରଣ ନେଇ ପ୍ରାଥମିକତା ଦିଆଯିବ । ଏଥିପାଇଁ ସବୁ ମାସରେ ରାଜ୍ୟକୁ ମିଳୁଥିବା ଟିକା ବ୍ୟତିତ ଅତିରିକ୍ତ ୨ କୋଟି ଭ୍ୟାକ୍ସିନ ଉପଲବ୍ଧ କରାଯିବ । ତେଣୁ ଭବିଷ୍ୟତର ଭିତିଭୂମିକୁ ମଜବୁତ କରିବାର ଏହି ଅଭିଯାନରେ ନିଜର ସମର୍ଥନ ଏବଂ ସହଯୋଗ ଦେବାକୁ ସବୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ।

କୋରୋନା ବିରୋଧରେ ଦେଶର ଭବିଷ୍ୟତ ପିଢ଼ିଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଲାଗି ମୋଦି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ମହାମାରୀ ସମୟରେ ପାଠପଢ଼ାରେ ଆସୁଥିବା ବ୍ୟାଘାତକୁ ଦୂର କରିବା ଦିଗରେ ଏହା ମୋଦି ସରକାରଙ୍କ ନିର୍ଣ୍ଣାୟକ ପଦକ୍ଷେପ ବୋଲି ପ୍ରମାଣିତ ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ରାଜ୍ୟରେ ଖୋଲିସାରିଛି ସମସ୍ତ ସ୍କୁଲ କଲେଜ । ମହାମାରୀ କୋରୋନାରେ ଦୀର୍ଘଦିନ ବିଦ୍ୟାଳୟରେ ଝୁଲିଥିଲା ତାଲା । ଅନଲାଇନ ମାଧ୍ୟମରେ ଚାଲିଥିଲା ପାଠପଢା । କୋରୋନା କାଳରେ ଛାତ୍ରଛାତ୍ରୀମାନେ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି । ସେପଟେ ଆଗକୁ ତୃତୀୟ ଲହରୀ ଆଶଙ୍କା ମଧ୍ୟ ରହିଛି । ଏନେଇ ପ୍ରାଥମିକତା ଭିତ୍ତରେ ଏଥର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଟୀକା ଦିଆଯିବାର ନିଷ୍ପତ୍ତି ଏକ ବଡ ପଦକ୍ଷେପ କୁହାଯାଇପାରେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.